• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସୋସିଆଲ ମିଡିଆ ଏମିତି ଏକ ସ୍ଥାନ ଯେଉଁଠି, ପ୍ରତି ସେକେଣ୍ଡରେ ପରିବର୍ତ୍ତନ ଦେଖିବାକୁ ମିଳିଥାଏ । ସେ ଖବର ପ୍ରସାରଣ ହେଉ କିମ୍ବା କୌଣସି ସାମଗ୍ରୀକୁ ନେଇ କିମ୍ବା କୌଣସି ବିଚାରଧାରା । ଏଠାରେ ସବୁବେଳେ ପରିବର୍ତ୍ତନ ହିଁ ଦେଖାଯାଇଥାଏ । ସବୁବେଳେ ବାହାବାହା ସାଉଁଟୁଥିବା କ୍ରିକେଟର ବିରାଟ୍‌ କୋହଲିଙ୍କୁ ମଧ୍ୟ ରବିବାର ଫ୍ୟାନ୍ସମାନଙ୍କ ଆକ୍ରୋଶର ଶିକାର ହେବାକୁ ପଡ଼ିଛି । ସୂଚନାଯୋଗ୍ୟ, ବିରାଟ କୋହଲି ନିଜ ଅଫିସିଆଲ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଦିପାବଳୀ ଓ ବାଣ ଫୁଟାକୁ ନେଇ ଏକ ଭିଡିଓ ପୋଷ୍ଟ କରିଥିଲେ । ଏହାପରେ ତାଙ୍କୁ ଫ୍ୟାନ୍ସମାନଙ୍କ ଅସନ୍ତୋଷର ସାମ୍ନା କରିବାକୁ ପଡ଼ିଛି । ଭିଡିଓରେ ବିରାଟ ବାଣ ନ ଫୁଟାଇବା ପାଇଁ ପରାମର୍ଶ ଦେଇଛନ୍ତି । ଯେଉଁଥିରେ କି ଫ୍ୟାନ୍ସମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ବିରାଟ୍ କୋହଲି ନିଜ ଅଫିସିଆଲ୍‌ ଟ୍ୱିଟର ଆକାଉଣ୍ଟରେ ଯେଉଁ ଭିଡିଓ ସେୟାର କରିଛନ୍ତି, ସେଥିରେ ସେ କହିଛନ୍ତି ଯେ ଚଳିତ ବର୍ଷ ପୁରା ବିଶ୍ୱ ପାଇଁ ବିଶେଷକରି ଭାରତବାସୀଙ୍କ ପାଇଁ ଦୁଃଖଦାୟକ ଥିଲା । ଏଥିପାଇଁ ଆମେ ସମସ୍ତେ ଦିପାବଳୀକୁ ଉତ୍ସାହର ସହ ଅପେକ୍ଷା କରିଛୁ । ଦିପାବଳୀ ଯେତିକି ପାଖେଇବ, ସେ ଏହାକୁ କେମିତି ପାଳନ କରିବା ସେନେଇ କିଛି ନା କିଛି ଟିପ୍ସ ସେୟାର କରିବେ ।

ଭିଡିଓକୁ ପୋଷ୍ଟ କରି ବିରାଟ୍ କୋହଲି ଲେଖିଛନ୍ତି ଯେ, ଆଗାମୀ କିଛି ସପ୍ତାହ ମଧ୍ୟରେ ସେ ଦିପାବଳୀ ପାଳନର କିଛି ଭିଡିଓ ଟିପ୍ସ ସେୟାର କରିବେ । ଯେଉଁଥିରେ ସେ କହିବେ, କିଭଳି ପରିବାର ତଥା ପ୍ରିୟଜନ ମାନଙ୍କ ସହ ଦିପାବଳୀ ପାଳନ କରିବା ଉଚିତ୍‌ । କୋହଲି ପୂର୍ବରୁ ମଧ୍ୟ ବିନା ବାଣରେ ତଥା ପ୍ରଦୂଷଣ ମୁକ୍ତ ଦିପାବଳୀ ପାଳନକୁ ସମର୍ଥନ କରିଆସିଛନ୍ତି । ଏମିତିରେ ଏହି ଭିଡିଓ ପରେ ଫ୍ୟାନ୍ସମାନେ ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରିବା ଆରମ୍ଭ କରିଦେଲେଣି । ବିରାଟ୍‌ କୋହଲିଙ୍କ ଏହି ଭିଡିଓ ଅନେକ ଫ୍ୟାନ୍ସମାନଙ୍କୁ ପସନ୍ଦ ଆସିନାହିଁ । ସେମାନେ ବିରାଟଙ୍କୁ ଏହି ଭିଡିଓ ପାଇଁ ଟ୍ରୋଲ କରିବା ସହ ବାଣ ନଫୁଟାଇବା ପରାମର୍ଶକୁ ନେଇ ତାତ୍ସଲ୍ୟ କରିଛନ୍ତି ।

ସୂଚନାଯୋଗ୍ୟ, IPL ୨୦୨୧ରେ ରୟାଲ ଚ୍ୟାଲେଞ୍ଜର୍ସ ବ୍ୟାଙ୍ଗଲୋର ଏଲିମିନେଟର ରାଉଣ୍ଡରୁ ବିଦା ହେବା ପରେ ବିରାଟ କୋହଲି ଟି-ଟ୍ୱେଣ୍ଟି ବିଶ୍ୱକପ୍‌ର ବାୟୋ ବବୁଲ ସହ ଯୋଡ଼ି ହୋଇସାରିଛନ୍ତି । ଅଧିନାୟକ ଭାବେ ବିରାଟ କୋହଲିଙ୍କ ଏହି ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଶେଷ ଟୁର୍ଣ୍ଣାମେଣ୍ଟ ହେବ । ଏହାପରେ ସେ ଟି-ଟ୍ୱେଣ୍ଟି ଫର୍ମାଟରୁ ଅଧିନାୟକ ପଦ ଛାଡ଼ୁଛନ୍ତି । ଏନେଇ ସେ କିଛି ଦିନ ପୂର୍ବରୁ ଘୋଷଣା କରି ସାରିଛନ୍ତି । ଏହି ବିଶ୍ୱକପ୍‌ ପାଇଁ ମହେନ୍ଦ୍ର ସିଂହ ଧୋନୀଙ୍କୁ ମେଣ୍ଟର ଭାବେ ଦାୟିତ୍ୱ ଦିଆଯାଇଛି । ତେଣୁ ଆଶା କରାଯାଉଛି ଯେ, ବିରାଟ ନିଜ ଅଧିନାୟକତ୍ୱରେ ଏଥର ଆଇସିସି ଟ୍ରଫି ହାସଲ କରିବାରେ ସଫଳ ହେବେ ।