• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନୂଆଦିଲ୍ଲୀ: ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୧ରେ ବିରାଟ ବାହିନୀ ପାକିସ୍ତାନ ବିରୋଧରେ ନିଜର ଅଭିଯାନ ଆରମ୍ଭ କରିବ । ଏହାରି ଭିତରେ ଇଂଲଣ୍ଡର ପୂର୍ବତନ ଅଧିନାୟକ ନାସିର ହୁସେନ କହିଛନ୍ତି, ନକ୍‌ଆଉଟ୍‌ ମ୍ୟାଚ୍‌ରେ ଭାରତକୁ କୌଣସି ବି ଟିମ୍‌ ହରାଇପାରିବ । ଏହାର କାରଣ ମଧ୍ୟ ସେ କହିଛନ୍ତି । ତାଙ୍କ କହିବାନୁଯାୟୀ, ବ୍ୟାକ୍‌ଫ୍ଲିପ୍‌ ଯୋଜନାରେ ଅଭାବ ଓ ଖେଳର ସବୁଠାରୁ ଛୋଟ ଫର୍ମାଟ୍‌ରେ ଆନିଶ୍ଚିତତା କାରଣରୁ ଭାରତକୁ କେହି ବି ନକ୍‌ଆଉଟ୍‌ ମ୍ୟାଚ୍‌ରେ ପରାସ୍ତ କରିପାରିବେ । ଅଭ୍ୟାସ ମ୍ୟାଚ୍‌ରେ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆକୁ ହରାଇ ଭାରତ ଜବରଦସ୍ତ ଫର୍ମରେ ଥିବା ପ୍ରମାଣ କରିସାରିଛି । ଆଇପିଏଲ୍‌ ଯୋଗୁଁ ଖେଳାଳିଙ୍କ ଭଲ ଅଭ୍ୟାସ୍‌ ରହିଛି ।

ହୁସେନ ସ୍କାଇ କ୍ରିକେଟ୍‌ ସହ ଏକ ସାକ୍ଷାତକାରରେ କହିଛନ୍ତି ଯେ, ଭାରତ ଟାଇଟଲ ହାସଲ କରିବା ପାଇଁ ଦାବିଦାର ସତ କିନ୍ତୁ ଏବେ ସେ ଏହାକୁ ମାନିବାକୁ ଟିକେ ଅମଙ୍ଗ । କାରଣ ଏହି ଫର୍ମାଟ୍‌ କ୍ରିକେଟ୍‌ରେ ଅନିଶ୍ଚିତତା ଅଧିକ । ସେ କହିଛନ୍ତି ଏହି ଫର୍ମାଟ୍‌ରେ କୌଣସି ଗୋଟିଏ ଖେଳାଳିଙ୍କ ୭୦ରୁ ୮୦ ରନ୍‌ ମ୍ୟାଚ୍‌ର ମୋଡ଼ ବଦଳାଇଦେଇପାରେ । ଏମିତିକି ମାତ୍ର ତିନୋଟି ବଲ୍‌ରେ ବି ମ୍ୟାଚ୍‌ର ଗତି ପରିବର୍ତ୍ତନ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଏଥିପାଇଁ କୌଣସି ବି ଟିମ୍‌ ନକ୍‌ଆଉଟ୍‌ ମ୍ୟାଚ୍‌ରେ ଭାରତକୁ ହରଡ଼ଘଣାରେ ପକାଇପାରେ । ଆଇସିସି ପ୍ରତିଯୋଗିତାର ନକଆଉଟ୍‌ରେ ଭାରତର ପ୍ରଦର୍ଶନର ରେକର୍ଡ ଖରାପ ଥିବା କଥା ମଧ୍ୟ କହିଛନ୍ତି ହୁସେନ୍‌ ।

ଆଇସିସି ଟୁର୍ଣ୍ଣାମେଣ୍ଟରେ ଭାରତର ରେକର୍ଡ ଭଲ ନାହିଁ

ଭାରତ ନିଜର ଶେଷ ଆଇସିସି ଟ୍ରଫି ୨୦୧୩ରେ ଏମ୍‌ଏସ୍‌ ଧୋନୀଙ୍କ ନେତୃତ୍ୱରେ ଚାମ୍ପିଅନ୍‌ ଟ୍ରଫି ଫାଇନାଲରେ ଇଂଲଣ୍ଡକୁ ହରାଇଥିଲା ହାସଲ କରିଥିଲା । ଏହାପରେ ଭାରତର ପ୍ରଦର୍ଶନ ଖୁବ୍‌ ଖରାପ ରହିଥିଲା । ୨୦୧୫ ବିଶ୍ୱକପ୍‌, ୨୦୧୬ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଓ ୨୦୧୯ ବିଶ୍ୱକପ୍‌ରେ ଭାରତ ସେମିଫାଇନାଲରୁ ବାଦ୍‌ ପଡ଼ିଥିଲା । କିନ୍ତୁ ୨୦୧୭ ଚାମ୍ପିଅନ୍ସ ଟ୍ରଫି ଓ ଚଳିତ ବର୍ଷ ବିଶ୍ୱ ଟେଷ୍ଟ ଚାମ୍ପିଅନ୍‌ସିପ୍‌ରେ ଭାରତର ପ୍ରଦର୍ଶନ ଭଲ ରହିଥିଲା । ଆଉ ଦଳ ଏହି ଟୁର୍ଣ୍ଣାମେଣ୍ଟରେ ରନରସପ୍‌ ଟାଇଟଲ ହାସଲ କରିଥିଲା । ହୁସେନ୍‌ କହିଛନ୍ତି, ଆଇସିସି ଟୁର୍ଣ୍ଣାମେଣ୍ଟରେ ଗତ କିଛି ବର୍ଷ ହେବ ଭାରତର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି । ଆଉ ଏଥିରୁ ତାଙ୍କୁ ବାହାରିବାକୁ ପଡ଼ିବ । ଯେତେବେଳେ ଟିମ୍‌ ନକ୍‌ଆଉଟ୍‌ ଖେଳୁଛି ସେତେବେଳେ ଭାରତୀୟ ଦର୍ଶକ ଓ ପ୍ରଶଂସକଙ୍କ ଆଶାର ଚାପ ଅଧିକ ରହୁଛି । ଯାହାସହ ଭାରତକୁ ଲଢ଼ିବାକୁ ହେବ ।

ଭାରତ ପାଖରେ ବ୍ୟକ୍‌ଫ୍ଲିପ୍‌ ଯୋଜନାର ଅଭାବ

ହୁସେନ୍‌ଙ୍କୁ ଲାଗୁଛି ଯେ, ନକ୍‌ଆଉଟ୍‌ ମ୍ୟାଚ୍‌ରେ ଓପନିଂ ବ୍ୟାଟ୍ସମ୍ୟାନ୍‌ ବିଫଳ ହେବା ପରେ ଭାରତ ପାଖରେ ବ୍ୟକ୍‌ଫ୍ଲିପ୍‌ ଯୋଜନା ନାହିଁ । ସେ କହିଛନ୍ତି ଯେତେବେଳେ ଟିମ୍‌ ଗୁରୁତ୍ୱପୂର୍ଣ୍ଣ ମୋଡ଼ରେ ରହିଥାଏ ସେତେବେଳେ ତାଙ୍କ ପାଖରେ ବ୍ୟାକ୍‌ଫ୍ଲିପ୍‌ ଯୋଜନାର ଅଭାବ ଥାଏ । ଗତ ବିଶ୍ୱକପ୍‌ରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ରେ ଏହା ସ୍ପଷ୍ଟ ବାରି ହୋଇପଡ଼ୁଛି । ହଠାତ୍‌ ମ୍ୟାଚ୍‌ଟି ଲୋ’ ସ୍କୋରିଂ ହୋଇଥିଲା କାରଣ ଦଳ ପାଖରେ କୌଣସି ବ୍ୟାକ୍‌ଫ୍ଲିପ୍‌ ଯୋଜନା ନଥିଲା ।