• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରବିବାର ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ମଇଦାନକୁ ଓହ୍ଲାଇବ ଭାରତ । ପାକିସ୍ତାନ ବିପକ୍ଷରେ ଆରମ୍ଭ କରିବ ବିଶ୍ୱକପ୍‌ ଅଭିଯାନ । ଯାହାକୁ ନେଇ ଏବେ ସାରା ବିଶ୍ୱରେ ଚର୍ଚ୍ଚା । ସାଧାରଣ ଭାବେ ଭାରତ-ପାକିସ୍ତାନ ମଧ୍ୟରେ ମ୍ୟାଚ୍‌ ହେଲେ ହିଁ ତାହା ଚର୍ଚ୍ଚାର ବିଷୟ ପାଲଟି ଯାଏ । ଆଉ ଏମିତିରେ ଏହା ଟି-ଟ୍ୱେଣ୍ଟି ବିଶ୍ୱକପ୍‌ । ତେବେ ଏହି ମ୍ୟାଚ୍‌ ଉପରେ ସାର ବିଶ୍ୱର ନଜର ରହିଛି । କୁହାଯାଉଛି ରବିବାର ଦୁବାଇରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ରେ ଏବେ ସୁଦ୍ଧା ୧୦୦୦ କୋଟି ଟଙ୍କାର ସଟ୍ଟା ଲାଗି ସାରିଲାଣି । ସବୁଠାରୁ ବଡ଼ କଥା ହେଲା ସବୁ ଜୁଆଡ଼ିମାନଙ୍କର ପ୍ରଥମ ପସନ୍ଦ ଭାରତ । ସମସ୍ତେ ଭାରତ ସପକ୍ଷରେ ଲଗାଇଛନ୍ତି ଟଙ୍କା । ସଟ୍ଟା ବଜାର ଅନୁଯାୟୀ ଟସ୍‌ ପଡ଼ିବା ପରେ ଏହି ସଂଖ୍ୟା ୧୫୦୦ରୁ ୨୦୦୦ କୋଟି ପର୍ଯ୍ୟନ୍ତ ଛୁଇଁବ ବୋଲି ଆଶା କରାଯାଉଛି ।

ମିଳିଥିବା ସୂଚନା ଅନୁଯାୟୀ, ଦୁବାଇରେ ଏବେ ଦେଶର ଅନେକ ବୁକି ନିଜର ଅଡ୍ଡା ଜମାଇ ସାରିଲେଣି । ଦୁବାଇର ଜଣେ ବଡ଼ ବୁକି ନିଜ ନାଁ ଗୋପନୀୟ ରଖି ସଟ୍ଟା ବଜାରର ଦର ଓ ଫେଭରାଇଟ୍ ଟିମ୍‌ ବିଷୟରେ ସମ୍ୟକ୍‌ ସୂଚନା ଦେଇଛନ୍ତି । ଭାରତର ରେଟ୍‌ ଏବେ ୫୭-୫୮ ରହିଛି । ଅନ୍‌ଲାଇନ୍‌ରେ ମଧ୍ୟ ଅନେକ ଛୋଟ ବଡ଼ ଓ ହାଇପ୍ରୋଫାଇଲ ଜୁଆଡ଼ି କୋଟି କୋଟି ଟଙ୍କା ଲଗାଇଛନ୍ତି ।

ଏଣ୍ଟି କରପ୍‌ସନ୍‌ ୟୁନିଟ୍‌ର ନଜର

ବିସିସିଆଇର ଏଣ୍ଟି କରପ୍ସନ୍‌ ୟୁନିଟ୍‌ର ବଡ଼ ବଡ଼ ଅଧିକାରୀମାନେ ଏହି ସମୟରେ ଦୁବାଇ ଓ ଆବୁଧାବୀରେ ଡେରା ପକାଇଛନ୍ତି । ଆଉ ସବୁ ମ୍ୟାଚ୍‌ ଉପରେ ନଜର ରଖିଛନ୍ତି । ବିସିସିଆଇ ଆଣ୍ଟି କରପ୍‌ସନ୍‌ ୟୁନିଟ୍‌ର ଜଣେ ବଡ଼ ଅଧିକାରୀଙ୍କ ସହ ଏନେଇ ଆଲୋଚନା ମଧ୍ୟ ହୋଇଛି । ତାଙ୍କର କହିବାନୁଯାୟୀ, ‘ଆମର ଅଧିକାରୀ ଓ ଲୋକାଲ ଏଜେନ୍ସି ପ୍ରତ୍ୟେକଙ୍କ ଗତିବିଧି ଉପରେ ନଜର ରଖିଛି । ଯେଉଁଥିରେ ଖେଳାଳିଙ୍କ ସୁରକ୍ଷାଠାରୁ ଆରମ୍ଭ କରି ବିଭିନ୍ନ ପ୍ରସଙ୍ଗ ସାମିଲ ରହିଛି ।’

ଅନ୍‌ଲାଇନ୍‌ ଜୁଆ ରାକେଟ୍‌

ତେବେ ଅଧିକାରୀ ଜଣକ ଭାରତ-ପାକିସ୍ତାନ ମ୍ୟାଚ୍‌ରେ ୧୦୦୦ କୋଟି ଟଙ୍କାର ସଟ୍ଟା ଲାଗିଥିବା ନେଇ କୌଣସି ପ୍ରତିକ୍ରିୟ ଦେଇ ନାହାନ୍ତି । ସୂଚନାଯୋଗ୍ୟ ଯେ, ସାରା ଦେଶର ପୋଲିସ, ବିଶେଷ କରି କ୍ରାଇମ୍‌ବ୍ରାଞ୍ଚ ସାଇବର ୟୁନିଟ୍‌ର ନଜର ବେଟିଂ ସାଇଟ୍‌ ଓ ଆପ୍‌ ଉପରେ ରହିଛି । ଏହି ବେଟିଂ ୱେବ୍‌ସାଇଟ୍‌ ଗୁଡ଼ିକ ଭାରତ ବାହାରୁ ଅପରେଟିଂ ହେଉଛି । ଯେଉଁଥିରେ ୧୦୦୦ କୋଟି ଟଙ୍କାର ସଟ୍ଟା ଲାଗିଛି ।

ମ୍ୟାଚ୍‌ ଉପରେ ଅଣ୍ଡରୱାର୍ଲ୍ଡ ନଜର

ସମସ୍ତେ ଜାଣନ୍ତି ଭାରତ-ପାକିସ୍ତାନ ମ୍ୟାଚ୍‌ ଦୁବାଇରେ ଖେଳାଯିବ । ତେଣୁ ଅଣ୍ଡରୱାର୍ଲ୍ଡର ହସ୍ତକ୍ଷେପ ରହିବା ସ୍ୱାଭାବିକ୍‌ କଥା । ତାଙ୍କର ସୌକ ହେଉଛି କ୍ରିକେଟ୍‌ ଓ ବିଶେଷ କରି ଭାରତ-ପାକିସ୍ତାନ ମ୍ୟାଚ୍‌ । ଭିନ୍ନ ଭିନ୍ନ ତରିକାରେ ବେଟିଂ କରାଯାଉଛି । ମ୍ୟାଚ୍‌ ଶେଷ ହେବା ପରେ ଟଙ୍କା ଭାଗବଣ୍ଟା ହେବ । ଯେତେବେଳେ ମ୍ୟାଚ୍‌ରେ ପ୍ରଚୁର ମାତ୍ରାରେ ଟଙ୍କା ଲାଗେ, ସେତେବେଳେ ମ୍ୟାଚ୍‌ କିମ୍ବା ଖେଳାଳିଙ୍କୁ ବୁକି ଫିକ୍ସିଂ କରିବାର ଯଥେଷ୍ଟ ସମ୍ଭାବନା ଥାଏ । ଏଭଳି ସ୍ଥିତିରେ ବିସିସିଆଇ କିମ୍ବା ଆଇସିସିର ଏଣ୍ଟି କରପ୍‌ସନ୍‌ ୟୁନିଟ୍‌ ଖେଳାଳିଙ୍କ ଉପରେ ତିକ୍ଷ୍ନ ନଜର ରଖିଥାଏ ।