• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଦେଶ ପାଳୁଛି ୭୫ ତମ ଗଣତନ୍ତ୍ର ଦିବସ । ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍‌ ମାକ୍ରନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି। ଏହି ଅବସରରେ ଭାରତୀୟ ଛାତ୍ରଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ମାକ୍ରନ୍‌ । ଦୁଇ ଦେଶ ମଧ୍ୟରେ ଶିକ୍ଷାଗତ ସମ୍ପର୍କକୁ ବୃଦ୍ଧି କରିବା ପାଇଁ ଏକ ପଦକ୍ଷେପ ନେଇଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି । ୨୦୨୩ ସୁଦ୍ଧା ୩୦ ହଜାର ଛାତ୍ରଛାତ୍ରୀ ଫ୍ରାନ୍ସ ବିଶ୍ୱ ବିଦ୍ୟାଳୟରେ ପାଠ ପଢିବାର ସୁଯୋଗ ପାଇବେ ବୋଲି ସେ ଘୋଷଣା କରନ୍ତି । ଏନେଇ ସୋସି୍ରାଲ ମିଡିଆ ପ୍ଲାଟଫର୍ମ ‘X’ରେ ଘୋଷଣା କରିଛନ୍ତି ଇମାନୁଏଲ ।

ସେ ‘X’ରେ କହିଛନ୍ତି, ‘ଆମେ ଫ୍ରେଞ୍ଚ୍‌ ଶିଖିବା ପାଇଁ ନୂଆ କେନ୍ଦ୍ର ସହିତ ଆଲାଇନ୍ସ ଫ୍ରାଞ୍ଚାଇଜ୍ ନେଟୱାର୍କ ବିକଶିତ କରୁଛୁ । ଯାହା ଦ୍ୱାରା ଫ୍ରାନ୍ସର ବିଶ୍ୱବିଦ୍ୟାଳୟରେ ପଢିବା ପାଇଁ ଛାତ୍ରଛାତ୍ରୀଙ୍କୁ ଏହା ସାହାଯ୍ୟ କରିବ । ଏଠାରେ ଫ୍ରେଞ୍ଚ ଭାଷା ଜାଣିନଥିବା ଛାତ୍ରଛାତ୍ରୀ ସହଜରେ ଅଧ୍ୟୟନ କରିପାରିବେ।’

ଫ୍ରାନ୍ସରେ ପଢିବା ପାଇଁ ଭାରତୀୟ ଛାତ୍ରଛାତ୍ରୀଙ୍କ ଭିସା ପ୍ରକ୍ରିୟା ସହଜ କରାଯିବ । ଭାରତୀୟ ଛାତ୍ରଛାତ୍ରୀମାନଙ୍କୁ ଫ୍ରାନ୍ସରେ ଅଧ୍ୟୟନ କରିବା ପାଇଁ ଫ୍ରାନ୍ସ ସରକାର ପୂର୍ବରୁ ଅନେକ ପଦକ୍ଷେପ ଆପଣାଇଛନ୍ତି । ଏନେଇ ୨୦୧୮ ମସିହାରେ କ୍ୟାମ୍ପନ୍ସ, ଫ୍ରାନ୍ସ ନାମକ ଏକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଯାହା ଫ୍ରାନ୍ସରେ ପାଠ ପଢିବାକୁ ଉଚ୍ଛୁକ ଥିବା ଛାତ୍ରଛାତ୍ରୀମାନଙ୍କୁ ସହାୟତା ଏବଂ ସୂଚନା ପ୍ରଦାନ କରିଥାଏ । ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ପରଠାରୁ ଫ୍ରାନ୍ସରେ ପାଠ ପଢୁଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୨୦ ପ୍ରତିଶତ ବୃଦ୍ଧି ପାଇଛି ।