• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ସମୁଦ୍ରରେ ଲଗାତାର ଜାହାଜ ଉପରେ ମିଶାଇଲ ମାଡ଼ । ଏହାରି ମଧ୍ୟରେ ଗଭୀର ସମୁଦ୍ରରେ ବ୍ରିଟିଶ ତୈଳ ଟ୍ୟାଙ୍କରରେ ମିଶାଇଲ ମାଡ଼ ହୋଇଛି । ଯେଉଁଠି ପାଇଁ ନିଆଁ ଲାଗିଛି । ହାଉତି ବିକ୍ଷୋଭକାରୀ ଟ୍ୟାଙ୍କରକୁ ଟାର୍ଗେଟ କରି ମିସାଇଲ ମାଡ଼ କରିବା ପରେ ଟ୍ୟାଙ୍କରରେ ନିଆଁ ଲାଗିଯାଇଛି । ଏଥିରେ ୨୨ ଜଣ ଭାରତୀୟ ଓ ଜଣେ ବାଂଲାଦେଶୀ ଥିବା ସୂଚନା ମିଳିଛି । ଖବର ପାଇ ଭାରତୀୟ ନୌସେନା ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ସହଯୋଗ କରୁଛି । INS ବିଶାଖାପଟନମ୍‌ର ସାହାଯ୍ୟ ଲୋଢିଛି ବାଣିଜ୍ୟ ଜାହାଜ ମାର୍ଲିନ ଲୌଣ୍ତା ।

ସୂଚନାନୁଯାୟୀ ଇସ୍ରାଏଲ-ହମାସ୍ ବିବାଦ ମଧ୍ୟରେ ଲୋହିତ ସାଗରରେ ବାଣିଜ୍ୟ ଜାହାଜ ଉପରେ ଆକ୍ରମଣକୁ ଜୋରଦାର କରୁଥିବା ହାଉତି ବିଦ୍ରୋହୀଙ୍କ ଉପରେ ଚିନ୍ତା ବଢ଼ିବାରେ ଲାଗିଛି । ଗତକାଲି ଗଫ୍ ଅଫ୍ ଆଡେନରେ ବ୍ରିଟିଶ ଅଏଲ୍ ଟ୍ୟାଙ୍କର ମାର୍ଲିନ ଲୌଣ୍ଡା ଉପରକୁ ମିସାଇଲ ମାଡ କରାଯାଇଥିଲା । ୟେମନର ଇରାନ ସମର୍ଥିତ ହାଉତିମାନେ ଏହି ମିଶାଇଲ ମାଡ଼ କରିଛନ୍ତି । ଫଳରେ ଟ୍ୟାଙ୍କରରେ ନିଆଁ ଲାଗିଯାଇଛି । ଏଥିରେ ୨୨ ଜଣ ଭାରତୀୟ ଥିବା ଖବର ପାଇ ନୌସେନା କର୍ମଚାରୀ ସେଠାରେ ପହଞ୍ଚିଛନ୍ତି । କିନ୍ତୁ ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟ ସଫଳ ହୋଇନାହିଁ ।

INS ବିଶାଖାପଟନମକୁ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ନିଆଁକୁ ଆୟତ୍ତ କରିବା ପାଇଁ ବ୍ୟାପକ ଅଗ୍ନି ନିର୍ବାପକ ଉପକରଣ ସହ ସୁରକ୍ଷାକର୍ମୀଙ୍କୁ ପଠାଯାଇଥିବା ନୌସେନା ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି । ଟ୍ୟାଙ୍କରରେ ୨୨ ଜଣ ଭାରତୀୟଙ୍କ ସମେତ ଜଣେ ବାଂଲାଦେଶ କର୍ମଚାରୀ ମଧ୍ୟ ଅଛନ୍ତି । ତୁରନ୍ତ ସେମାନଙ୍କୁ ଉଦ୍ଧାର ପାଇଁ ପ୍ରୟାସ କରାଯାଉଛି ।