/odishatv-khabar/media/post_attachments/uploadimage/library/16_9/16_9_0/IMAGE_1705830520.jpg)
Maldives President Denies
ଭାରତ-ମାଳଦ୍ୱୀପ ମଧ୍ୟରେ ବୃଦ୍ଧି ପାଇବାରେ ଲାଗିଛି ତିକ୍ତତା। ଏପରିସ୍ଥିତିରେ ଭାରତୀୟ ବିମାନକୁ ଅନୁମତି ନଦେବାରୁ ୧୪ବର୍ଷୀୟ ଅସୁସ୍ଥ ନାବାଳକର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ରାଷ୍ଟ୍ରପତି ମହମ୍ମଦ ମୁଇଜୁ ଏୟାରଲିଫ୍ଟ ପାଇଁ ଯାଇଥିବା ବିମାନକୁ ଅନୁମତି ଦେଇନଥିଲେ। ଫଳରେ ନାବାଳକର ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି।
ମାଳଦ୍ୱୀପର ଦୁର୍ଗମ ଅଂଚଳ କୁହାଯାଉଥିବା ୱିଲମିଙ୍ଗଟନରେ ଜଣେ ନାବାଳକ ବ୍ରେନ ଟ୍ୟୁମର ଓ ଷ୍ଟ୍ରୋକରେ ପୀଡିତ ଥିଲେ। ପିଲାଟିର ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ତାକୁ ରାଜଧାନୀ ମାଲେ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏଥିପାଇଁ ଭାରତଦ୍ୱାରା ପରିଚାଳିତ ଡୋର୍ନିଅୟ ବିମାନ ଏୟାରଲିଫ୍ଟ କରିବାର ଥିଲା। ମାତ୍ର ରାଷ୍ଟ୍ରପତି ବିମାନ ଉଡାଣକୁ ଅନୁମତି ଦେଇନଥିବା ଅଭିଯୋଗ ହୋଇଛି।
ବୁଧବାର ଦିନ ଏୟାରଲିଫ୍ଟ ପାଇଁ ମାଳଦ୍ୱୀପ ସରକାରଙ୍କୁ ବାରମ୍ୱାର ଯୋଗାଯୋଗ କରାଯାଇଥିଲା। ହେଲେ ବିମାନ କର୍ତ୍ତୃପକ୍ଷ କୌଣସି ଜବାବ ଦେଇନଥିଲେ। ଏହାରି ଭିତରେ ୧୬ଘଣ୍ଟା ବିତିଯାଇଥିଲା। ଗୁରୁବାର ଦିନ ସକାଳେ ଅନୁମତି ମିଳିଥିଲା। ମାତ୍ର ଚିକିତ୍ସାରେ ବିଳମ୍ୱ ହେବାରୁ ନାବାଳକଟିର ମୃତ୍ୟୁ ହୋଇଯାଇଥିଲା।
ଏନେଇ ଆସନ୍ଧା କମ୍ପାନୀ ଲିମିଟେଡ ପକ୍ଷରୁ ପ୍ରତିକ୍ରିୟା ମିଳିଛି। କମ୍ପାନୀ କରିବା ମୁତାବକ ଅନୁରୋଧ ଆସିବା ପରେ ତୁରନ୍ତ ସେବା ଯୋଗାଇ ଦିଆଯିବାର ଥିଲା। ମାତ୍ର ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏପରି ବିଳମ୍ୱ ହୋଇଛି। ଯାନ୍ତ୍ରିକ ତ୍ରୁଟି ପାଇଁ ବିମାନ ଉଡାଣ ସମ୍ଭବ ହୋଇନଥିଲା। ତେବେ ଏହାକୁ ନେଇ ଏବେ ରାଜନୀତି ଜୋର ଧରିଛି। ମାଳଦ୍ୱୀପର ଜଣେ ସାଂସଦ ସୋସିଆଲ ମିଡିଆ ଏକ୍ସରେ ଏହାକୁ ନିନ୍ଦା କରିଛନ୍ତି। ସେ କହିଛନ୍ତି ଭାରତ ଉପରେ ଥିବା ରାଷ୍ଟ୍ରପତିଙ୍କ ରାଗ ସୁଝାଇବା ପାଇଁ ଲୋକମାନେ ନିଜ ଜୀବନ ଦେଇ ତାହାର ମୂଲ୍ୟ ଦେବା ଅନୁଚିତ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)