/odishatv-khabar/media/post_attachments/uploadimage/library/16_9/16_9_0/IMAGE_1703337788.jpg)
Drone Attack
ଜାହାଜ ଉପରେ ହେଲା ଡ୍ରୋନ ଆକ୍ରମଣ । କେହି କିଛି ବୁଝିବା ପୂର୍ବରୁ ଲାଗିଗଲା ନିଆଁ । ଜାହାଜରେ ଅଳ୍ପ ନିଆଁ ଲାଗିଥିବାବେଳେ ଜାହାଜରେ ଥିବା ଲୋକମାନଙ୍କ ଜୀବନ ଅଳ୍ପକେ ବର୍ତ୍ତିଯାଇଛି । ଅଶୋଧିତ ତୈଳ ନେଇ ଆସୁଥିବା ଜାହାଜ ଉପରେ ଡ୍ରୋନ୍ ସହାୟତାରେ ଆକ୍ରମଣ ହୋଇଥିବା ସୂଚନା ମିଳିଛି ।
ସୂଚନା ଅନୁସାରେ ଆକ୍ରମଣରେ ଜାହାଜଟିରେ ଆଂଶିକ ଭାବେ ନିଆଁ ଲାଗିଯାଇଥିଲା । ହେଲେ ପରେ ଏହାକୁ ଆୟତ୍ତ କରାଯାଇଛି । ଡ୍ରୋନ ଆକ୍ରମଣରେ କ୍ଷତିଗ୍ରସ୍ତ ଜାହାଜ ହେଉଛି ଏମଭି ଚେମ୍ ପ୍ଲଟୋ । ଆରବ ସାଗରରେ ଘଟିଛି ଏହି ଘଟଣା । ଏଭଳି ଘଟଣା ପରେ ଜାହାଜର ସୁରକ୍ଷା ପାଇଁ ଆଗକୁ ପାଦ ବଢାଇଛି ଭାରତୀୟ ନୌସେନା । କୋଷ୍ଟଗାର୍ଡ ଜାହାଜ I
CGS ବିକ୍ରମକୁ ସୁରକ୍ଷା ଦାୟିତ୍ୱ ଦିଆଯାଇଛି । ଏହି ଜାହାଜଟି ଗୁଜରାଟର ପୋରବନ୍ଦରରୁ ୨୧୭ ନଟିକାଲ ମାଇଲ ଦୂରରେ ରହିଛି । ଜାହାଜରେ ୨୦ ଜଣ ଭାରତୀୟ ନାବିକ ଥିବା ନେଇ ସୂଚନା ମିଳିଛି । ଏମାନେ ସମସ୍ତେ ସୁରକ୍ଷିତ ଥିବା ଜଣାପଡିଛି ।
ପ୍ରତିରକ୍ଷା ବିଭାଗର ସୂଚନା ଅନୁଯାୟୀ, ଏହି ଜାହାଜଟି ଅଶୋଧିତ ତୈଳ ବୋଝେଇ କରି ସାଉଦ ଆରବରୁ କର୍ଣ୍ଣାଟକ ମେଙ୍ଗାଳୁରୁକୁ ଆସୁଥିଲା । ହେଲେ ଜାହାଜରେ ଡ୍ରୋନ ଆକ୍ରମଣ ପରେ ଜାହାଜର ଯାନ୍ତ୍ରିକ ତ୍ରୁଟି ଯୋଗୁ ଚଳାଚଳରେ ବାଧା ଉପୁଜିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)