• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

୨୦୨୪ ମସିହାରେ ରେଡିଓରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ ମନ୍ କି ବାତ୍ କାର୍ଯ୍ୟକ୍ରମ । ଗଣତନ୍ତ୍ର ଦିବସରେ ନାରୀ ଶକ୍ତି ପ୍ରଦର୍ଶନ ସହ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ପ୍ରତିଷ୍ଠା ଆଦି ପ୍ରସଙ୍ଗରେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତୀୟ ସମ୍ବିଧାନକୁ ପୁରିଛି ୭୫ ବର୍ଷ । ଆଉ ଚଳିତବର୍ଷ ହିଁ ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହୋଇଛି। ଶ୍ରୀରାମଙ୍କ ରାଜ୍ୱତି ସମ୍ବିଧାନ ପ୍ରଣେତାଙ୍କୁ ମଧ୍ୟ ଅନେକ ପ୍ରେରଣା ଓ ଦିଗଦର୍ଶନ ଯୋଗାଇଥିଲା ବୋଲି ମନ କି ବାତରେ କହିଛନ୍ତି ପ୍ରଧାନମନ୍ତ୍ରୀ ।

ଅଯୋଧ୍ୟାରେ ଶ୍ରୀରାମଙ୍କ ମନ୍ଦିରର ପ୍ରାଣ ପ୍ରତିଷ୍ଠା ହିଁ କୋଟି କୋଟି ଭାରତୀୟଙ୍କୁ ଏକାଠି ଯୋଡିଛି । ଏଥିପାଇଁ ରାମ ପ୍ରତ୍ୟେକଙ୍କ ହୃଦୟରେ ସ୍ଥାନ ପାଇବା ସହ ପ୍ରତିଟି ଶବ୍ଦରେ ରହିଛନ୍ତି। ଭାରତର ଅଗ୍ରଣୀ କ୍ଷେତ୍ରରେ ପ୍ରଭୁ ରାମଙ୍କ ରହିଛି ଭୂମିକା। ତା’ସହ ଗଣତନ୍ତ୍ର ଦିବସ ଏଥର ଚମତ୍କାର ଢଙ୍ଗରେ ପାଳନ ହୋଇଛି । ଏଥର ସାଧାରଣତନ୍ତ୍ର ଦିବସରେ ମହିଳାଙ୍କ ଶକ୍ତି ପ୍ରଦର୍ଶନ ଚର୍ଚ୍ଚାରେ ରହିଛି । କର୍ତ୍ତବ୍ୟ ପଥରେ ମହିଳାମାନେ ଯେଉଁଭଳି ଭାବେ ନିଜ ପରାକାଷ୍ଠା ଦେଖାଇଲେ ସେଥିପାଇଁ ଆମେ ସମସ୍ତେ ଗର୍ବିତ।

ସେହିପରି ପ୍ରଜ୍ଞାପନ ମେଢରେ ସାମିଲ ମହିଳା, ୧୫ ଶହରୁ ଅଧିକ ଯୁବତୀ ମଧ୍ୟ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ଯାହା ପ୍ରଶଂସନୀୟ । ତାହା ସହ ଡିଆରଡିଓର ପ୍ରଜ୍ଞାପନ ମେଢ ସମସ୍ତଙ୍କର ଆକର୍ଷଣ ବିନ୍ଦୁ ଥିଲା । ଜଳ, ସ୍ଥଳ, ଆକାଶ, ସାଇବର ଏବଂ ମହାକାଶ କ୍ଷେତ୍ରରେ କିଭଳି ମହିଳାମାନେ ଆମ ଦେଶକୁ ସୁରକ୍ଷା ଦେଉଛନ୍ତି ତାହା ଅବର୍ଣ୍ଣନୀୟ ବୋଲି କହିଥିଲେ ମୋଦି ।