କେଉଁ କେଉଁ ଦେଶ ଚନ୍ଦ୍ରପୃଷ୍ଠରେ ସଫଳ ଭାବରେ ଲ୍ୟାଣ୍ଡିଂ କରିପାରିଛନ୍ତି । ଚତୁର୍ଥ ଦେଶ ଭାବରେ ଚନ୍ଦ୍ରରେ ସପ୍ଟଲ୍ୟାଣ୍ଡିଂ କରିବ ଭାରତ !!
ଚନ୍ଦ୍ରୟାନ-୩ର ସଫଳତା ପାଇଁ ଦେଶର କୋଣଅନୁକୋଣରେ ସବୁଠି ଚାଲିଛି ପୂଜାର୍ଚ୍ଚନା। କେଉଁଠି ଆଳତି କରାଯାଉଛି ତ ଆଉ କେଉଁଠି ପ୍ରାର୍ଥନା କରୁଛନ୍ତି ଛାତ୍ରଛାତ୍ରୀ...
୨୦୧୯ ମସିହା ଜୁଲାଇ ୨୨, ଉତ୍କ୍ଷେପଣ ହୋଇଥିଲା ଚନ୍ଦ୍ରୟାନ-୨। ଜହ୍ନ ଅଭିମୁଖେ ଯାଇଥିଲା ଲ୍ୟାଣ୍ଡର ବିକ୍ରମ, ରୋଭର୍ ପ୍ରଜ୍ଞାନ ଏବଂ ଅର୍ବିଟର ମଡ୍ୟୁଲ୍। ତେବେ ସେପ୍ଟେମ୍ବର ୭ରେ ସଫଳ ହୋଇପାରିନଥିଲା ସଫ୍ଟଲ୍ୟାଣ୍ଡିଂ ପ୍ରକ୍ରିୟା।
ଚନ୍ଦ୍ରୟାନ-୩ ଲ୍ୟାଣ୍ଡର୍ ଓ ରୋଭରକୁ ମିଶାଇ ଓଜନ ୧ହଜାର ୭୪୯.୮୬ କିଲୋଗ୍ରାମ । ଉଭୟଙ୍କ କାର୍ଯ୍ୟକାଳ ୧୪ ଦିନ ।
ଆଜି ଭାରତ ପାଇଁ ଚନ୍ଦ୍ରୟାନ ମୁହୂର୍ତ୍ତ । ସାରା ଦେଶକୁ ଘାରିଛି ଚନ୍ଦ୍ରୟାନ ଫିଭର୍। ଆଜି ସନ୍ଧ୍ୟାରେ ଚନ୍ଦ୍ରର ଦକ୍ଷିଣମେରୁରେ ସଫ୍ଟଲ୍ୟାଣ୍ଡିଂ କରିବ ଚନ୍ଦ୍ରୟାନ-୩ର ଲ୍ୟାଣ୍ଡର ବିକ୍ରମ।
ଆସନ୍ତାକାଲି ନହେଲେ ୨୭ ତାରିଖରେ ଚନ୍ଦ୍ରରେ ଓହ୍ଲାଇବ ଚନ୍ଦ୍ରୟାନ-୩। କାଲି ଯଦି ପରିସ୍ଥିତି ଅନୁକୂଳ ନହେଲା, ୨୭ରେ ଲ୍ୟାଣ୍ଡିଂ କରାଯିବ। ଏନେଇ ଇସ୍ରୋର ବରିଷ୍ଠ ବୈଜ୍ଞାନିକ ନିଲେଶ ଦେଶାଇ ସୂଚନା ଦେଇଛନ୍ତି।
ଚନ୍ଦ୍ରର ଭୂଚଳନ, ଆଭ୍ୟନ୍ତରୀଣର ଗଠନ ସଂପର୍କରେ ତଥ୍ୟ ସଂଗ୍ରହ । ପ୍ଲାଜମାର ସାନ୍ଦ୍ରତା, ତାପମାତ୍ରା ମାପିବ ପ୍ରଜ୍ଞାନ ।
ସଫ୍ଟ ଲ୍ୟାଣ୍ଡିଂ ପୂର୍ବରୁ ଜହ୍ନର ପୁଣି ନୂଆ ଫଟୋ ପଠାଇଲା ଚନ୍ଦ୍ରଯାନ- ୩ର ଲ୍ୟାଣ୍ଡର । କେଉଁ ସ୍ଥାନରେ କରାଯିବ ଲ୍ୟାଣ୍ଡିଂ,ଫଟୋ ଦେଖି ନିଷ୍ପତ୍ତି ନେବ ଇସ୍ରୋ । ଲ୍ୟାଣ୍ଡିଂ ବେଳେ ପାହାଡ଼ କିମ୍ବା ଗର୍ତ୍ତ ଯେଭଳି ବାଧକ ନ ସାଜେ ସେନେଇ ହେବ ସହାୟକ ।
ଅବତରଣ ପ୍ରକ୍ରିୟା ଅଗଷ୍ଟ ୨୩ ସନ୍ଧ୍ୟା ୫ଟା ୪୫ରେ ଆରମ୍ଭ । ସନ୍ଧ୍ୟା ୬ଟା ୦୪ରେ ଚନ୍ଦ୍ରପୃଷ୍ଠକୁ ଛୁଇଁବ । ଲ୍ୟାଣ୍ଡର୍ ୧୯ ମିନିଟ୍ ଭିତରେ ୨୫ କିମି ଉଚ୍ଚତାରୁ ଖସିବ ।
ଅପରାହ୍ମ ୫ଟା ୪୫ରୁ ଅବତରଣ ପ୍ରକ୍ରିୟା ଆରମ୍ଭ । ସଫଳ ହେଲା ଚନ୍ଦ୍ରଯାନ-୩ ର ଦ୍ୱିତୀୟ ଡିବୁଷ୍ଟିଂ ।
ବର୍ତ୍ତମାନ ଅବତରଣ କରିବା ପର୍ଯ୍ୟନ୍ତ ଯାତ୍ରା ନିଜେ ସମାପ୍ତ କରିବ ଲ୍ୟାଣ୍ଡର୍
ସରିଲା ଚନ୍ଦ୍ରୟାନ-୩ର କକ୍ଷପଥ ପରିବର୍ତ୍ତନ ପ୍ରକ୍ରିୟା । ଆଜି ଇସ୍ରୋ ପାଇଁ ଆଉ ଏକ ଅଗ୍ନି ପରୀକ୍ଷା ।
ସନ୍ଧ୍ୟା ୭ଟା ବେଳେ ଏହି ପ୍ରକ୍ରିୟାରେ ସଫଳ ହୋଇଛି ଇସ୍ରୋ । ଜୁଲାଇ ୧୪ରେ ଉତକ୍ଷେପଣ ହୋଇଥିଲା ଚନ୍ଦ୍ରୟାନ-୩ । ୨ ସପ୍ତାହ ପୃଥିବୀ ପରିକ୍ରମା ପରେ ଅଗଷ୍ଟ ୧ରେ ଚନ୍ଦ୍ର ଆଡ଼କୁ ଯାଇଥିଲା ।
ଚନ୍ଦ୍ରର ମାଧ୍ୟାକର୍ଷଣ ଶକ୍ତି ଦୁର୍ବଳ ହୋଇଥିବାରୁ, ଠିକ୍ ସମୟରେ ସ୍ପେଶକ୍ରାଫ୍ଟର ବେଗ ହ୍ରାସ କରିବା ଇସ୍ରୋ ପାଇଁ ବଡ଼ ଚାଲେଞ୍ଜ ରହିବ ।
ବାଲେଶ୍ୱର ଜିଲ୍ଲା ସୋର ଥାନା ପାରମହଲା ଗାଁକୁ ନେଇ ଏବେ ଜୋରଦାର ଚର୍ଚ୍ଚା l ଚର୍ଚ୍ଚାର କାରଣ ଶୁଣିଲେ ଆପଣ ବି ତାଜୁବ ହୋଇଯିବେ l ଇତିହାସ ରଚିଥିବା ଚନ୍ଦ୍ରାୟନ-୩ର ଅବିକଳ ନକଲ କରିଛନ୍ତି ସୋର ଅଞ୍ଚଳର ଜଣେ ଯୁବକ ଏସ.କେ ସାହାରାଉଦ୍ଦିନ..
ଖାଲି ମହିଳା ନୁହେଁ ପୁରୁଷମାନେ ମଧ୍ୟ କାନ ଫୋଡ଼ାନ୍ତି। କିନ୍ତୁ ଆପଣ ଜାଣନ୍ତି କି କାନ ଫୋଡ଼ିବା କେବଳ ଏକ ଫ୍ୟାଶନ ନୁହେଁ, ଏହା ପଛରେ କେତେକ ବୈଜ୍ଞାନିକ କାରଣ ମଧ୍ୟ ଅଛି। ତେବେ ଆସନ୍ତୁ ଏ ବିଷୟରେ ଜାଣିନେବା।
ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ବର୍ତ୍ତମାନ ଚନ୍ଦ୍ରୟାନ ୩ର ଉତ୍କ୍ଷେପଣ କରିଛି। ଉତ୍କ୍ଷେପଣ ହେବା ପରେ ଏହା ୨୩ କିମ୍ବା ୨୪ ଅଗଷ୍ଟରେ ଚନ୍ଦ୍ର ପୃଷ୍ଠରେ ସପ୍ଟ ଲାଣ୍ଡିଂ କରିବ ବୋଲି ଆଶା କରାଯାଉଛି। ISRO ଚନ୍ଦ୍ରୟାନ -୩ ରେ ମଧ୍ୟ ଅନେକ ପରିବର୍ତ୍ତନ କରିଛି।
୬ ସେପ୍ଟେମ୍ବର, ୨୦୧୯ର ରାତି ଗୋଟାଏ ୩୮ । ଚନ୍ଦ୍ରର ଦକ୍ଷିଣ ମେରୁରେ କଷ୍ଟସାଧ୍ୟ ଚନ୍ଦ୍ରାବତରଣର ପ୍ରକ୍ରିୟା ଆରମ୍ଭ ହୋଇଥିଲା । ବିକ୍ରମ ଲ୍ୟାଣ୍ଡର୍ ସଫ୍ଟ ଲ୍ୟାଣ୍ଡି କରିଥାନ୍ତା ।ରୋଭର୍ ପ୍ରଜ୍ଞାନକୁ ଚନ୍ଦ୍ରପୃଷ୍ଠରେ ଓହ୍ଲାଇଥାନ୍ତା ଆଉ ଆରମ୍ଭ ହୋଇଥାନ୍ତା, ଜହ୍ନ ରାଇଜର ରହସ୍ୟ ଖୋଜା । ଧୀରେ ଧୀରେ ଦୂରତା କମି କମି ଲ୍ୟାଣ୍ଡର ଓହ୍ଲାଇବାର ଶେଷ ୧୫ ମିନିଟ୍ ଆସି ପହଞ୍ଚିଲା
ଅର୍ବିଟ ରେଜିଂ ମାନୁଭର୍ ପରେ ସର୍ବନିମ୍ନ ଦୂରତା ୧୭୨ କିଲୋମିଟର ଏବଂ ସର୍ବାଧିକ ଦୂରତା ୪୧ ହଜାର ୭୬୨ କିଲୋମିଟରକୁ ବୃଦ୍ଧି ପାଇଛି ।
ନିର୍ଦ୍ଧାରିତ କକ୍ଷପଥରେ ଅବସ୍ଥାପିତ ହେଲା ଚନ୍ଦ୍ରୟାନ-୩..ଜହ୍ନ ରାଇଜ ଅଭିମୁଖେ ଭାରତର ଯାତ୍ରା..
ଆରମ୍ଭ ହୋଇସାରିଛି କାଉଣ୍ଟଡାଉନ୍। ସରିଛି ରିହର୍ସାଲ୍, ମିଳିଛି ଗ୍ରୀନ୍ ସିଗ୍ନାଲ୍। ଲଞ୍ଚପ୍ୟାଡରେ ତୟାର୍ ଇସ୍ରୋର 'ବାହୁବଳୀ'। ଅପେକ୍ଷା.. ଆସନ୍ତାକାଲିର 'ଚନ୍ଦ୍ରୟାନ' ମୁହୂର୍ତ୍ତକୁ।
ଆସନ୍ତାକାଲି ଭାରତର ବହୁ ପ୍ରତୀକ୍ଷିତ ତୃତୀୟ ମୁନ୍ ମିଶନ୍ । ଚନ୍ଦ୍ରଯାନ-୩କୁ ଧରି ଲଞ୍ଚ ପ୍ୟାଡରେ ପ୍ରସ୍ତୁତ ରହିଛି ବୃହତକାୟ ରକେଟ୍ LVM3-M4 । ଏବେ ଶ୍ରୀହରିକୋଟାର ଲଞ୍ଚ ପ୍ୟାଡରେ ସ୍ଥିତି କିଭଳି ରହିଛି ଏବଂ ନିର୍ଦ୍ଧାରିତ ସମୟରେ ଚନ୍ଦ୍ରଯାନ-୩ ଲଞ୍ଚ ହେଲେ ଜହ୍ନ ରାଇଜରେ କେବେ ପାଦ ଥାପିବ, ସେ ନେଇ ଚର୍ଚ୍ଚା ଚାଲିଛି।
ମିଶନର ସଫଳତା କାମନା କରିଛନ୍ତି ଇସ୍ରୋ ଅଧ୍ୟକ୍ଷ ଏସ. ସୋମନା
ଅନ୍ତର୍ଜାତୀୟ ଗଣମାଧ୍ୟମ ୱାଶିଂଟନ୍ ପୋଷ୍ଟରେ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ ଅଛି ଯେ ୨୦୨୫ରେ ସୂର୍ଯ୍ୟ ତାହାର ସୋଲାର ମ୍ୟାକ୍ସିମମ ସ୍ଥିତିକୁ ଆସିଯିବ। ଯାହାକୁ ସାମ୍ନା କରିବାକୁ ଆଜିକାର ଡିଜିଟାଲ ଦୁନିଆ ପ୍ରସ୍ତୁତ ନୁହେଁ। ଇଣ୍ଟରନେଟ୍ ଆପୋକ୍ଲିପ୍ସ ଭଳି ଶବ୍ଦକୁ ନେଇ ସୋସିଆଲ୍ ମିଡିଆ ବ୍ୟବହାରକାରୀଙ୍କ ଭିତରେ ମଧ୍ୟ ବିଭିନ୍ନ ଆଶଙ୍କା ଓ ଚର୍ଚ୍ଚା ହେଉଛି।
ସୋଲାର୍ ଜିଓ-ଇଞ୍ଜିନିୟରିଂ ଦ୍ୱାରା ପୃଥିବୀର ତାପମାତ୍ରା ବୃଦ୍ଧି ବା ଗ୍ଲୋବାଲ୍ ୱାର୍ମିଂ ଏବଂ ଜଳବାୟୁ ପରିବର୍ତ୍ତନ ବା କ୍ଲାଇମେଟ ଚେଞ୍ଜ ର ମୁକାବିଲା କରାଯାଇପାରିବ କି ନାହିଁ, ସେନେଇ ଖୋଲା ମତ ଲୋଡ଼ିଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ୍ ।