Advertisment

ସୂର୍ଯ୍ୟ ଆଡ଼କୁ ଆଉ ପାଦେ ବଢ଼ିଲା ଆଦିତ୍ୟ L1

ପୃଥିବୀର ଦ୍ୱିତୀୟ କକ୍ଷ ପଥକୁ ପରିବର୍ତ୍ତନ ଅର୍ଥାତ ଦ୍ୱିତୀୟ ଅର୍ବିଟ୍ ରେଜିଂ ସଫଳତାର ସହିତ ମିଶନ୍ ଆଦିତ୍ୟ ସମ୍ପୂର୍ଣ୍ଣ କରିଛି। ଏହାପରେ ତୃତୀୟ ଅର୍ବିଟ ରେଜିଂ ଆସନ୍ତା ୧୦ ତାରିଖରେ ହେବ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Aditya-L1 second Earth-bound Op done

Aditya L1’s second orbit ranging successfully done

ସୂର୍ଯ୍ୟ ଆଡ଼କୁ ଆଉ ପାଦେ ବଢ଼ିଲା ଆଦିତ୍ୟ L1। ପୃଥିବୀର ଦ୍ୱିତୀୟ କକ୍ଷ ପଥକୁ ପରିବର୍ତ୍ତନ ଅର୍ଥାତ ଦ୍ୱିତୀୟ ଅର୍ବିଟ୍ ରେଜିଂ ସଫଳତାର ସହିତ ମିଶନ୍ ଆଦିତ୍ୟ ସମ୍ପୂର୍ଣ୍ଣ କରିଛି।  ଆଜି ଭୋର ପ୍ରାୟ ୩ଟା ବେଳେ ଇସ୍ରୋ ପକ୍ଷରୁ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ କରାଯାଇଛି।

Advertisment

ମରିସସ୍, ପୋର୍ଟ ବ୍ଲେୟାର ଓ ବେଙ୍ଗାଲୁରୁରେ ଥିବା ଇସ୍ରୋ ଅଫିସରୁ ଏହି ପ୍ରକ୍ରିୟାର ନିରୀକ୍ଷଣ କରାଯାଇଥିଲା। ଆଦିତ୍ୟର ନୂଆ କକ୍ଷପଥ ୨୮୨ ଗୁଣା ୪୦,୨୨୫ କିଲୋମିଟର ରହିଛି। ଏହାପରେ ତୃତୀୟ ଅର୍ବିଟ ରେଜିଂ ଆସନ୍ତା ୧୦ ତାରିଖରେ ହେବ। 

ଅଧିକ ପଢ଼ନ୍ତୁ: ଚନ୍ଦ୍ରପୃଷ୍ଠରେ କେଉଁଠୁ ଓ କେମିତି ଆସିଲା ସଲଫର୍ ? ଜହ୍ନରେ ଜଳ ଥିବା ଏହା ସ୍ପଷ୍ଟ କରୁଛି କି ?

Advertisment

ମୋଟ୍‌ ୧୬ ଦିନ ମଧ୍ୟରେ ପୃଥିବୀ ଚାରିପଟେ ୫ ଥର ବୁଲି ନିଜ କକ୍ଷପଥକୁ ପ୍ରସାରିତ କରିବା ପରେ ନିଜ ଲକ୍ଷ୍ୟସ୍ଥଳ ଆଡ଼କୁ ଆଗେଇଯିବ ଆଦିତ୍ୟ L1। ଲଞ୍ଚିଂଠାରୁ ୧୨୫ ଦିନ ପରେ ପୃଥିବୀଠୁ ୧୫ ଲକ୍ଷ କିଲୋମିଟର ଦୂରରେ ଥିବା ପ୍ରଥମ ଲଗରାଞ୍ଜ୍ ପଏଣ୍ଟ ବା L1ରେ ପହଞ୍ଚିବ। ସେଠାରେ ଏକ ହାଲୋ ଅର୍ବିଟରେ ବୁଲି ୫ ବର୍ଷ ଯାଏ ନିରବିଚ୍ଛିନ୍ନ ଭାବେ ସୂର୍ଯ୍ୟ ସମ୍ପର୍କିତ ତଥ୍ୟ ସଂଗ୍ରହ କରିବ।

ସେପ୍ଟେମ୍ବର ୨ରେ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟ୍ଟା ସତୀଶ ଧାୱନ ସ୍ପେସ୍‌ ସେଣ୍ଟରରୁ PSLV-C57 ରକେଟ୍ ସହାୟତାରେ ଆଦିତ୍ୟ-L1ର ସଫଳ ଉତ୍‌ଷେପଣ ହୋଇଥିଲା। ଏହା ହେଉଛି ସୂର୍ଯ୍ୟ ଉପରେ ଗବେଷଣା ପାଇଁ ଭାରତର ପ୍ରଥମ ସ୍ପେସ୍‌ ଅବଜର୍ଭେଟୋରି। ସୂର୍ଯ୍ୟର ବିଭିନ୍ନ ସ୍ତର, ସୌର ପବନ ବା ସୋଲାର ୱିଣ୍ଡ୍ ଏବଂ ବିଭିନ୍ନ ଆଲୋକରଶ୍ମି ସମ୍ପର୍କରେ ତଥ୍ୟ ସଂଗ୍ରହ ପାଇଁ ଏଥିରେ ୭ଟି ପେ'ଲୋଡ୍ ବା ଯନ୍ତ୍ରା ଖଞ୍ଜା ଯାଇଛି।

ଅଧିକ ପଢ଼ନ୍ତୁ: ଚନ୍ଦ୍ରରେ ହେଲା କମ୍ପନ ! ଦୋହଲାଇ ଦେବା ଭଳି ଗତିବିଧିକୁ ରେକର୍ଡ କଲା ବିକ୍ରମ...

India Solar Mission Solar Mission Aditya-L1
Advertisment
Advertisment