/odishatv-khabar/media/post_attachments/uploadimage/library/16_9/16_9_0/IMAGE_1692769458.jpg)
Puja rituals performed across India for Chandrayaan-3 soft landing today
ଚନ୍ଦ୍ରୟାନ-୩ର ସଫଳତା ପାଇଁ ଦେଶର କୋଣଅନୁକୋଣରେ ସବୁଠି ଚାଲିଛି ପୂଜାର୍ଚ୍ଚନା। ଗତକାଲି ଗଙ୍ଗା ଆଳତି କରାଯାଇଥିବା ବେଳେ ହାତରେ ତ୍ରିରଙ୍ଗା ଧରି ନଦୀ ଘାଟରେ ଏକାଠି ଆଳତି କରିବା ସହ ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରୟାନ-୩ର ସଫଳ ଅବତରଣ ମନାସିଛନ୍ତି ଦେଶବାସୀ। ବିଭିନ୍ନ ସଙ୍ଗଠନ ଏବଂ ସଂସ୍ଥା ପକ୍ଷରୁ ମନ୍ଦିରରେ ମଧ୍ୟ ପୂଜାର୍ଚ୍ଚନା ଚାଲିଛି।
ସେହିପରି ସ୍କୁଲ୍ ଛାତ୍ରଛାତ୍ରୀମାନେ ଚନ୍ଦ୍ରୟାନ ସମ୍ପର୍କିତ ସମୁହ ଚିତ୍ରାଙ୍କନ କରୁ ଥିବାବେଳେ ଆଉ କେଉଁଠି ଶତାଧିକ ଛାତ୍ରଛାତ୍ରୀ ସମୁହ ପ୍ରାର୍ଥନା କରୁଥିବାର ଦେଖିବାକୁ ମିଳିଛି। ଚନ୍ଦ୍ରୟାନର ସଫଳତା ପାଇଁ ଦେଶର ବିଭିନ୍ନ ସ୍ଥାନରେ ପ୍ରାର୍ଥନା ଓ ଶୁଭକାମନା ଜାରି ରହିଛି। ସେପଟେ ଚନ୍ଦ୍ରୟାନକୁ ନେଇ ସାରା ଦେଶରେ ଉତ୍ସାହ।
ଅଧିକ ପଢ଼ନ୍ତୁ: କିଭଳି ହେବ ଚନ୍ଦ୍ରୟାନ-୩ର ସଫ୍ଟଲ୍ୟାଣ୍ଡିଂ ? ଜାଣନ୍ତୁ, ଏହି ଚ୍ୟାଲେଞ୍ଜପୂର୍ଣ୍ଣ ପ୍ରକ୍ରିୟା...
ପୁରୀ ବେଳାଭୂମିରେ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଛାତ୍ରଛାତ୍ରୀଙ୍କ ଦ୍ୱାରା ସୁନ୍ଦର ଭାବେ ଏକ ପ୍ରତିକୃର୍ତ୍ତି ଅଙ୍କା ଯାଇଛି। ଯେଉଁଥିରେ ଚନ୍ଦ୍ରୟାନ-୩ ମିଶନର ବିଭିନ୍ନ ଘଟଣାବଳୀକୁ ସ୍ଥାନ ଦିଆଯାଇଛି। ଯେପରି ରକେଟ୍ ଉତ୍କ୍ଷେପଣ, ଚନ୍ଦ୍ରକୁ ଯାତ୍ରା, ମହାକାଶରେ ଚନ୍ଦ୍ରୟାନର ଅବସ୍ଥିତି ଇତ୍ୟାଦି। ବାଲିରେ ହୋଇଥିବା ଏହି କଳାକୁ ଦେଖିବାକୁ ପର୍ଯ୍ୟଟକଙ୍କ ଭିଡ଼ ଜମିଛି।
ଅଧିକ ପଢ଼ନ୍ତୁ: କାହିଁକି ଫେଲ୍ ମାରିଥିଲା ‘ଚନ୍ଦ୍ରୟାନ-୨’ର ସଫ୍ଟଲ୍ୟାଣ୍ଡିଂ ? କେଉଁଠି ରହିଲା ଭୁଲ୍ ?
ଅନ୍ୟପକ୍ଷେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରାୟାନ-୩ର ସଫ୍ଟଲାଣ୍ଡିଂ ପ୍ରକ୍ରିୟାକୁ ଦେଖିବେ। ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବା ମୋଦି ଭର୍ଚୁଆଲ୍ ମୋଡ୍ରେ ଏହାକୁ
ଦେଖିବାର କାର୍ଯ୍ୟକ୍ରମ ଧାର୍ଯ୍ୟ କରାଯାଇଛି। ଜୋହନସବର୍ଗରେ ଏନେଇ ବିଶେଷ ଆୟୋଜନ କରାଯାଇଛିା
ଏହି ଐତିହାସିକ ମୁହୂର୍ତ୍ତକୁ ଅନୁଭବ କରିବା ପାଇଁ ଜୋହନସବର୍ଗରେ ବ୍ୟବସ୍ଥା ହୋଇଛି । ପ୍ରଧାନମନ୍ତ୍ରୀଙ୍କ ସହ ଥିବା ଅନ୍ୟ ଭାରତୀୟ ଅଧିକାରୀ ବି ଏହି କାର୍ଯ୍ୟକ୍ରମରେ ଯୋଗଦେବେ।୨୦୧୯ରେ ଚନ୍ଦ୍ରୟାନ-୨ ସମୟରେ ମଧ୍ୟ ଇସ୍ରୋ କାର୍ଯ୍ୟାଳୟକୁ ଯାଇ ପ୍ରଧାନମନ୍ତ୍ରୀ ବୈଜ୍ଞାନିକଙ୍କ ସହ ସାମିଲ ହୋଇଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)