Advertisment

ଚନ୍ଦ୍ରପୃଷ୍ଠରୁ ଆସିଲା ‘ବିକ୍ରମ’ ଫଟୋ, ପ୍ରଥମଥର ଲ୍ୟାଣ୍ଡର ଫଟୋ ପଠାଇଲା ରୋଭର...

ଚନ୍ଦ୍ରପୃଷ୍ଠରେ ପ୍ରଥମଥର ପାଇଁ ଲ୍ୟାଣ୍ଡରର ଫଟୋ ଉଠାଇଛି ରୋଭର। ଅବତରଣ ପରେ ପ୍ରତିଥର ରୋଭର ପ୍ରଜ୍ଞାନର ଚିତ୍ର ଲ୍ୟାଣ୍ଡର ପଠାଉଥିବାବେଳେ ଏଥର କିନ୍ତୁ ଲ୍ୟାଣ୍ଡରର ଫଟୋ ପଠାଇଛି ରୋଭର।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Pragyan Rover clicked an image of Vikram Lander

Pragyan Rover clicked an image of Vikram Lander

ଚନ୍ଦ୍ରପୃଷ୍ଠରୁ ଲ୍ୟାଣ୍ଡର ‘ବିକ୍ରମ’ର ଫଟୋ ଉଠାଇଲା ରୋଭର ‘ପ୍ରଜ୍ଞାନ’। ଚନ୍ଦ୍ରପୃଷ୍ଠରେ ପ୍ରଥମଥର ପାଇଁ ଲ୍ୟାଣ୍ଡରର ଫଟୋ ଉଠାଇଛି ରୋଭର। ଅବତରଣ ପରେ ପ୍ରତିଥର ରୋଭର ପ୍ରଜ୍ଞାନର ଚିତ୍ର ଲ୍ୟାଣ୍ଡର ପଠାଉଥିବାବେଳେ ଏଥର କିନ୍ତୁ ଲ୍ୟାଣ୍ଡରର ଫଟୋ ପଠାଇଛି ରୋଭର। ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡିଂ ପରେ କେମିତି ଛିଡ଼ା ହୋଇଛି ଲ୍ୟାଣ୍ଡର ଏହି ଫଟୋରୁ ସ୍ପଷ୍ଟ ଭାବେ ଜଣାପଡୁଛି। ‘ବିକ୍ରମ’ରେ ଲାଗିଥିବା ୨ ଯନ୍ତ୍ରାଂଶ ‘ଚାଷ୍ଟେ’ ଓ ‘ଇଲ୍‌ସା’ ଫଟୋ ମଧ୍ୟ ରୋଭର ପଠାଇଛି। 

Advertisment

ଚନ୍ଦ୍ରପୃଷ୍ଠରେ ସଲଫର ଉଦ୍ଭାବନ ଲ୍ୟାଣ୍ଡର ସୂଚନା ଦେବାର ଦିନକ ପରେ ଏହି ଫଟୋ ଉଠାଇଛି ରୋଭର ପ୍ରଜ୍ଞାନ। ଚନ୍ଦ୍ରପୃଷ୍ଠରେ ଆଲୁମିନିୟମ, କ୍ୟାଲସିୟମ, ଆଇରନ, କ୍ରୋମିୟମ, ଟାଇଟାନିୟମ, ମାଙ୍ଗାନିଜ, ସିଲିକନ ଏବଂ ଅକ୍ସିଜେନ ଥିବା ନେଇ ମଧ୍ୟ ସୂଚନା ସେୟାର କରିଥିଲା ଇସ୍ରୋ।

Advertisment

ଚନ୍ଦ୍ରୟାନ-୩ ମିଶନରେ ଗତ ୨୩ ତାରିଖରେ ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡ କରିବା ପରେ ପ୍ରଥମ ଥର ଲାଗି ରୋଭର ଏହି ଫଟୋ ଉଠାଇଛି। ଇସ୍ରୋ ପକ୍ଷରୁ ଟ୍ୱିଟରରେ ଏହି ଫଟୋ ଶେୟାର କରାଯାଇଛି। ଏହି ଫଟୋକୁ ‘ଇମେଜ୍ ଅଫ୍ ଦ ମିଶନ’ ବୋଲି କହିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା-ଇସ୍ରୋ।

ଚନ୍ଦ୍ରକୁ ମହାକାଶ ଯାନ ପଠାଇ ବିଶ୍ୱର ଚତୁର୍ଥ ଦେଶ ଭାବେ ଇତିହାସ ରଚିଛି ଭାରତ। ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରୟାନ-୩ ଲ୍ୟାଣ୍ଡିଂ କରିବାରେ ବିଶ୍ୱର ପ୍ରଥମ ଦେଶ ହୋଇଛି ଭାରତ।

Chandrayaan-3
Advertisment
Advertisment