Advertisment

କେମିତି ଦେଖାଯାଏ ପୃଥିବୀ ଓ ଚନ୍ଦ୍ର...ଫଟୋ ଉଠାଇବା ସହ ସେଲ୍‌ଫି ନେଲା ‘ଆଦିତ୍ୟ L1’

ଦେଶର ପ୍ରଥମ ସୂର୍ଯ୍ୟ ଅଭିଯାନ, ଆଦିତ୍ୟ-L1 ଆଜି ପୃଥିବୀ ଓ ଚନ୍ଦ୍ରର ଫଠୋ ପଠାଇଛି। ଏହାସହ ସେଲ୍‌ଫି ମଧ୍ୟ ଉଠାଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
India Solar Mission Aditya L1 Clicks Images Of Earth Moon

India Solar Mission Aditya L1 Clicks Images Of Earth Moon

ଦେଶର ପ୍ରଥମ ସୂର୍ଯ୍ୟ ଅଭିଯାନ, ଆଦିତ୍ୟ-L1 ଆଜି ପୃଥିବୀ ଓ ଚନ୍ଦ୍ରର ଫଠୋ ପଠାଇଛି। ଏହାସହ ସେଲ୍‌ଫି ମଧ୍ୟ ଉଠାଇଛି। L1-Lagrangian Point (ପୃଥିବୀ ଠାରୁ ୧.୫ ମିଲିୟନ କି.ମି. ଦୂରରେ ଅବସ୍ଥିତ) ଆଡ଼କୁ ଅଗ୍ରସର ବେଳେ ଆଦିତ୍ୟ-L1 ଏହି ଫଟୋ ଉଠାଇଥିଲା। 

Advertisment

ଆଦିତ୍ୟ-L1 ଉଠାଇଥିବା ସେଲ୍‌ଫି ସହ ଫଟୋ ଗୁଡ଼ିକୁ ଇସ୍ରୋ ପକ୍ଷରୁ ଟ୍ୱିଟରରେ ଶେୟାର କରାଯାଇଛି। ସେପ୍ଟେମ୍ବର ୨ରେ ଦେଶର ପ୍ରଥମ ସୂର୍ଯ୍ୟ ଅଭିଯାନ ଲଞ୍ଚ ହୋଇଥିଲା। ଶ୍ରୀହରିକୋଟା ସ୍ପେସ୍‌ ସେଣ୍ଟରରୁ ‘ଆଦିତ୍ୟ L1’ ଉତ୍‌କ୍ଷେପଣ କରାଯାଇଥିଲା। ‘ଆଦିତ୍ୟ L1’କୁ ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ୪ ମାସ ସମୟ ଲାଗିବ । ୧୫ ଲକ୍ଷ କି.ମି. ଦୂରତା ଅତିକ୍ରମ କରିବାକୁ ୪ ମାସ ସମୟ ଲାଗିବ ବୋଲି ଇସ୍ରୋ ସୂଚନା ଦେଇଛି।

Advertisment

ମୋଟ୍‌ ୧୬ ଦିନ ମଧ୍ୟରେ ପୃଥିବୀ ଚାରିପଟେ ୫ ଥର ବୁଲି ନିଜ କକ୍ଷପଥକୁ ପ୍ରସାରିତ କରିବା ପରେ ନିଜ ଲକ୍ଷ୍ୟସ୍ଥଳ ଆଡ଼କୁ ଆଗେଇଯିବ ଆଦିତ୍ୟ L1। ଲଞ୍ଚିଂଠାରୁ ୧୨୫ ଦିନ ପରେ ପୃଥିବୀଠୁ ୧୫ ଲକ୍ଷ କିଲୋମିଟର ଦୂରରେ ଥିବା ପ୍ରଥମ ଲଗରାଞ୍ଜ୍ ପଏଣ୍ଟ ବା L1ରେ ପହଞ୍ଚିବ। ସେଠାରେ ଏକ ହାଲୋ ଅର୍ବିଟରେ ବୁଲି ୫ ବର୍ଷ ଯାଏ ନିରବିଚ୍ଛିନ୍ନ ଭାବେ ସୂର୍ଯ୍ୟ ସମ୍ପର୍କିତ ତଥ୍ୟ ସଂଗ୍ରହ କରିବ।

ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟ୍ଟା ସତୀଶ ଧାୱନ ସ୍ପେସ୍‌ ସେଣ୍ଟରରୁ PSLV-C57 ରକେଟ୍ ସହାୟତାରେ ଆଦିତ୍ୟ-L1ର ସଫଳ ଉତ୍‌ଷେପଣ ହୋଇଥିଲା।ଏହା ହେଉଛି ସୂର୍ଯ୍ୟ ଉପରେ ଗବେଷଣା ପାଇଁ ଭାରତର ପ୍ରଥମ ସ୍ପେସ୍‌ ଅବଜର୍ଭେଟୋରି। ସୂର୍ଯ୍ୟର ବିଭିନ୍ନ ସ୍ତର, ସୌର ପବନ ବା ସୋଲାର ୱିଣ୍ଡ୍ ଏବଂ ବିଭିନ୍ନ ଆଲୋକରଶ୍ମି ସମ୍ପର୍କରେ ତଥ୍ୟ ସଂଗ୍ରହ ପାଇଁ ଏଥିରେ ୭ଟି ପେ'ଲୋଡ୍ ବା ଯନ୍ତ୍ରା ଖଞ୍ଜା ଯାଇଛି।

Advertisment
Advertisment