Advertisment

ଆଜି ଆକାଶରେ ଦେଖିବେ ‘ସୁପର ବ୍ଲୁ ମୁନ୍’, ୨୦୦୯ ପରଠୁ ଏଭଳି ନିଆରା ଘଟଣା ଦୃଶ୍ୟମାନ ହୋଇନି...

ଅଗଷ୍ଟ ୩୦ ଅର୍ଥାତ୍‌ ଆଜି ରାତିରେ ଆକାଶରେ ଏକ ସୁନ୍ଦର ଦୃଶ୍ୟ ଦେଖିବାକୁ ପାଇବେ। ଏହାସହ ଚଳିତ ପୂର୍ଣ୍ଣିମା ମଧ୍ୟ ବେଶ୍‌ ଖାସ୍‌ ହେବାକୁ ଯାଉଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Super Blue Moon on August 30

Super Blue Moon on August 30

ଅଗଷ୍ଟ ୩୦ ଅର୍ଥାତ୍‌ ଆଜି ରାତିରେ ଆକାଶରେ ଏକ ସୁନ୍ଦର ଦୃଶ୍ୟ ଦେଖିବାକୁ ପାଇବେ। ଏହାସହ ଚଳିତ ପୂର୍ଣ୍ଣିମା ମଧ୍ୟ ବେଶ୍‌ ଖାସ୍‌ ହେବାକୁ ଯାଉଛି। ଆଜି ଫୁଲ୍‌ ମୁନ୍‌, ସୁପର ମୁନ୍‌ ଓ ବ୍ଲୁ ମୁନ୍‌ ଏକା ସାଙ୍ଗରେ ଦୃଶ୍ୟମାନ ହେବ। ଯାହାକୁ ସୁପର ବ୍ଲୁ ମୁନ୍‌(Super Blue Moon) କୁହାଯାଉଛି। ଆଜି ରାତିରେ ଜହ୍ନ ଅନ୍ୟ ଦିନ ଅପେକ୍ଷା ଅଧିକ ବଡ଼ ଦେଖାଯିବା ସହ ଆହୁରି ଉଜ୍ଜୱଳ ଦିଶିବ। 

Advertisment

ଏଭଳି ନିଆରା ଦୃଶ୍ୟ ଆସନ୍ତା କିଛି ବର୍ଷରେ ଦେଖିବାକୁ ପାଇବେ ନାହିଁ ବୋଲି ମଧ୍ୟ କୁହାଯାଉଛି। ତେବେ ବ୍ଲୁ ମୁନ୍‌ ହେଉଛି କେବଳ ଏକ ଶବ୍ଦ। ଏଥିରେ ଜହ୍ନର ରଙ୍ଗ ନୀଳ ଦେଖାଯିବ ନାହିଁ। ଆକାଶୀୟ ପିଣ୍ଡ ସାମାନ୍ୟଠୁ ଅଧିକ ପୃଥିବୀର ନିକଟତର ହେବ। ସାଧାରଣତଃ ପୂର୍ଣ୍ଣିମା ମାସକୁ ଥରେ ପଡ଼ିଥାଏ। ହେଲେ ଯେତେବେଳେ ବ୍ଲୁ ମୁନ୍‌ ହୁଏ ସେତେବେଳେ ଏହା ଦ୍ୱିତୀୟ ଥର ପଡ଼ିଥାଏ। 

କେତେବେଳେ ହୋଇଥାଏ ସୁପର ବ୍ଲୁ ମୁନ୍‌ ?

ସୁପର ବ୍ଲୁ ମୁନ୍‌ ସେତେବେଳେ ହୋଇଥାଏ ଯେତେବେଳେ ଚନ୍ଦ୍ରର କକ୍ଷପଥ ପୃଥିବୀର ଅତି ନିକଟତର ହୋଇଥାଏ। ସେହି ସମୟରେ ଚନ୍ଦ୍ରର ଆକାର ବଡ଼ ଦିଶିଥାଏ। ନାସା ଅନୁସାରେ, ଅଗଷ୍ଟ ୩୦ ରାତି ୯ଟା ୩୬ରେ ଜହ୍ନ ପୁରା ଚମକିବ। ଏହି ଅଦ୍ଭୁଦ ଦୃଶ୍ୟ ୨୦୦୯ ମସିହା ପରେ ଆଉ ଦୃଶ୍ୟମାନ ହୋଇନି। ଏଭଳି ଘଟଣା ୨୦୩୨ ମସିହା ଯାଏ ଦୃଶ୍ୟମାନ ହେବାର ସମ୍ଭାବନା ମଧ୍ୟ ନାହିଁ। 

Advertisment

୧୦ ବର୍ଷରେ ଥରେ ଏହା ଦୃଶ୍ୟମାନ ହୋଇଥାଏ। ଅନେକ ଥର ଏହା ୨୦ ବର୍ଷରେ ଥରେ ମଧ୍ୟ ଦେଖିବାକୁ ମିଳିପାରେ। ଯେତେବେଳେ ଚନ୍ଦ୍ର, ପୃଥିବୀଠୁ ବହୁତ ଦୂରରେ ଥାଏ, ସେହି ସମୟରେ ଏହାକୁ ଏପୋଜି କୁହାଯାଏ। ସେହିପରି ଯେଉଁ ସମୟରେ ଚନ୍ଦ୍ର, ପୃଥିବୀର ଅତି ନିକଟତର ହୋଇଥାଏ ଏହାକୁ ପେରିଜି କୁହାଯାଏ। 

Moon
Advertisment
Advertisment