Advertisment

ଏବେ ଇସ୍ରୋର ଲକ୍ଷ୍ୟ ଗଗନୟାନ, ମହାକାଶକୁ ମଣିଷ ପଠାଇ ସୁରକ୍ଷିତ ଫେରାଇ ଆଣିବା ଯୋଜନା

ଚନ୍ଦ୍ର, ସୂର୍ଯ୍ୟ ପରେ ଏବେ ଇସ୍ରୋର ଲକ୍ଷ୍ୟ ଗଗନୟାନ.. ମହାକାଶକୁ ମଣିଷ ପଠାଇ ସେମାନଙ୍କୁ ସୁରକ୍ଷିତ ଫେରାଇ ଆଣିବା ଲାଗି ଉଦ୍ଦିଷ୍ଟ ଏହି ମିଶନରେ ଯଥେଷ୍ଟ ଅଗ୍ରଗତି ହୋଇସାରିଛି

author-image
Prangyan Parimita
ଅଦ୍ୟତନ ହୋଇଛି
ISRO Gaganyaan Mission

Gaganyaan

ଚନ୍ଦ୍ର ସୂର୍ଯ୍ୟ ପରେ ଏବେ ଇସ୍ରୋର ଲକ୍ଷ୍ୟ ଗଗନୟାନ । ଇସ୍ରୋର ଅନ୍ୟତମ ମହତ୍ୱାକାଂକ୍ଷୀ ମିଶନ ଗଗନଯାନ ଲାଗି ପ୍ରସ୍ତୁତି ଆଗେଇ ଚାଲିଛି। ମହାକାଶକୁ ମଣିଷ ପଠାଇ ସେମାନଙ୍କୁ ସୁରକ୍ଷିତ ଫେରାଇ ଆଣିବା ଲାଗି ଉଦ୍ଦିଷ୍ଟ ଏହି ମିଶନରେ ଯଥେଷ୍ଟ ଅଗ୍ରଗତି ହୋଇସାରିଛି। ଗଗନୟାନ କାର୍ଯ୍ୟକ୍ରମରେ ମହାକାଶ ଯିବାକୁ ଥିବା ମହାକାଶଚାରୀଙ୍କ ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ବି ଶେଷ ହୋଇଛି ।..

Advertisment

ଚନ୍ଦ୍ରୟାନ-3 ସଫଳତା ପରେ ଇସ୍ରୋ ଉପରେ ବଢିଛି ବଶ୍ୱର ବିଶ୍ୱାସ । ଚନ୍ଦ୍ରର ଦକ୍ଷିଣ ମେରୁରେ ଲ୍ୟାଣ୍ଡର ବିକ୍ରମର ସଫଳ ଲ୍ୟାଣ୍ଡିଂ ସହ ଚନ୍ଦ୍ରୟାନ-ଥ୍ରୀ ମହାକାଶ ବିଜ୍ଞାନ କ୍ଷେତ୍ରରେ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି। ଆଉ ଏହି ସଫଳତାରୁ ମିଳିଥିବା ଅଭିଜ୍ଞତା ଜରିଆରେ ଇସ୍ରୋ ପାଇଁ ଆଗକୁ ବଢିବା ଆହୁରି ସହଜ ହେବ ବୋଲି କହିଛନ୍ତି ଅଧ୍ୟକ୍ଷ ଏସ ସୋମନାଥ। ଏହାରି ଭିତରେ ଆଦିତ୍ୟ ଏଲ୍-ୱାନ୍ ଜରିଆରେ ସୂର୍ଯ୍ୟର ରହସ୍ୟ ଭେଦିବାକୁ ଉଦ୍ୟମ ଚଳାଇଛି ଇସ୍ରୋ। ଆଦିତ୍ୟ ଏଲ-ୱାନ୍ ଏବେ ସଫଳତାର ସହ ଗୋଟିଏ ପରେ ଗୋଟିଏ ଅରବିଟ୍ ବଦଳାଇ ସୂର୍ଯ୍ୟ ଆଡ଼କୁ ଆଗେଇ ଚାଲିଛି।

ଅଧିକ ପଢ଼ନ୍ତୁ: କେମିତି ଦେଖାଯାଏ ପୃଥିବୀ ଓ ଚନ୍ଦ୍ର...ଫଟୋ ଉଠାଇବା ସହ ସେଲ୍‌ଫି ନେଲା ‘ଆଦିତ୍ୟ L1’

Advertisment

ଏପଟେ ଇସ୍ରୋର ଅନ୍ୟତମ ମହତ୍ୱାକାଂକ୍ଷୀ ମିଶନ ଗଗନଯାନ ଲାଗି ପ୍ରସ୍ତୁତି ଆଗେଇ ଚାଲିଛି। ମହାକାଶକୁ ମଣିଷ ପଠାଇ ସେମାନଙ୍କୁ ସୁରକ୍ଷିତ ଫେରାଇ ଆଣିବା ଲାଗି ଉଦ୍ଦିଷ୍ଟ ଏହି ମିଶନରେ ଯଥେଷ୍ଟ ଅଗ୍ରଗତି ହୋଇସାରିଛି। ସମସ୍ତ କାର୍ଯ୍ୟକ୍ରମ ଯଦି ଯୋଜନା ମୁତାବକ ଚାଲେ ତେବେ ଆସନ୍ତା ବର୍ଷ ଏହି ଉତକ୍ଷେପଣ କରାଯିବ। ଏହି ମିଶନରେ ପ୍ରଥମେ ରୋବୋଟକୁ ମହାକାଶକୁ ପଠାଯିବ। ଏହା ପରେ ହିଁ ମହାକାଶଚାରୀଙ୍କୁ ଅନ୍ତରୀକ୍ଷକୁ ପଠାଯିବା ଲକ୍ଷ୍ୟ ରହିଛି। ପ୍ରଥମ ମିଶନ ଲାଗି ରୋବୋଟ୍ ବ୍ୟୋମମିତ୍ରକୁ ମହାକାଶକୁ ପଠାଇବାକୁ ଲକ୍ଷ୍ୟ ରଖିଛି ଇସ୍ରୋ। ଏପଟେ ଗଗନୟାନ କାର୍ଯ୍ୟକ୍ରମରେ ମହାକାଶ ଯିବାକୁ ଥିବା ମହାକାଶଚାରୀଙ୍କ ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶେଷ ହୋଇଛି।..

ମଙ୍ଗଳ ଗ୍ରହକୁ ଲ୍ୟାଣ୍ଡର ପଠାଇବାକୁ ଇସ୍ରୋ ଯୋଜନା ରଖିଥିବା ଚନ୍ଦ୍ରାୟନ ଥ୍ରୀର ସଫଳତା ପରେ ସୂଚନା ଦେଇଥିଲେ ଇସ୍ରୋ ମୁଖ୍ୟ ଏସ ସୋମନାଥ। ଭାରତ ତାର ପ୍ରଥମ ଉଦ୍ୟମରେ ହିଁ ମଙ୍ଗଳଯାନରେ ସଫଳତା ହାସଲ କରିଥିଲା। ଗତ ୨୦୧୪ ସେପ୍ଟେମ୍ବର ୨୩ରେ ମଙ୍ଗଳ ଗ୍ରହର କକ୍ଷପଥରେ ସଫଳତାର ସହ ପ୍ରବେଶ କରିଥିଲା ମଙ୍ଗଳଯାନ। ଆମେରିକା, ସୋଭିଏତ ସଂଘ ଓ ୟୁରୋପିଆନ ସ୍ପେସ୍ ଏଜେନ୍ସି ପରେ ଚତୁର୍ଥ ସ୍ପେସ୍ ଏଜେନ୍ସି ଭାବେ ଇସ୍ରୋକୁ ଏହି ସଫଳତା ମିଳିଥିଲା। ଆଉ ଏବେ ମଙ୍ଗଳଯାନ-୨ ଜରିଆରେ ଇସ୍ରୋ ମଙ୍ଗଳ ଗ୍ରହ ସଂପର୍କରେ ଆହୁରି ତଥ୍ୟ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛି।

୨୦୨୪ରେ ଇସ୍ରୋ ଶୁକ୍ର ଗ୍ରହ ସଂପର୍କରେ ଅନୁଧ୍ୟାନ ଲାଗି ଏହାର ମିଶନକୁ ରୂପ ଦେଇପାରେ। ଏହା ବ୍ୟତିତ ଭାରତ-ଜାପାନ ମିଳିତ ମିଶନ ଲୁପେକ୍ସ ଓ ନାସା ସହ ମିଳିତ ଅଭିଯାନ ନିଶାର ପାଇଁ କାର୍ଯ୍ୟ ଚଳାଇଛି ଇସ୍ରୋ। ଯଦି ସବୁକିଛି ଅନୁକୂଳ ରହେ ଆସନ୍ତା ବର୍ଷ ଆରମ୍ଭରୁ ଏହି ମିଶନ ଲଞ୍ଚ ହୋଇପାରେ। ସେହିପରି ମହାକାଶ ପରେ ଏବେ ସମୁଦ୍ରର ରହସ୍ୟ ଭେଦିବାକୁ ଇସ୍ରୋ ଲକ୍ଷ୍ୟ ରଖିଛି। ମିଶନ ସମୁଦ୍ରୟାନ ଜରିଆରେ ଗଭୀର ସମୁଦ୍ରର ରହସ୍ୟ ଭେଦିବାକୁ ଚେଷ୍ଟା କରିବ ଇସ୍ରୋ।

ଏଥିଲାଗି ଗଭୀର ସମୁଦ୍ରକୁ ଯିବାକୁ ଥିବା ସମୁଦ୍ରଯାନକୁ ମଧ୍ୟ ପ୍ରସ୍ତୁତ କରାଯାଉଛି। ଏହି ଯାନକୁ 'ମତ୍ସ୍ୟ-6000' ମଧ୍ୟ କୁହାଯାଉଛି। ଚେନ୍ନାଇର ନାସନାଲ ଇନଷ୍ଟିଚ୍ୟୁଟ ଅଫ୍ ଓସେନ ଟେକନୋଲଜିରେ ଏହା ଏବେ ନିର୍ମାଣାଧିନ ରହିଛି। ଏହି ଯାନ ଦ୍ୱାରା ୩ ଜଣଙ୍କୁ ସମୁଦ୍ରର ୬ କିଲୋମିଟର ଗଭୀରକୁ ପଠାଯିବ। ଏହା ଦ୍ୱାରା ଗଭୀର ସମୁଦ୍ର ସଂପର୍କରେ ଅଧିକ ରିସର୍ଚ୍ଚ କରାଯିବ । ଏହି ମିଶନ ଦ୍ୱାରା ଗଭୀର ସମୁଦ୍ରରେ ଥିବା ଜୈବ ବିବିଧତା, ସେଠାକାର ଖଣିଜ ସଂପଦ ସଂପର୍କରେ ଅଧିକ ତଥ୍ୟ ମିଳିପାରିବ ବୋଲି ଆଶା କରାଯାଉଛି।

ଅଧିକ ପଢ଼ନ୍ତୁ: ମହାକାଶକୁ ଯିବ ମହିଳା ରୋବଟ 'ବ୍ୟୋମ୍‌ମିତ୍ର'; ସେଠି କ’ଣ କରିବ ଜାଣନ୍ତୁ

ISRO Gaganyaan Space Mission
Advertisment
Advertisment