Advertisment

ତିନୋଟି ଦେଶର ମୁନ୍‌ ମିଶନ୍‌ ସଫଳ ହୋଇଛି...ଦେଖିନିଅନ୍ତୁ ତାଲିକା...

କେଉଁ କେଉଁ ଦେଶ ଚନ୍ଦ୍ରପୃଷ୍ଠରେ ସଫଳ ଭାବରେ ଲ୍ୟାଣ୍ଡିଂ କରିପାରିଛନ୍ତି । ଚତୁର୍ଥ ଦେଶ ଭାବରେ ଚନ୍ଦ୍ରରେ ସପ୍ଟଲ୍ୟାଣ୍ଡିଂ କରିବ ଭାରତ !!

author-image
Prangyan Parimita
ଅଦ୍ୟତନ ହୋଇଛି
moon mission successful countries

Moon Missions

ସାରା ଦେଶରେ ଉତ୍କଣ୍ଠା । ଜହ୍ନରେ ପାଦ ଥାପିବ ଭାରତ। ଚନ୍ଦ୍ରଯାନର ସଫଳତାକୁ ସମସ୍ତେ ଉତ୍ସୁକତାର ସହିତ ଅପେକ୍ଷା କରିଛନ୍ତି। ଯଦି ସବୁକିଛି ଯୋଜନା ମୁତାବକ ଠିକ୍ ଚାଲେ, ତେବେ ଆଜି ସଂଧ୍ୟାରେ ଚନ୍ଦ୍ରର ଦକ୍ଷିଣ ମେରୁରେ ପାଦଥାପି ଇତିହାସ ରଚିବ ଭାରତ । ତେବେ କେବଳ ଭାରତ ନୁହେଁ, ପୂର୍ବରୁ ଚନ୍ଦ୍ରକୁ ବିଭିନ୍ନ ଦେଶ ପକ୍ଷରୁ ପଠାଯାଇଛି ଶତାଧିକ ମିଶନ। ଏଥିମଧ୍ୟରୁ ଅନେକ ସଫଳ ହୋଇଥିବା ବେଳେ ଅନେକ ବିଫଳ ବି ହୋଇଛି। ମାତ୍ର ଏବେ ବି ଅନେକ ଉପଗ୍ରହ ଅଚଳ ଅବସ୍ଥାରେ ଚନ୍ଦ୍ରରେ ରହିଯାଇଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ପୂର୍ବରୁ ସୋଭିଏତ୍ ରୁଷ, ଆମେରିକା ଓ ଚୀନ୍ ଚନ୍ଦ୍ରପୃଷ୍ଠରେ ସପ୍ଟ ଲ୍ୟାଣ୍ଡିଂ କରିବାରେ ସଫଳ ହୋଇଛନ୍ତି ।

Advertisment

୧୯୬୦ର ଶେଷାର୍ଦ୍ଧ ଓ ୧୯୭୦ର ପ୍ରଥମାର୍ଦ୍ଧରେ.. ଆଜକୁ ପ୍ରାୟ ୫୪ ବର୍ଷ ପୂର୍ବେ ଚନ୍ଦ୍ରପୃଷ୍ଠରେ ପାଦ ଥାପିଥିଲା ମଣିଷ । ଇତିହାସ ରଚିଥିଲା ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା । ନାସାର ଆପୋଲୋ ମୁନ୍ ମିଶନ ଜରିଆରେ ପ୍ରଥମ ଥର ଲାଗି ଚନ୍ଦ୍ରପୃଷ୍ଠରେ ପାଦ ଥାପିଥିଲା ମଣିଷ । ନୀଲ୍ ଆର୍ମଷ୍ଟ୍ରଙ୍ଗ୍ ପାଲଟିଥିଲେ ଚନ୍ଦ୍ରପୃଷ୍ଠରେ ପାଦ ଥାପିଥିବା ପ୍ରଥମ ମହାକାଶଚାରୀ। ଏହାକୁ ବର୍ତ୍ତମାନ ପର୍ଯ୍ୟନ୍ତ ଦୁନିଆର ସବୁଠୁ ବଡ଼ କୀର୍ତ୍ତିମାନ ଅନ୍ତରୀକ୍ଷ ଯାତ୍ରା ବୋଲି କୁହାଯାଏ। ରିପୋର୍ଟ ଅନୁଯାୟୀ ଆମେରିକାର ଅନ୍ତରୀକ୍ଷ ଯାନ ଆପୋଲୋ-୧୧, ୫୪ ବର୍ଷ ପୂର୍ବେ ୨୦ ଜୁଲାଇ ୧୯୬୯ରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିଥିଲା ।

ଅଧିକ ପଢ଼ନ୍ତୁ: କାହିଁକି ଫେଲ୍ ମାରିଥିଲା ‘ଚନ୍ଦ୍ରୟାନ-୨’ର ସଫ୍ଟଲ୍ୟାଣ୍ଡିଂ ? କେଉଁଠି ରହିଲା ଭୁଲ୍ ?

Advertisment

ଆମେରିକା ପକ୍ଷରୁ ଚନ୍ଦ୍ରକୁ ସର୍ବାଧିକ ୫୯ଟି ମିଶନ ପଠାଯାଇଥିବା ବେଳେ ସଫଳ ହୋଇଛି ୩୯ଟି ମିଶନ। ଆମେରିକାର ୧୫ଟି ମିଶନ ବିଫଳ ହୋଇଥିବା ବେଳେ ୨ଟି ଆଂଶିକ ବିଫଳ ହୋଇଛି। ଆମେରିକାର ୩ଟି ମିଶନ ଏବେ କାର୍ଯ୍ୟକ୍ଷମ ରହିଛି। ସେହିପରି ୟୁଏସଏସଆର ବା ସୋଭିଏତ ୟୁନିଅନ ପକ୍ଷରୁ ଚନ୍ଦ୍ରକୁ ମୋଟ ୫୮ଟି ମିଶନ ପଠାଯାଇଥିବା ବେଳେ ୧୮ଟି ମିଶନ ସଫଳ ହୋଇଛି। ୩୮ଟି ମିଶନ ବିଫଳ ହୋଇଥିବା ବେଳେ ୨ଟି ଆଂଶିକ ବିଫଳ ହୋଇଛି। ତେବେ ସୋଭିଏତ ୟୁନିଅନ ପକ୍ଷରୁ ବର୍ତ୍ତମାନ ଗୋଟିଏ ବି ମିଶନ କାର୍ଯ୍ୟକ୍ଷମ ଅବସ୍ଥାରେ ନାହିଁ ।... ତେଣେ ଚୀନର ଏବେ ୪ଟି ଚନ୍ଦ୍ର ମିଶନ କାର୍ଯ୍ୟକ୍ଷମ ରହିଛି।

Chandrayaan-3 Moon Moon Mission
Advertisment
Advertisment