• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଦିନ ୧୧ଟା ୫୦। ଶ୍ରୀହରିକୋଟ୍ଟା ସତୀଶ ଧାୱନ ସ୍ପେଶ ସେଣ୍ଟରର ୨ ନମ୍ବରଲଞ୍ଚପ୍ୟାଡ୍। ଗୁରୁଗର୍ଜନ ସହ ପ୍ରାୟ ଦେଢ଼ ଟନ୍ ଓଜନର ଆଦିତ୍ୟ-L1କୁ ଧରି, ଉଡ଼ାଣ ଆରମ୍ଭ କଲା ରକେଟ୍ PSLV-C57। ୪୪ ମିଟର ଉଚ୍ଚ XL କ୍ଲାସ୍ ରକେଟ୍। ଦର୍ଶକ ଗ୍ୟାଲେରିରେ ଉତ୍ସାହ, ଇସ୍ରୋ କଣ୍ଟ୍ରୋଲରୁମରେ ଉତ୍କଣ୍ଠା। ଯୋଜନା ମୁତାବକ, ଠିକ୍ ୧ ଘଣ୍ଟା ୩ ମିନିଟ୍ ପରେ ନିର୍ଦ୍ଧାରିତ କକ୍ଷପଥରେ ଅବସ୍ଥାପିତ ହୋଇଥିଲା ଆଦିତ୍ୟ L1।...

ପୂର୍ବରୁ ଚନ୍ଦ୍ରଯାନ-୧ ଓ ମଙ୍ଗଳଯାନର ସାରଥି ସାଜିଥିବା PSLV ଆଜି ପୁଣି ନିଜକୁ ଇସ୍ରୋର ଭରସାଯୋଗ୍ୟ ୱାର୍କହର୍ସ ବୋଲି ପ୍ରମାଣିତ କରିଛି। ଆସନ୍ତାକାଲି ଦିନ ୧୧ଟା ୪୫ରେ ହେବ ଆଦିତ୍ୟ-L1ର ପ୍ରଥମ ଅର୍ବିଟ୍ ରେଜିଂ। ୧୬ଦିନ ଭିତରେ ପୃଥିବୀ ଚାରିପଟେ ୫ ଥର ବୁଲି ନିଜ କକ୍ଷପଥକୁ ପ୍ରସାରିତ କରିବା ପରେ, ନିଜ ଲକ୍ଷ୍ୟସ୍ଥଳ ଆଡ଼କୁ ଆଗେଇଯିବ ଆଦିତ୍ୟ L1। ଆଜିଠୁ ୧୨୫ ଦିନ ପରେ ପହଞ୍ଚିବ ପୃଥିବୀଠୁ ୧୫ ଲକ୍ଷ କିଲୋମିଟର ଦୂରରେ ଥିବା ପ୍ରଥମ ଲଗରାଞ୍ଜ୍ ପଏଣ୍ଟ ବା L1ରେ। ସେଠାରେ ଏକ ହାଲୋ ଅର୍ବିଟରେ ବୁଲି ୫ ବର୍ଷ ଯାଏଁ ନିରବଚ୍ଛିନ୍ନ ଭାବେ ସୂର୍ଯ୍ୟ ସଂପର୍କିତ ତଥ୍ୟ ସଂଗ୍ରହ କରିବ।

ଆସନ୍ତାବର୍ଷ ଜାନୁଆରୀ ପ୍ରଥମ ସପ୍ତାହରୁ ନୂଆ ନୂଆ ତଥ୍ୟ ପଠାଇବ ଭାରତର ପ୍ରଥମ ସ୍ପେଶ୍ ଅବର୍ଜର୍ଭେଟରି ଆଦିତ୍ୟ-L1। ଏଥିରେ ଲାଗିଥିବା ୭ଟି ପେ'ଲୋଡ୍ ବା ଯନ୍ତ୍ରାଂଶରୁ ୪ଟି ଯନ୍ତ୍ର ସୂର୍ଯ୍ୟର ୩ଟି ସ୍ତର ଫଟୋସ୍ଫିୟର, କ୍ରୋମୋସ୍ଫିୟର ଓ କରୋନା ସହିତ ସୂର୍ଯ୍ୟରୁ ନିର୍ଗତ ଅତିବାଇଗଣୀ ରଶ୍ମୀ ଏବଂ ଏକ୍ସ-ରେ ବା ରଞ୍ଜନରଶ୍ମୀ

ସଂପର୍କରେ ତଥ୍ୟ ସଂଗ୍ରହ କରିବ। ପ୍ରମୁଖ ପେ'ଲୋଡ୍ VELC ପ୍ରତିଦିନ ପଠାଇବ ସୂର୍ଯ୍ୟର ୧୪ଶହ ୪୦ଟି ଫଟୋ। ବାକି ୩ଟି ଯନ୍ତ୍ର ସୂର୍ଯ୍ୟରୁ ଆସୁଥିବା ସୋଲାର୍ ୱିଣ୍ଡ୍ ବା ସୌର ପବନ, ପ୍ଲାଜମା, ଚାର୍ଜ କଣିକା ଏବଂ L1 ପଏଣ୍ଟରେ ଚୁମ୍ବକୀୟଶକ୍ତିକୁ ପରଖିବ। ୩୭୮ କୋଟି ଟଙ୍କା ବ୍ୟୟରେ ହୋଇଥିବା ଏହି ମିଶନ ବିପଜ୍ଜନକସୌରଝଡ଼ର ଆକଳନ ଓ ମୁକାବିଲା ଦିଗରେ ଲାଭଦାୟକ ହୋଇପାରେ ବୋଲି ଆଶା ।

ଆଦିତ୍ୟ-L1ର ସଫଳ ଲଞ୍ଚିଂ ପରେ, ଇସ୍ରୋର ବୈଜ୍ଞାନିକ ଓ ଇଞ୍ଜିନିୟରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।...