Advertisment

ଚନ୍ଦ୍ରରେ ହେଲା କମ୍ପନ ! ଦୋହଲାଇ ଦେବା ଭଳି ଗତିବିଧିକୁ ରେକର୍ଡ କଲା ବିକ୍ରମ...

ଚନ୍ଦ୍ରପୃଷ୍ଠରେ ପ୍ରାକୃତିକ କମ୍ପନ କିମ୍ବା ଦୋହଲାଇ ଦେବା ଭଳି ଗତିବିଧିକୁ ରେକର୍ଡ କରାଯାଇଛି। ଏନେଇ ଗୁରୁବାର ଦିନ ଇସ୍ରୋ(ISRO) ପକ୍ଷରୁ ଟ୍ୱିଟ୍‌ କରାଯାଇ ସୂଚନା ଦିଆଯାଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
moonquake chandrayaan 3 live updates

Chandrayaan 3 lander vikram detected natural activities on moon

ଲଗାତାର ଭାବେ ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠରୁ ନୂଆ ନୂଆ ସନ୍ଧାନ ଜାରି ରଖିଛି। କେତେବେଳେ ଚନ୍ଦ୍ରପୃଷ୍ଠରେ ବଡ଼ ବଡ଼ ଗର୍ତ୍ତ ଥିବା ସୂଚନା ମିଳୁଥିବା ବେଳେ ଆଉ କେତେବେଳେ ସେଠାରେ ସଲ୍‌ଫର ଓ ଅମ୍ଲଜାନ ଥିବା ଜଣାପଡ଼ିଛି। ଏସବୁ ସାମ୍ନାକୁ ଆସିବା ପରେ ଚନ୍ଦ୍ରପୃଷ୍ଠରେ ଆଉ କ’ଣ କ’ଣ ରହିଛି ସେସମ୍ପର୍କରେ ଜାଣିବା ପାଇଁ ଲୋକଙ୍କ ଆଗ୍ରହ ବଢ଼ିଛି।ଚନ୍ଦ୍ରପୃଷ୍ଠରୁ ନୂଆ ସନ୍ଧାନର ଫଟୋ ଓ ଭିଡିଓ ପଠାଉଥିବା ବିକ୍ରମ ଏବେ ଆଉ ଏକ ଘଟଣା ସମ୍ପର୍କରେ ଜଣାଇଛି।

Advertisment

ଅଧିକ ପଢ଼ନ୍ତୁ: ଆଶା ମୁତାବକ ଅଧିକ ବାଟ ଆଗେଇ ପାରିନି ପ୍ରଜ୍ଞାନ, ୩ ଦିନରେ ସରୁଛି ସମୟ

ଚନ୍ଦ୍ରପୃଷ୍ଠରେ ପ୍ରାକୃତିକ କମ୍ପନ କିମ୍ବା ଦୋହଲାଇ ଦେବା ଭଳି ଗତିବିଧିକୁ ରେକର୍ଡ କରାଯାଇଛି। ଏନେଇ ଗୁରୁବାର ଦିନ ଇସ୍ରୋ(ISRO) ପକ୍ଷରୁ ଟ୍ୱିଟ୍‌ କରାଯାଇ ସୂଚନା ଦିଆଯାଇଛି ଯେ, ଲ୍ୟାଣ୍ଡର ବିକ୍ରମରେ ଏପରି ଉପକରଣ ଖଞ୍ଜା ଯାଇଛି ଯେ, ଯାହା ଚନ୍ଦ୍ରପୃଷ୍ଠରେ କମ୍ପନର ଗତିବିଧିକୁ ରେକର୍ଡ କରିବାରେ ସକ୍ଷମ ହୋଇପାରିବ। ଏହି ଉପକରଣ ଗୁରୁବାର ଦିନ ଚନ୍ଦ୍ରପୃଷ୍ଠରେ ଭୂକମ୍ପ କାର୍ଯ୍ୟକଳାପ ସମ୍ପର୍କରେ ଜାଣିବାକୁ ପାଇଛି। ଏହା ରୋଭର ପ୍ରଜ୍ଞାନ ଓ ଅନ୍ୟ ପ୍ଲେଲୋଡ୍‌ସର ଗତିବିଧିକୁ ରେକର୍ଡ କରିବାରେ ସକ୍ଷମ ହୋଇଛି। ଏହାସହ ଏନେଇ ଗବେଷଣା ମଧ୍ୟ କରାଯାଉଛି।

Advertisment

ସେପଟେ ଆଶା ମୁତାବକ ଅଧିକ ବାଟ ଆଗେଇ ପାରିନି ପ୍ରଜ୍ଞାନ। ଚନ୍ଦ୍ରପୃଷ୍ଠରେ ବିଭିନ୍ନ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡ଼ୁଥିବାରୁ ମନ୍ଥର ହୋଇଯାଇଛି ରୋଭରର ଗତି। ଇସ୍ରୋ ହାତରେ ଆଉ ଅଛି ମାତ୍ର ୩ ଦିନ ସମୟ। ଏନେଇ ଇସ୍ରୋ ସ୍ପେଶ୍ ଆପ୍ଲିକେସନ୍ ସେଣ୍ଟରର ନିର୍ଦ୍ଦେଶକ ନିଲେଶ ଦେଶାଇ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଅତି ବେଶିରେ ସେପ୍ଟେମ୍ବର ୩ ସନ୍ଧ୍ୟା ଯାଏ କାର୍ଯ୍ୟ କରିବ ରୋଭର ପ୍ରଜ୍ଞାନ। ଏହି ସମୟ ଭିତରେ ଇସ୍ରୋ ବୈଜ୍ଞାନିକମାନେ ଚନ୍ଦ୍ରର ଦକ୍ଷିଣ ମେରୁ ସମ୍ପର୍କରେ ଯଥାସମ୍ଭବ ଅଧିକ ତଥ୍ୟ ସଂଗ୍ରହ କରିବା ପାଇଁ ଚେଷ୍ଟା ଚଳାଇଛନ୍ତି।

ଚନ୍ଦ୍ରୟାନ-୩ ମିଶନ ଆରମ୍ଭରେ ଆଶା କରାଯାଉଥିଲା ଯେ, ରୋଭର୍ ୧୪ ଦିନରେ ସର୍ବାଧିକ ୫ ଶହ ମିଟର ଗଡ଼ିବ। ଏହାକୁ ଦୈନିକ ୫ ମିଟରରୁ ୩୦ ମିଟର ବାଟ ଚଲାଇବା ପାଇଁ ଲକ୍ଷ୍ୟ ରହିଥିଲା। ହେଲେ ଲ୍ୟାଣ୍ଡର ଅବତରଣ ସ୍ଥଳରେ ବହୁସଂଖ୍ୟାରେ ଗର୍ତ୍ତ ଓ ପଥର ଆଦି ଥିବାରୁ ରୋଭର ଧୀରେ ଧୀରେ ଆଗକୁ ବଢ଼ୁଛି । ଭିଜିବିଲିଟିରେ ବି ସମସ୍ୟା ରହିଛି । ଅର୍ଥାତ୍ ଚନ୍ଦ୍ରପୃଷ୍ଠରେ ରୋଭରର ବାଟ ସ୍ପଷ୍ଟ ଦେଖାଯାଉ ନାହିଁ।

ତେଣୁ ସମୟ ସହ ଲଢ଼ି ରବିବାର ସନ୍ଧ୍ୟା ଭିତରେ ଅଧିକରୁ ଅଧିକ ତଥ୍ୟ ସଂଗ୍ରହ ପାଇଁ ଚେଷ୍ଟା ଚାଲିଥିବା ନିଲେଶ ଦେଶାଇ କହିଛନ୍ତି।

Chandrayaan-3
Advertisment
Advertisment