• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

 ଚନ୍ଦ୍ରପୃଷ୍ଠ ରୋଭର ପ୍ରଜ୍ଞାନ ଖୋଜୁଛି ଅଜଣା ତଥ୍ୟ । ଯାହାର ଏକ ନୂଆ ଭିଡିଓ ସାର୍ବଜନୀନ କରିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ । ରୋଭର୍ ପ୍ରଜ୍ଞାନ ହାତରେ ଆଉ ୧୧ ଦିନ ସମୟ ଥିବାବେଳେ ଆଜି ଆଉ କିଛି ମିଟର ଆଗକୁ ଗଡିଛି ପ୍ରଜ୍ଞାନ । ଗତକାଲି ୮ ମିଟର ବାଟ ଯାଇଥିଲା। ଚ୍ୟାଲେଞ୍ଜପୂର୍ଣ୍ଣ ଚନ୍ଦ୍ରପୃଷ୍ଠରେ ଜଳର ସନ୍ଧାନ ସହ ସେଠାକାର ମାଟି ଓ ପଥର ସଂପର୍କିତ ତଥ୍ୟ ସଂଗ୍ରହ କରୁଛି ରୋଭର ପ୍ରଜ୍ଞାନ ।

ସେପଟେ ସଫଳ ଚନ୍ଦ୍ରୟାନର ରହସ୍ୟ ଖୋଲିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଇସ୍ରୋ ବୈଜ୍ଞାନିକଙ୍କୁ ଭେଟିବା ଅବସରରେ କହିଛନ୍ତି, ସତ ଚନ୍ଦ୍ର ପୃଷ୍ଠରେ ଲ୍ୟାଣ୍ଡିଂ ପୂର୍ବରୁ ବହୁ ପରୀକ୍ଷା ନିରୀକ୍ଷା କରିଥିଲା ଇସ୍ରୋ । ଲ୍ୟାଣ୍ଡିଂରେ ଯେମିତି କିଛି ତ୍ରୁଟି ନରହିବ, ସେଥିପାଇଁ ପୂରା ତୟାରୀ କରିଥିଲା ଇସ୍ରୋ ।

ସତ ଚନ୍ଦ୍ରରେ ଲ୍ୟାଣ୍ଡିଂ ପୂର୍ବରୁ କୃତ୍ରିମ ଚନ୍ଦ୍ରରେ ଲ୍ୟାଣ୍ଡିଂ କରାଇଥିଲା । ଏକ କୃତ୍ରିମ ଚନ୍ଦ୍ର ପ୍ରସ୍ତୁତ କରାଯାଇ ବାରମ୍ବାର ବିକ୍ରମକୁ ଲ୍ୟାଣ୍ଡିଂ କରାଇଥିଲା । ଅନେକବାର କୃତ୍ରିମ ସଫଳ ଲ୍ୟାଣ୍ଡିଂ ପରେ ଇସ୍ରୋ ସତ ମିଶନ କରିଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।..