Advertisment

ଆଜି ଇତିହାସ ରଚିବ ଭାରତ: ଇସ୍ରୋର ‘ସୌର ମିଶନ’ ପାଇଁ କାଉଣ୍ଟଡାଉନ୍‌ ଆରମ୍ଭ

ଇସ୍ରୋର ସୌର ମିଶନ ପାଇଁ କାଉଣ୍ଟଡାଉନ୍‌ ଆରମ୍ଭ ହୋଇଛି। ଆଜି ଦିନ ୧୧ଟା ୫୦ରେ ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ସ୍ପେସ୍‌ ସେଣ୍ଟରରୁ ଆଦିତ୍ୟ L1 ଉତ୍‌କ୍ଷେପଣ ହେବ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
ISRO begins countdown for India first solar mission ready to launch Aditya-L1 Mission

ISRO begins countdown for India first solar mission ready to launch Aditya-L1 Mission

ଆଜି ଶ୍ରୀହରିକୋଟା ସ୍ପେସ୍‌ ସେଣ୍ଟରରୁ ଇତିହାସ ରଚିବ ଭାରତ। ଇସ୍ରୋର ସୌର ମିଶନ ପାଇଁ କାଉଣ୍ଟଡାଉନ୍‌ ଆରମ୍ଭ ହୋଇଛି। ଆଜି ଦିନ ୧୧ଟା ୫୦ରେ ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ସ୍ପେସ୍‌ ସେଣ୍ଟରରୁ ଆଦିତ୍ୟ L1 ଉତ୍‌କ୍ଷେପଣ ହେବ। ଏଥିପାଇଁ ଲଞ୍ଚ୍‌ପ୍ୟାଡ୍‌ରେ ପ୍ରସ୍ତୁତ ହୋଇ ରହିଛଇ PSLV-C57 ।

Advertisment

ଏହି PSLV-XL କ୍ଲାସ୍ ରକେଟ୍ ଦେଢ଼ ଟନ୍ ଓଜନର ଆଦିତ୍ୟ L1କୁ ନିର୍ଦ୍ଧାରିତ ଲୋ-ଆର୍ଥ ଅର୍ବିଟ ବା ଭୂପୃଷ୍ଠ ଠାରୁ ଅପେକ୍ଷାକୃତ ସ୍ୱଳ୍ପ ଉଚ୍ଚତା ବିଶିଷ୍ଟ କକ୍ଷପଥରେ ଅବସ୍ଥାପିତ କରିବ। ଏହାପରେ 'ଆଦିତ୍ୟ' ପୃଥିବୀକୁ ପ୍ରାୟ ୪ ଥର ପରିକ୍ରମା କରି ୧୫ ଲକ୍ଷ କିଲୋମିଟର ଦୂରରେ ଥିବା ପ୍ରଥମ ଲାଗରାଞ୍ଜିଆନ୍ ପଏଣ୍ଟ ବା L1 ଅଭିମୁଖେ ଆଗେଇଯିବ।

ଲଞ୍ଚିଙ୍ଗଠୁ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ପ୍ରାୟ ୪ ମାସ ସମୟ ଲାଗିବ। ଅନ୍ୟପକ୍ଷେ, ଆଜି ଇସ୍ରୋ ଦ୍ୱାରା ଆଦିତ୍ୟ L1 ଉତ୍‌କ୍ଷେପଣ ନେଇ ବିଶ୍ୱବାସୀ ଉତ୍କଣ୍ଠାର ସହ ଚାହିଁ ବସିଥିବା ବେଳେ ଅର୍କକ୍ଷେତ୍ର କୋଣାର୍କରେ ପୂଜାର୍ଚ୍ଚନା କରାଯାଇଛି।

Advertisment

କୋଣାର୍କ ଚନ୍ଦ୍ରଭାଗା ସମୁଦ୍ର କୂଳରେ ଏହି ମିଶନର ସଫଳତା ପାଇଁ ସାଧୁସନ୍ଥମାନେ ସୂର୍ଯ୍ୟ ପୂଜା କରିଛନ୍ତି। ଗାୟତ୍ରୀ ପରିବାର ଏବଂ ସ୍ଥାନୀୟ ସାଧୁ ସନ୍ଥଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯାଇଛି।

Advertisment
Advertisment