• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ବହୁ ପ୍ରତିକ୍ଷାର ଅନ୍ତ ଏବଂ ସମସ୍ତ ଆଶା ଆଶଙ୍କା ପରେ ଶେଷରେ ଚନ୍ଦ୍ରପୃଷ୍ଠରେ ସଫଳ ଅବରତଣ କଲା ଭାରତର ଚନ୍ଦ୍ରୟାନ-୩ । ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ଲ୍ୟାଣ୍ଡର ବିକ୍ରମ ସଫଳତାର ସହ ସଫ୍ଟ ଲ୍ୟାଣ୍ଡିଙ୍ଗ୍ କରିବା ସହିତ ତାର କାର୍ଯ୍ୟକଳାପ ଜାରି ରଖିଛି । ଆଉ ଏହାରି ଭିତରେ ଏକାଧିକ ଫଟୋ ମଧ୍ୟ ପଠାଇ ସାରିଛି । ଯେଉଁ ଫଟୋରେ ସ୍ପଷ୍ଟ ଭାବେ ଦେଖାଯାଉଛି, ଚନ୍ଦ୍ର ପୃଷ୍ଠର ସମତଳ ଅଞ୍ଚଳ, ଯେଉଁଠି ବିକ୍ରମ ସଫଳତାର ସହ ସଫ୍ଟ ଲ୍ୟାଣ୍ଡିଂ କରିଛି ।

ତେବେ ଚନ୍ଦ୍ରପୃଷ୍ଠରେ ସଫଳତାର ସହ ଲ୍ୟାଣ୍ଡିଂ ପରେ ସାମ୍ନାକୁ ଆସିଛି ଆଉ କିଛି ଫଟୋ ଯେଉଁଥିରେ ରୋଭର ପ୍ରଜ୍ଞାନ ଲ୍ୟାଣ୍ଡର ବିକ୍ରମରୁ ବାହାରକୁ ଆସୁଥିବା ଦେଖାଯାଉଛି । ଏହାର କିଛି ଫଟୋ ଜାତୀୟ ଗଣମାଧ୍ୟମ ଏବଂ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେଉଛି । ତେବେ ଏନେଇ କିନ୍ତୁ ଇସ୍ରୋ ପକ୍ଷରୁ ସେଭଳି କିଛି ଟୁଇଟ କିମ୍ବା ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ ।

ଅଧିକ ପଢ଼ନ୍ତୁ: ଚନ୍ଦ୍ରପୃଷ୍ଠରେ ପାଦ ଥାପିଲା ଭାରତ; ସଫଳତା ପଛରେ ରହିଛି କେଉଁ ମହିଳାଙ୍କ ହାତ, ଜାଣନ୍ତୁ..

ତେବେ ଭାରତର ଏହି ଐତିହାସିକ ସଫଳତାରେ ସାରା ବିଶ୍ୱରୁ ଛୁଟିଛି ଶୁଭେଚ୍ଛାର ସୁଅ । ନାଶାର ପୂର୍ବତନ ଅଧିକାରୀ ମାଇକ୍ ଗୋଲ୍ଡ କହିଛନ୍ତି, ଦକ୍ଷିଣ ଗୋଲାର୍ଦ୍ଧରେ ସଫ୍ଟ ଲ୍ୟାଣ୍ଡିଂ କରି ଭାରତ ନୂଆ ଯୁଗ ଆରମ୍ଭ କରିଛି । ଏହାଛଡ଼ା ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ସାରା ବିଶ୍ୱରୁ ISRO କୁ ଛୁଟୁଛି ପ୍ରଶଂସାର ସୁଅ ।