Advertisment

ସୂର୍ଯ୍ୟ ମିଶନକୁ ଆଉ ପାଦେ : ପୃଥିବୀର ତୃତୀୟ କକ୍ଷପଥ ଅତିକ୍ରମ କଲା ଆଦିତ୍ୟ L-1

ଇସ୍ରୋ ପକ୍ଷରୁ ସୋସିଆଲ୍ ମିଡିଆ ସାଇଟ୍ X ଜରିଆରେ ସୂଚନା ..ଗତକାଲି ମଧ୍ୟରାତ୍ରିରେ ସଫଳତାର ସହ ପରିକ୍ରମା ସରିଲା ..

author-image
Prangyan Parimita
India Solar Mission

India Solar Mission

ସୂର୍ଯ୍ୟକୁ ଆଉ ପାଦେ ଆଗକୁ ବଢ଼ିଲା ଆଦିତ୍ୟ ମିଶନ୍ । ପୃଥିବୀ ଚାରିପଟେ ତୃତୀୟ କକ୍ଷପଥ ଅତିକ୍ରମ କଲା । ଏନେଇ ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି । ଗତକାଲି ମଧ୍ୟରାତ୍ରିରେ ଏହି ପ୍ରକ୍ରିୟା ସଫଳତାର ସହ ସରିଛି । ଏହାପରେ ଆଦିତ୍ୟ L-1 ପୃଥିବୀର ଚତୁର୍ଥ କକ୍ଷପଥରେ ପ୍ରବେଶ କରିଛି ।

Advertisment

ଚତୁର୍ଥ କକ୍ଷ ପଥ ୨୯୬ ଗୁଣନ ୭୧,୭୬୭ କିଲୋମିଟର ନିର୍ଦ୍ଧାରଣ କରାଯାଇଛି । ଫଳରେ ନିଜ ଲକ୍ଷ୍ୟ ସ୍ଥଳ ଅର୍ଥାତ L-1 ପଏଣ୍ଟର ଆହୁରି ନିକଟତର ହୋଇଛି । ଆସନ୍ତା ୧୫ ତାରିଖରେ ଚତୁର୍ଥ କକ୍ଷପଥ ପରିବର୍ତ୍ତନ କରି ପଞ୍ଚମରେ ପ୍ରବେଶ କରିବ ପଞ୍ଚମ କକ୍ଷ ପଥ ପରିକ୍ରମା ପରେ ଏହା ସିଧା L-1 କକ୍ଷ ପ୍ରଥକୁ ଯିବ । ..

ସେପ୍ଟେମ୍ବର ୨ରେ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟ୍ଟା ସତୀଶ ଧାୱନ ସ୍ପେସ୍‌ ସେଣ୍ଟରରୁ PSLV-C57 ରକେଟ୍ ସହାୟତାରେ ଆଦିତ୍ୟ-L1ର ସଫଳ ଉତ୍‌ଷେପଣ ହୋଇଥିଲା। ଏହା ହେଉଛି ସୂର୍ଯ୍ୟ ଉପରେ ଗବେଷଣା ପାଇଁ ଭାରତର ପ୍ରଥମ ସ୍ପେସ୍‌ ଅବଜର୍ଭେଟୋରି। ସୂର୍ଯ୍ୟର ବିଭିନ୍ନ ସ୍ତର, ସୌର ପବନ ବା ସୋଲାର ୱିଣ୍ଡ୍ ଏବଂ ବିଭିନ୍ନ ଆଲୋକରଶ୍ମି ସମ୍ପର୍କରେ ତଥ୍ୟ ସଂଗ୍ରହ ପାଇଁ ଏଥିରେ ୭ଟି ପେ'ଲୋଡ୍ ବା ଯନ୍ତ୍ରା ଖଞ୍ଜା ଯାଇଛି।

Advertisment

ସୂଚନାଯୋଗ୍ୟ ସୂର୍ଯ୍ୟ... ସକଳ ଶକ୍ତିର ଆଧାର... ସୌର ଜଗତର କେନ୍ଦ୍ରବିନ୍ଦୁ । ପ୍ରାୟ ୪୫୦ କୋଟି ବର୍ଷ ତଳୁ ଅନବରତ ଜଳୁଥିବା ଏହି ଅଗ୍ନିପିଣ୍ଡ ଏତେ ବିଶାଳ ଯେ, ଏହା ଭିତରେ ରହିପାରିବ ୧୩ ଲକ୍ଷଟି ପୃଥିବୀ । ଆମଠୁ ୧୫ କୋଟି କିଲୋମିଟର ଦୂରରେ ଥିଲେ ବି, ସୂର୍ଯ୍ୟାଲୋକ ବିନା ପୃଥିବୀରେ ଜୀବସତ୍ତାର ଅସ୍ତିତ୍ୱ ହିଁ ନାହିଁ। ହେଲେ ଏବେବି ଆମକୁ ଅଜଣା ସୂର୍ଯ୍ୟର ଅନେକ ରହସ୍ୟ। ଯାହାକୁ ଭେଦିବାକୁ ପ୍ରାୟ ୬ ଦଶନ୍ଧି ତଳେ ସୌର ଅଭିଯାନ ଆରମ୍ଭ କରିଥିଲା ମଣିଷ । 

୧୯୬୦ରେ ଆମେରିକାର ନାସା ପ୍ରଥମେ ପଠାଇଥିଲା ପାୟୋନିୟର-5। ବର୍ତ୍ତମାନ ସୁଦ୍ଧା ଆମେରିକା, ଜର୍ମାନୀ ଓ ୟୁରୋପୀୟ ସଂଘ ମୋଟ ୨୨ଟି ସୂର୍ଯ୍ୟ ମିଶନ୍ ପଠାଇଥିବା ବେଳେ, ଆଜି ଏହି ତାଲିକାରେ ଯୋଡ଼ି ହୋଇଛି ଭାରତ । ତେବେ ଏଦିଗରେ ଆମେରିକା ଅଛି ସବୁଠୁ ଆଗରେ `

India Solar Mission Solar Mission Aditya-L1
Advertisment
Advertisment