ହିନ୍ଦୋଳରୁ ସୀମାରାଣୀ ନାୟକଙ୍କ ଟିକେଟ କାଟି ମହେଶ ସାହୁଙ୍କୁ ଦେବା ମହଙ୍ଗା ପଡ଼ିଛି। ଅସନ୍ତୋଷ ପ୍ରକାଶ କରି ଦଳକୁ ବାଏ ବାଏ କରିଛନ୍ତି ସୀମାରାଣୀ।
ଜେଜେ ସଚ୍ଚିଦାନନ୍ଦ ଦେବ ଓ ମାଆ ତଥା ୬ଥରର ବିଧାୟିକା ଉଷା ଦେବୀଙ୍କ ପରେ ରାଜନୀତିରେ ଭାଗ୍ୟ ପରୀକ୍ଷା କରୁଛନ୍ତି ଶ୍ରୀରୂପ।
ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡିର ମୁଖପାତ୍ର ଏବଂ ପାନେଲିଷ୍ଟ ଲୁଙ୍ଗି ପିନ୍ଧି ମଞ୍ଚ ଉପରକୁ ଆସିବା ସହ ଫଟୋ ପୋଜ୍ ଦେଇଥିଲେ।
ବଲାଙ୍ଗିର ବିଜେପିର ସାଂସଦ ପ୍ରାର୍ଥୀ ସଂଗୀତା କୁମାରୀ ସିଂଦେଓ । ଅସମ୍ଭାଳ ଗ୍ରୀଷ୍ମ ପ୍ରବାହକୁ ଦେଖି କେବଳ ପୂର୍ବାହ୍ନ ଆଉ ଅପରାହ୍ନରେ ପ୍ରଚାର କରୁଛନ୍ତି ।
ଏହାପୂର୍ବରୁ କଂଗ୍ରେସ ସାରା ରାଜ୍ୟରେ ବିଜେଡି-ବିଜେପିର ପ୍ରତିକାତ୍ମକ ବାହାଘର କରିଥିଲା ।
ବଡଖେମୁଣ୍ଡି ରାଜ ପରିବାରର ସଦସ୍ୟ ଶ୍ରୀଧର ଦେବ କଂଗ୍ରେସ ଟିକେଟରେ ଦିଗପହଣ୍ଡିରୁ ଲଢୁଛନ୍ତି ନିର୍ବାଚନ।
ପ୍ରାର୍ଥୀ ଘୋଷଣା ପରଠୁ ଦଳ ଛାଡିଲେଣି ୫ ବିଧାୟକ । ୨ ସାଂସଦ ଓ ପୂର୍ବତନ ବିଧାୟକ ବି ଛାଡିଲେଣି ବିଜେଡି ।
ଟିକେଟକୁ ନେଇ ନେତାଙ୍କ ଭିତରେ ତେଜିଲା ଅସନ୍ତୋଷ । ଦଳ ଛାଡ଼ି ପ୍ରବଳ ବର୍ଷିଲେ ରାସେଶ୍ବରୀ ପାଣିଗ୍ରାହୀ ।
ବିଜେଡି ମହେଶ ସାହୁଙ୍କୁ ହିନ୍ଦୋଳରୁ ଟିକେଟ ଦେବା ପରେ ଅସନ୍ତୁଷ୍ଟ ହୋଇ ସୀମା ଦଳ ଛାଡ଼ିଥିଲେ। ଆଜି ସେ ବିଜେପିରେ ଯୋଗ ଦେଇଛନ୍ତି ।
ଅନ୍ୟପକ୍ଷରେ ଏହି ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ ୪ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ସାମିଲ ଅଛନ୍ତି ।
ବିଜେଡି ଛାଡ଼ି ପଦ୍ମ ଧରିଲେ ୮ ହଜାରରୁ ଅଧିକ କର୍ମୀ । ବିଜେଡି ଗଡ଼ରେ ଶକ୍ତି ବୃଦ୍ଧି କରୁଛି ବିଜେପି ।
ବିଜେଡି ଭିତରେ କନ୍ଦଳ ଏବେ ଉଗ୍ର ରୂପ ନେଲାଣି । ଚରମ ସୀମାରେ ପହଞ୍ଚିଛି ଗୋଷ୍ଠୀ କନ୍ଦଳ । ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି ବିଜେଡି କଳି । କେବଳ ବିଜେପୁର ନୁହେଁ ପୂର୍ବରୁ ଅନେକ ଏଭଳି ଉଦାହରଣ ରହିଛି ।
ଖାଲି ସେତିକି ନୁହେଁ ବିରୋଧୀଙ୍କ ପ୍ରଲୋଭନକୁ ପ୍ରତ୍ୟାଖାନ କରି ସୁରଙ୍କୁ ଭୋଟ୍ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ଘଟଣା ପରେ ସୁରେନ୍ଦ୍ର ସେଠୀ ନିର୍ବାଚନ ଲଢ଼ିବା ସମ୍ଭାବନା ବଢ଼ିଛି।
ନିମାପଡ଼ାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ତେଜୁଛି ଅସନ୍ତୋଷ । କାହିଁକି ସମୀରଙ୍କୁ ଟିକେଟ ମିଳିଲାନି, ସେକଥା ନିମାପଡ଼ା ନିର୍ବାଚନ ମଣ୍ଡଳୀର ନିର୍ବାଚିତ ଜନ ପ୍ରତିନିଧିଙ୍କୁ କହିଛନ୍ତି ପୁରୀ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।
କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଜାମିନ । ORHDC ଦୁର୍ନୀତି ମାମଲାରେ ଜାମିନ ଦେଇଛନ୍ତି ସୁପ୍ରିମକୋର୍ଟ । ମୋକିମଙ୍କ ଆବେଦନକୁ ଶୁଣାଣି ପାଇଁ ଗ୍ରହଣ କଲେ ସୁପ୍ରିମକୋର୍ଟ ।
ଟିକେଟ୍ କଟିଲା ପରେ ବିଜେଡି ଛାଡିଛନ୍ତି ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ । ଗତକାଲି ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ । ଟିକେଟ ନମିଳିବା ପରେ ଆଜି ମୁହଁ ଖୋଲିଛନ୍ତି ସୀମାରାଣୀ ।
ସମ୍ବଲପୁରରେ ଅଯୋଗ୍ୟ ବ୍ୟକ୍ତିଙ୍କୁ ଟିକେଟ୍ ଦେଇଛି ଦଳ । ଯାହା ସମ୍ବଲପୁରର ଗରିମା ନଷ୍ଟ କରିଛି । ତେଣୁ ସମ୍ବଲପୁରର ସ୍ୱାଭିମାନ ଓ ଅସ୍ମିତା ପାଇଁ ଇସ୍ତଫା ଦେଇଥିବା ଆଜି ପ୍ରେସମିଟ୍ କରି କହିଛନ୍ତି ରାସେଶ୍ୱରୀ ।
ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିର ପ୍ରାଥମିକ ସଦସ୍ୟ ସହ ସମସ୍ତ ପଦରୁ ଇସ୍ତଫା ଦେଲେ।
ଝାରସୁଗୁଡା ଜିଲ୍ଲାରେ ବିଜେଡିକୁ ଶକ୍ତ ଝଟକା । ବିଜେଡି ଛାଡ଼ିଲେ ଦଳର ଜିଲ୍ଲା ସାଧାରଣ ସମ୍ପାଦକ ବିଶ୍ୱନାଥ ନାୟକ । ଦୀର୍ଘ ୨୪ ବର୍ଷ ଧରି ନିଷ୍ଠାପର ଭାବେ କାର୍ଯ୍ୟ କରିଆସୁଥିଲେ ବି ଦଳ ତାଙ୍କୁ ଅଣଦେଖା କରିଥିବା ଅଭିଯୋଗ କରିଛନ୍ତି ବିଶ୍ୱନାଥ ।
ସରକାରୀ କର୍ମଚାରୀ ହେବା ସତ୍ତ୍ୱେ ବିଜେଡ଼ି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରି ଏମାନେ ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ କରିଛନ୍ତି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଠାରେ ଅଭିଯୋଗ କରିଥିଲା ବିଜେପି।
କମ୍ପୁଛି ନିର୍ବାଚନୀ ମଇଦାନ। କିଏ ଜିତିବ ଜନତାଙ୍କ ମନ ? କିଏ ହରାଇବ ଅମାନତ ? ସାଧାରଣ ନିର୍ବାଚନ ଲାଗି ଭୋଟରଙ୍କ ପାଖରେ ପହଞ୍ଚିଲେଣି ପ୍ରାର୍ଥୀ।
ପାର୍ଟି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ବ୍ୟକ୍ତିଗତ ସମସ୍ୟା ପାଇଁ ଇସ୍ତଫା ଦେଉଥିବା ଲେଖିଛନ୍ତି ସୀମାରାଣୀ।
ଆରପଟେ ବାକି ଥିବା ୬ ବିବାଦୀୟ ନିର୍ବାଚନ ମଣ୍ଡଳୀ କଣ୍ଟା ଏବେ ବିଜେଡି ତଣ୍ଟିରେ ଲାଗିଛି।
ଷ୍ଟିଲ ସିଟିର ସାମଗ୍ରୀକ ବିକାଶ ପାଇଁ ଭୋଟରଙ୍କ ମନ ଜିଣିବାକୁ ଭେଟେରାନ୍ ନା ନୂଆ ମୁହଁଙ୍କୁ ବାଛିବେ ଭୋଟର ।
ଆସନ୍ତା ୨୪ ତାରିଖରେ ମୁଖ୍ୟମନ୍ତ୍ରୀ ନିଜ ପାରମ୍ପରିକ ସିଟ୍ ହିଞ୍ଜିଳିରୁ ପ୍ରଚାର ଅଭିଯାନ ଅନୁକୂଳ କରିବାର କାର୍ଯ୍ୟକ୍ରମ ରହିଛି ।