• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ବିଜେଡି ଟିକେଟ୍ ନ ମିଳିବା ପରେ ସମର୍ଥକଙ୍କ ଶପଥ ପାଠ । କାକଟପୁରର ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀଙ୍କୁ ଜିତାଇବା ପାଇଁ ଶପଥ ନେଲେ ଶତାଧିକ କର୍ମୀ । ଗତକାଲି ଭୁବନେଶ୍ୱରରେ ଆୟୋଜିତ ହୋଇଥିବା ଏହି ସଭାରେ କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଯେଉଁଠି ଏକାଠି ହୋଇଥିଲେ ଅସ୍ତରଙ୍ଗ, କାକଟପୁର, ଗୋପ ବ୍ଲକର ୪୦ରୁ ଅଧିକ ସରପଞ୍ଚ ସମିତି ସଭ୍ୟ ତା ସହ କାକଟପୁର ଏବଂ ଅସ୍ତରଙ୍ଗ ବ୍ଲକର ଅଧ୍ୟକ୍ଷ । ସମସ୍ତେ ଏକସ୍ୱରରେ ସୁରେନ୍ଦ୍ରଙ୍କ ପଛରେ ରହିବେ ବୋଲି ଶପଥ କରିଛନ୍ତି। ଏଥର ସୁରେନ୍ଦ୍ରଙ୍କୁ ଜିତାଇ ବିଧାନସଭା ପଠାଇବାକୁ ପଣ କରିଛନ୍ତି ଏମାନେ।

ଖାଲି ସେତିକି ନୁହେଁ ବିରୋଧୀଙ୍କ ପ୍ରଲୋଭନକୁ ପ୍ରତ୍ୟାଖାନ କରି ସୁରଙ୍କୁ ଭୋଟ୍ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ଘଟଣା ପରେ ସୁରେନ୍ଦ୍ର ସେଠୀ ନିର୍ବାଚନ ଲଢ଼ିବା ସମ୍ଭାବନା ବଢ଼ିଛି। ସୂଚନା ଅନୁସାରେ ଗତକାଲି ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା ବିଜେଡି । ଚଳିତ ନିର୍ବାଚନ ପାଇଁ କାକଟପୁର ବିଧାନସଭା ଆସନରେ ବିଜେଡି ପୁଣି ଥରେ ତୁଷାରକାନ୍ତି ବେହେରାଙ୍କୁ ପ୍ରାର୍ଥୀ କରିଛି ।

ତୁଷାରକାନ୍ତିଙ୍କ ନାଁ ଘୋଷଣା ପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ । ତୁଷାରକାନ୍ତିଙ୍କୁ ଟିକେଟ ପରେ ବର୍ଷିଥିଲେ ସୁରେନ୍ଦ୍ର ସେଠୀ । କାକଟପୁରରୁ ଟିକେଟ ଆଶାୟୀ ଥିଲେ ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ । ତାଙ୍କୁ ନ ମିଳିବାରୁ କାକଟପୁରବାସୀଙ୍କ ହୃଦୟ କାନ୍ଦୁଛି ବୋଲି କହିଛନ୍ତି ସୁରେନ୍ଦ୍ର । ପ୍ରାର୍ଥୀ ହୋଇଥିବା ବ୍ୟକ୍ତି କାକଟପୁର ଯାଆନ୍ତିନି, ଭୁବନେଶ୍ୱରରେ ରୁହନ୍ତି । ଲୋକଙ୍କ ସୁଖଦୁଃଖରେ ସେ ନଥାନ୍ତି, ଲୋକ ତାଙ୍କୁ ଦେଖିବାକୁ ମଧ୍ୟ ପାଆନ୍ତିନି ବୋଲି କହିଛନ୍ତି ସୁରେନ୍ଦ୍ର ।

୨୦୧୯ରେ ଟିକେଟ ନ ପାଇ ବି ଦଳ ସହ ରହିଥିଲି । ଅନ୍ୟ ଦଳରୁ ଅଫର ଥିଲେ ବି ବିଜେଡି ପାଇଁ କାମ କରିଛି । ଅନ୍ୟ ଦଳରୁ ହେଉ ବା ସ୍ୱାଧୀନ ଭାବେ କାକଟପୁରରୁ ହିଁ ନିର୍ବାଚନ ଲଢ଼ିବି ବୋଲି କହିଛନ୍ତି ସୁରେନ୍ଦ୍ର ।