• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ପ୍ରଥମେ ବିଜେପି-ବିଜେଡିର ବିବାହ ଆଉ ଏବେ କଂଗ୍ରେସର ପାନ ଦୋକାନ । ବିଜେଡି, ବିଜେପି ଏକାଧିକ ଦୁର୍ନୀତିରେ ସାମିଲ ହୋଇଥିବା ଅଭିଯୋଗ କରି ପାନ ବିକ୍ରି କରିଛି କଂଗ୍ରେସ । ମାଷ୍ଟରକ୍ୟାଣ୍ଟିନ୍ ଛକରେ ଖୋଲା ଯାଇଥିବା ଏହି ପାନ ଦୋକାନରେ ୮୦୦ କୋଟି ଲୋନ୍ ସ୍କାମ୍ ପାନ, ୯ ହଜାର କୋଟିର ନିର୍ବାଚନୀ ବଣ୍ଡ୍ ପାନ, ୫୦୦ କୋଟିର ଚିଟଫଣ୍ଡ ପାନ୍, ୯ ଲକ୍ଷ କୋଟି ଟଙ୍କାର ଖଣି ଦୁର୍ନୀତି ପାନ ଭଳି ପ୍ରତିକାତ୍ମକ ପାନ ବିକ୍ରି କରିଛନ୍ତି କଂଗ୍ରେସ ନେତା । ଏହି କାର୍ଯ୍ୟକ୍ରମରେ ପିସିସି ପ୍ରଭାରୀ ଅଜୟ କୁମାରଙ୍କ ସମେତ ଅନ୍ୟ ବରିଷ୍ଠ ନେତା ସାମିଲ ଥିଲେ।

ତେବେ ଏହାପୂର୍ବରୁ କଂଗ୍ରେସ ସାରା ରାଜ୍ୟରେ ବିଜେଡି-ବିଜେପିର ପ୍ରତିକାତ୍ମକ ବାହାଘର କରିଥିଲା । ସବୁ ବିଧାନସଭା ଆସନରେ କଂଗ୍ରେସ ଆଶାୟୀ ପ୍ରାର୍ଥୀମାନେ ଏହି ପରି ପ୍ରତୀକାତ୍ମକ ବାହାଘର କରିଥିଲେ । ଏପରି କରି ଲୋକଙ୍କ ନିକଟତମ ହେବାକୁ ଉଦ୍ୟମ କରିଥିଲା କଂଗ୍ରେସ ।

ସେପଟେ କଂଗ୍ରେସ ଏ ପର୍ଯ୍ୟନ୍ତ ୧୯ ଲୋକସଭା ଆସନ ଓ ୧୩୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ତେବେ ବିଭିନ୍ନ ସ୍ଥାନରେ ଟିକେଟକୁ ନେଇ ବିଦ୍ରୋହ ମଧ୍ୟ ଦେଖିବାକୁ ମିଳୁଛି । ଅନେକ ସ୍ଥାନରେ ପ୍ରାର୍ଥୀ ପରିବର୍ତ୍ତନ କରିବା ପାଇଁ କଂଗ୍ରେସ ଭବନରେ ଆସି ହୋ ହଲ୍ଲା କରୁଛନ୍ତି ଅନେକ ଆଶାୟୀ ପ୍ରାର୍ଥୀଙ୍କ ସମର୍ଥକ । ଏମିତି କି କଂଗ୍ରେସ ପ୍ରଭାରୀ ଅଜୟ କୁମାରଙ୍କ ଉପସ୍ଥିତିରେ ମଧ୍ୟ କଂଗ୍ରେସ ଭବନରେ ଟିକେଟକୁ ନେଇ ହୋ ହଲ୍ଲା କରିଥିଲେ ଅସନ୍ତୁଷ୍ଟ।

ସେପଟେ କଗ୍ରେସ ଭବନରେ ବିଦ୍ରୋହକୁ ନେଇ ରାଜ୍ୟ ପ୍ରଭାରୀ ଅଜୟ କୁମାର ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ବିଦ୍ରୋହୀ ସବୁ ଦଳରେ ରହିଛି । ବିଦ୍ରୋହୀ କର୍ମୀ ପରିବାରର ଲୋକ । ସେମାନଙ୍କ ସହ ଆଲୋଚନା କରାଯିବ । ଯଦି କୌଣସି ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀ ପରିବର୍ତ୍ତନ ହେବାର ଆବଶ୍ୟକ ରହିଛି । ତା ଉପରେ ନିଷ୍ପତ୍ତି ନିଆଯିବ ।