• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ବିଜେପିରେ ସାମିଲ ହେଲେ ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆନୁଷ୍ଠାନିକ ଭାବେ ଦଳରେ ସାମିଲ ହୋଇଛନ୍ତି ସୀମାରାଣୀ । ଗତକାଲି ରାତିରେ ସେ ବିଜେଡିରୁ ଇସ୍ତଫା ଦେଇଥିଲେ । ବିଜେଡି ମହେଶ ସାହୁଙ୍କୁ ହିନ୍ଦୋଳରୁ ଟିକେଟ ଦେବା ପରେ ଅସନ୍ତୁଷ୍ଟ ହୋଇ ସୀମା ଦଳ ଛାଡ଼ିଥିଲେ। ଆଜି ସେ ବିଜେପିରେ ଯୋଗ ଦେଇଛନ୍ତି । ହିନ୍ଦୋଳ ଆସନ ପାଇଁ ସୀମାରାଣୀ ଟିକେଟ୍ ଆଶାୟୀ ଥିବା ଚର୍ଚ୍ଚା ହେଉଛି। ଏଠାରୁ ବିଜେଡି ମହେଶ ସାହୁଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ଗୋବର୍ଦ୍ଧନ ନାୟକଙ୍କୁ ଟିକେଟ୍ ଦେଇଛି ।

ସୂଚନା ଅନୁସାରେ ଗତକାଲି ବିଜେଡି ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା । ତେବେ ହିନ୍ଦୋଳ ବିଧାନସଭା ଆସନରୁ ଚଳିତ ଥର ବିଧାୟିକା ସୀମାରାଣୀ ନାୟକଙ୍କ ବଦଳରେ ବିଜେଡି ମହେଶ ସାହୁଙ୍କୁ ପ୍ରାର୍ଥୀ କରିଥିଲା । ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ ସୀମାରାଣୀ ।

ତେବେ ଟିକେଟ୍ କଟିଲା ପରେ ବିଜେଡି ଛାଡିଛନ୍ତି ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ । ଗତକାଲି ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ । ଟିକେଟ ନ ମିଳିବା ପରେ ଆଜି ମୁହଁ ଖୋଲିଛନ୍ତି ସୀମାରାଣୀ । ଏଥିପାଇଁ ସେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ତାଙ୍କୁ ଟିକେଟ ନମିଳିବା ପାଇଁ କିଛି ମୁଷ୍ଠିମେୟ ଲୋକଙ୍କୁ ଦାୟୀ କରିଛନ୍ତି ।

ଓଟିଭିକୁ ପ୍ରତିକ୍ରିୟା ଦେବା ବେଳେ ସେ କୋହ ସମ୍ଭାଳି ପାରି ନଥିଲେ । ସୀମାରାଣୀ କହିଛନ୍ତି, କର୍ମୀଙ୍କ ସହ ଆଲୋଚନା କରି ଆଗାମୀ କାର୍ଯ୍ୟପନ୍ଥା ସ୍ଥିର କରିବେ । ଅନ୍ୟ କେଉଁଠୁ ସୁଯୋଗ ମିଳିଲେ ହାତଛଡ଼ା କରିବେ ନାହିଁ ‍ବୋଲି କହିଥିଲେ ସୀମାରାଣୀ ନାୟକ ।

ସୂଚନା ଅନୁସାରେ ସୀମାରାଣୀ ନାୟକ ହିନ୍ଦୋଳ ବିଧାନସଭା ଆସନରୁ ଦୁଇ ଦୁଇ ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ପ୍ରଥମ ଥର ପାଇଁ ୨୦୧୪ରେ ବିଜେଡି ଟିକେଟ୍‌ରେ ବିଜୟଲାଭ କରିଥିଲେ ସୀମା । ସେ ୨୦୧୪ରେ ୫୦ ହଜାରରୁ ଅଧିକ ଭୋଟରେ ବିଜୟ ଲାଭ କରିଥିଲେ । ଏହାପରେ ୨୦୧୯ ସାଧାରଣ ନିର୍ବାଚନରେ ପୁଣି ଥରେ ସୀମାରାଣୀଙ୍କୁ ଟିକେଟ୍‌ ଦେଇଥିଲା ବିଜେଡି । ୧୯ ନିର୍ବାଚନରେ ମଧ୍ୟ ସେ ୧୮ ହଜାରରୁ ଅଧିକ ଭୋଟରେ ବିଜୟଲାଭ କରିଥିଲେ । କିନ୍ତୁ ଚଳିତ ନିର୍ବାଚନରେ ତାଙ୍କୁ ଆଉ ଟିକେଟ୍ ନ ଦେଇ ତାଙ୍କ ସ୍ଥାନରେ ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କୁ ହିନ୍ଦୋଳ ଆସନରେ ପ୍ରାର୍ଥୀ କରିଛି ବିଜେଡି ।