Advertisment

ସମୀରଙ୍କୁ କାହିଁକି ଦିଆଗଲାନି ନିମାପଡ଼ା ଟିକେଟ୍, ଖୋଲି କହିଲେ ରଣେନ୍ଦ୍ର

ନିମାପଡ଼ାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ତେଜୁଛି ଅସନ୍ତୋଷ । କାହିଁକି ସମୀରଙ୍କୁ ଟିକେଟ ମିଳିଲାନି, ସେକଥା ନିମାପଡ଼ା ନିର୍ବାଚନ ମଣ୍ଡଳୀର ନିର୍ବାଚିତ ଜନ ପ୍ରତିନିଧିଙ୍କୁ କହିଛନ୍ତି ପୁରୀ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।

author-image
Swadesi Megha Mallhar Prusty
ଅଦ୍ୟତନ ହୋଇଛି
Why BJD denies tickets to Nimapara MLA Samir Dash

Odisha Politics

ନିମାପଡ଼ାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ତେଜୁଛି ଅସନ୍ତୋଷ । କାହିଁକି ସମୀରଙ୍କୁ ଟିକେଟ ମିଳିଲାନି ନିମାପଡ଼ା ନିର୍ବାଚନ ମଣ୍ଡଳୀର ନିର୍ବାଚିତ ଜନ ପ୍ରତିନିଧିଙ୍କୁ କହିଛନ୍ତି ପୁରୀ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଗତ ୨୦ ତାରିଖରେ ନିମାପଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସବୁ ନିର୍ବାଚିତ ପ୍ରତିନିଧିଙ୍କୁ ଡକାଯାଇଥିଲା ଶଙ୍ଖ ଭବନ ।

Advertisment

ସେମାନଙ୍କୁ ଭର୍ଚୁଆଲ୍ ବାର୍ତ୍ତାରେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି, ସମୀର ଦାଶଙ୍କୁ ଦଳ ଟିକେଟ ଦେଇ ଥାଆନ୍ତା । କିନ୍ତୁ ପରିବର୍ତ୍ତିତ ପରିସ୍ଥିତିରେ ମିଳିଲା ନାହିଁ । ତାଙ୍କ ନାଁରେ ଆସିଥିବା ଅଭିଯୋଗ ଟିକେଟ ମିଳିବା ପରେ ସାମନାକୁ ଆସିଥିଲେ ଦଳର ସମ୍ମାନହାନୀ ହୋଇ ଥାଆନ୍ତା । ଏବେ ଦିଲ୍ଲୀପଙ୍କୁ ସହଯୋଗ କରିବାକୁ ବିଜେଡି ସୁପ୍ରିମୋଙ୍କ ନିର୍ଦ୍ଦେଶ ଥିବା କହିଛନ୍ତି ରଣେନ୍ଦ୍ର ପ୍ରତାପ ସ୍ବାଇଁ ।

ଅଧିକ ପଢ଼ନ୍ତୁ: କାକଟପୁର ଆସନ; ବିଜେଡି ବିଦ୍ରୋହୀ ସୁରେନ୍ଦ୍ରଙ୍କ ପଲ୍ଲା ଭାରି, ତୁଷାରଙ୍କୁ ଅଡ଼ୁଆ

Advertisment

ତାଙ୍କ ଭିଡିଓବାର୍ତ୍ତା ଉପରେ ସମୀର ଦାଶଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ । ସେଦିନ ଶଙ୍ଖ ଭବନ ବୈଠକରେ ଉପସ୍ଥିତ ଥିଲେ ସମୀରଙ୍କ ସମର୍ଥକ ତିନି ଜଣ ଜିଲ୍ଲା ପରିଷଦ ସଭ୍ୟ, କିଛି ସରପଞ୍ଚ ଓ ସମିତିସଭ୍ୟ । ସେହିପରି ଟିକେଟ କଟିବା ପରେ ନିମାପଡାରେ ପାୱାର ସୋ କରିଥିଲେ ସମୀର । ସୂଚନା ଅନୁସାରେ ଏପ୍ରିଲ୍‌ ୧୭ରେ ବିଜେଡି ଘୋଷଣା କରିଥିଲା ପଞ୍ଚମ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ।

ତେବେ ନିମାପଡ଼ା ବିଧାନସଭା ଆସନରୁ ବିଜେଡି ପୂର୍ବତନ ମନ୍ତ୍ରୀ ସମୀର ଦାଶଙ୍କ ଟିକେଟ୍‌ କାଟିଥିଲା । ସମୀରଙ୍କ ବଦଳରେ ଦଳ ନିକଟରେ ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଇଥିବା ଦିଲ୍ଲୀପ ନାୟକଙ୍କୁ ପ୍ରାର୍ଥୀ କରିଥିଲା । ଟିକେଟ୍ କଟିବା ପରେ ଏପ୍ରିଲ୍‌ ୧୮ରେ ସମର୍ଥକଙ୍କୁ ନେଇ ମେଳି କରିଥିଲେ ସମୀର । ନିମାପଡ଼ାରେ ନିଜ କର୍ମୀ ଓ ସମର୍ଥକଙ୍କ ସହ ଏକାଠି ହୋଇଥିଲେ ।

ନିମାପଡ଼ା ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣାକୁ ନେଇ ଦଳ ପୁନର୍ବିଚାର କରିବାକୁ ନିଜ ଦାବି ରଖିଥିଲେ ସମୀର । ତେବେ ସେହି ବୈଠକରେ ଟିକେଟ୍ କଟିବାକୁ ନେଇ ଭାବବିହ୍ୱଳ ହୋଇପଡ଼ିଥିଲେ ସମୀର । ଶନିବାର ଦିନ ନିଜ ସମର୍ଥକଙ୍କ ସହ ଏକାଠି ହୋଇ ଏନେଇ ଦାବି ଜଣାଇବେ ବୋଲି ସେଦିନ କହିଥିଲେ ସମୀର ଦାଶ ।

ସୂଚନା ଅନୁସାରେ ନିମାପଡ଼ା ବିଧାନସଭା ଆସନରେ ଗତ ତିନୋଟି ନିର୍ବାଚନରେ ବିଜୟଲାଭ କରିଆସୁଛନ୍ତି ସମୀର । ସେ ୨୦୦୯, ୨୦୧୪ ଓ ୨୦୧୯ ନିର୍ବାଚନରେ ବିଜୟ ମୁକୁଟ ପିନ୍ଧିଥିଲେ । ଆଶା ଥିଲା ୨୪ ନିର୍ବାଚନରେ ମଧ୍ୟ ବିଜେଡି ତାଙ୍କୁ ଟିକେଟ୍‌ ଦେବ । କିନ୍ତୁ ବିଜେଡି ସମୀର ଦାଶଙ୍କୁ ପ୍ରାର୍ଥୀ ନ କରି ନୂଆ କରି ଦଳରେ ସାମିଲ ହୋଇଥିବା ଦିଲ୍ଲୀପ ନାୟକଙ୍କୁ ଟିକେଟ୍‌ ଦେଇଥିଲା ।

Samir Dash BJD General Elections 2024 Odisha Politics
Advertisment
Advertisment