• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଓଡ଼ିଶା ପାଇଁ ଷ୍ଟାର କ୍ୟାମ୍ପେନର ତାଲିକା ପ୍ରକାଶ କଲା ବିଜେପି । ଉଭୟ ଲୋକସଭା ଓ ବିଧାନସଭା ପାଇଁ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛି ଭାରତୀୟ ଜନତା ପାର୍ଟି । ଏହି ତାଲିକାର ପ୍ରଥମରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେହିପରି ଅନ୍ୟମାନଙ୍କ ମଧ୍ୟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ ସାମିଲ ଅଛନ୍ତି।

ଅନ୍ୟପକ୍ଷରେ ଏହି ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ ୪ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ସାମିଲ ଅଛନ୍ତି । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ମୋହନ ଯାଦବ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ଏହି ତାଲିକରେ ଅଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ସ୍ମୃତି ଇରାନୀ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ଅପରାଜିତା ଷଡ଼ଙ୍ଗୀ ବି ଏହି ତାଲିକାରେ ଅଛନ୍ତି ।

ସେପଟେ ୨୪ ମହାସଂଗ୍ରାମ ପାଇଁ ଖୁବଶୀଘ୍ର ପ୍ରଚାର ମୈଦାନରେ ହେବ ହେଭିୱେଟ୍ ଟକ୍କର । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଆସନ୍ତା ୨୫ ତାରିଖ ଗସ୍ତ ପରେ ପରେ ଓଡ଼ିଶା ମୁହାଁ ହେବେ କେନ୍ଦ୍ରୀୟ ନେତା । ୨୮ ତାରିଖରେ କଂଗ୍ରେସ ନେତା ରାହୁଲ ଗାନ୍ଧି ସାଲେପୁର ଆସିବାକୁ ଥିବା ବେଳେ ତା’ ୪ ଦିନ ପୂର୍ବରୁ କିନ୍ତୁ ପ୍ରଚାର ଲଢ଼େଇକୁ ଡେଇଁବେ ସିଏମ୍ ନବୀନ । ଆସନ୍ତା ୨୪ ତାରିଖରେ ମୁଖ୍ୟମନ୍ତ୍ରୀ ନିଜ ପାରମ୍ପରିକ ସିଟ୍ ହିଞ୍ଜିଳିରୁ ପ୍ରଚାର ଅଭିଯାନ ଅନୁକୂଳ କରିବାର କାର୍ଯ୍ୟକ୍ରମ ରହିଛି ।

ଏପ୍ରିଲ ୨୪ରେ ନବୀନ, ୨୫ରେ ଶାହ, ୨୮ରେ ରାହୁଲ । ରାଜ୍ୟ ପ୍ରଚାର ମୈଦାନରେ ଖୁବଶୀଘ୍ର ଆରମ୍ଭ ହୋଇଯିବ ଘମାଘୋଟ ଲଢ଼େଇ । ପ୍ରତିଶ୍ରୁତିର ବର୍ଷା ସାଙ୍ଗକୁ ଚାଲିବ ପରସ୍ପର ବିରୋଧରେ ଆଟାକ୍ କାଉଣ୍ଟର ଆଟାକର ପର୍ବ । ଅନ୍ୟପଟେ ଅସନ୍ତା ଏପ୍ରିଲ୍‌ ୨୫ରେ ସରୁଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ ।