Advertisment

ବିଜେଡିରୁ ଇସ୍ତଫା ଦେଲେ ରାସେଶ୍ୱରୀ ପାଣିଗ୍ରାହୀ

ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିର ପ୍ରାଥମିକ ସଦସ୍ୟ ସହ ସମସ୍ତ ପଦରୁ ଇସ୍ତଫା ଦେଲେ।

author-image
Manoranjan Behera
ଅଦ୍ୟତନ ହୋଇଛି
Raseswari Panigrahi Quit BJD

Raseswari Panigrahi

ବିଜେଡିରୁ ଇସ୍ତଫା ଦେଲେ ରାସେଶ୍ୱରୀ ପାଣିଗ୍ରାହୀ। ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିର ପ୍ରାଥମିକ ସଦସ୍ୟ ସହ ସମସ୍ତ ପଦରୁ ଇସ୍ତଫା ଦେଲେ। ଦଳର ସୁପ୍ରିମୋ ନବୀନଙ୍କ ପାଖକୁ ପଠାଇଲେ ଇସ୍ତଫା ପତ୍ର ପଠାଇଛନ୍ତି। ସମ୍ବଲପୁରରୁ ଟିକେଟ ଆଶାୟୀ ଥିଲେ ରାସେଶ୍ୱରୀ।

Advertisment

ସେପଟେ ବିଜେଡିରୁ ଇସ୍ତଫା ପରେ ପ୍ରେସମିଟ କରିଛନ୍ତି ରାସେଶ୍ୱରୀ ପାଣିଗ୍ରାହୀ । ସମ୍ବଲପୁରର ସ୍ୱାଭିମାନ ଓ ଅସ୍ମିତା ପାଇଁ ବିଜେଡି ଛାଡ଼ିଲି । ଦଳ ଯେଭଳି ନିଷ୍ପତ୍ତି ନେଲା, ସମ୍ବଲପୁର ପାଇଁ ଅପମାନ । ସମ୍ବଲପୁରରେ କଣ ନେତା ନାହାନ୍ତି, ବାହାରୁ ଆଣି ଲଢ଼ାଉଛନ୍ତି । ଦଳ ଯେଭଳି ନିଷ୍ପତ୍ତି ନେଲା, ସମ୍ବଲପୁର ପାଇଁ ଅବମାନନା ବୋଲି କହିଛନ୍ତି ରାସେଶ୍ୱରୀ ।

ସମ୍ବଲପୁରକୁ ଅଣଦେଖା କରାଗଲା, ମୋତେ ବାଧିଛି । ଦଳ ଛାଡ଼ିବା ନିଷ୍ପତ୍ତି କଷ୍ଟ ଲାଗୁଛି, କିନ୍ତୁ ସମ୍ବଲପୁରବାସୀ ମୋ ପାଇଁ ଆଗ ବୋଲି କହିଛନ୍ତି । ଏହା ସହ ସମାଜସେବା କରୁଛି, ଆଗକୁ ବି ଜାରି ରହିବ ବୋଲି ମଧ୍ୟ ପ୍ରେସମିଟ କରି କହିଛନ୍ତି ରାସେଶ୍ୱରୀ । ଆଗାମୀ ଦିନରେ କୌଣସି ପଲିଟିକାଲ୍ ଆକ୍ଟିଭିଟି କରିବିନି । ପ୍ରତ୍ୟକ୍ଷ ରାଜନୀତିରୁ ସନ୍ନ୍ୟାସ କି ପ୍ରଶ୍ନରେ କହିଲେ ସମୟ କହିବ ବୋଲି କହିଛନ୍ତି ।

Advertisment

ଅଧିକ ପଢ଼ନ୍ତୁ: ଝାରସୁଗୁଡ଼ା BJD ହୁଲୁସ୍ତୁଲ୍, ଅଣଦେଖା ଅଭିଯୋଗରେ ଦଳ ଛାଡ଼ିଲେ ସାଧାରଣ ସମ୍ପାଦକ

ସମ୍ବଲପୁର ବିଧାନସଭା ଆସନ ପାଇଁ ରାସେଶ୍ୱରୀ ଆଶାୟୀ ଥିବା ବେଳେ ଦଳ ରୋହିତ ପୂଜାରୀଙ୍କୁ ଟିକେଟ୍‌ ଦେଇଛି। ପ୍ରଥମେ ଏହି ଆସନ ପାଇଁ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଦଳ ଟିକେଟ୍‌ ଦେଇଥିଲା। କିନ୍ତୁ ପ୍ରସନ୍ନଙ୍କ ଅସନ୍ତୁଷ୍ଟ ଥିବା ଜାଣି ସିଟ୍‌ ଅଦଳବଦଳ କରିଥିଲା ବିଜେଡି। ରୋହିତଙ୍କୁ ସମ୍ବଲପୁର ଏବଂ ପ୍ରସନ୍ନଙ୍କୁ ରେଢ଼ାଖୋଲ ଆସନ ପାଇଁ ଟିକେଟ ଦେଇଥିଲା ଦଳ। କୁହାଯାଉଛି କି ପ୍ରସନ୍ନଙ୍କ ଜିଦ୍‌ ଆଗରେ ହାର ମାନିଲା ଦଳ।

ରୋହିତଙ୍କୁ ଦଳ ଟିକେଟ୍‌ ଦେବା ପରଠୁ ରାସେଶ୍ୱରୀଙ୍କ ସମର୍ଥକ ଆଉ ଚୁପ ବସିନଥିଲେ। ରାସେଶ୍ୱରୀଙ୍କ ପାଇଁ ଟିକେଟ ଦାବି କରିବା ସହ ତାଙ୍କୁ ଯଦି ଟିକେଟ ନମିଳେ ତାହେଲେ ଭୋଟ ବର୍ଜନ ହେବ ଓ଼ ଅନ୍ୟ ପ୍ରାର୍ଥୀଙ୍କୁ ସହଯୋଗ କରିବେ ନାହିଁ ବୋଲି କହିଥିଲେ। ଏଭଳି ସ୍ଥିତି ରେ ସମ୍ବଲପୁର ଜିଲ୍ଲା ବିଜେଡିର ଦଳୀୟ କନ୍ଦଳ ପଦାରେ ପଡିଛି। ଶୀର୍ଷ ନେତୃତ୍ୱର ଚିନ୍ତା ବଢ଼ିଯାଇଛି । ଉଭୟ ରାସେଶ୍ୱରୀ ଓ ରୋହିତଙ୍କ ଭଲ ସଂଗଠନ ଥିବା ବେଳେ ଉଭୟଙ୍କ ମଧ୍ୟରେ ଭଲ ସମ୍ପର୍କ ନାହିଁ ବୋଲି ଚର୍ଚ୍ଚା ହେଉଥିଲା।

୨୦୨୪ରେ ରାସେଶ୍ୱରୀ ଟିକେଟ ଆଶାୟୀ ଥିଲେ ମଧ୍ୟ ଦଳ ଏଠାରେ ପ୍ରଥମେ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ପ୍ରାର୍ଥୀ କରିଥିଲା। ପରେ ଏଠାରେ ପ୍ରାର୍ଥୀ ପରିବର୍ତ୍ତନ କରି ରୋହିତ ପୂଜାରୀଙ୍କୁ ଦଳ ପ୍ରାର୍ଥୀ କରିଥିଲା। ଯାହାକୁ ନେଇ ରାସେଶ୍ୱରୀଙ୍କ ସମର୍ଥକ ଅସନ୍ତୁଷ୍ଟ ଥିଲେ। ଏପରିକି ରାସେଶ୍ୱରୀଙ୍କୁ ଟିକେଟ ଦେବା ନେଇ ଦଳୀୟ ସୁପ୍ରିମୋ ପୁନଃବିଚାର କରିବା ଆବଶ୍ୟକ ବୋଲି କହିଥିଲେ।

କିନ୍ତୁ ପ୍ରାର୍ଥୀ ପରିବର୍ତ୍ତନ ନେଇ କୌଣସି ସଂକେତ ନ ମିଳିବାରୁ ରାସେଶ୍ୱରୀ ବିଜେଡି ଛାଡିଥିବା ଚର୍ଚ୍ଚା ହେଉଛି। ଦିନ ୧୧ଟାରେ ରାସେଶ୍ୱରୀ ସାମ୍ବାଦିକ ସମ୍ମିଳନୀ କରିବେ। ଯେଉଁଥିରେ ନିଜ ଇସ୍ତଫା ପଛର କାରଣ କହିପାରନ୍ତି। ୨୦୧୪ରୁ ୨୦୧୯ ଯାଏଁ ସମ୍ବଲପୁରରୁ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ ରାସେଶ୍ୱରୀ ପାଣିଗ୍ରାହୀ। ତେବେ ୨୦୧୯ରେ ଜୟନାରାୟଣ ମିଶ୍ରଙ୍କ ଠାରୁ ପରାଜିତ ହୋଇଥିଲେ ରାସେଶ୍ୱରୀ। ରାସେଶ୍ୱରୀଙ୍କର ସମ୍ବଲପୁରରେ ନିଜସ୍ୱ ସଙ୍ଗଠନ ରହିଛି। ରାସେଶ୍ୱରୀ ବିଜେଡିରୁ ଇସ୍ତଫା ଦେଇଥିଲେ ମଧ୍ୟ ଆଗାମୀ ରାଜନୈତିକ କାର୍ଯ୍ୟପନ୍ଥା କଣ ରହିବ ସେନେଇ ମୁହଁ ଖୋଲିନାହାନ୍ତି।

BJD Odisha Politics General Elections 2024
Advertisment
Advertisment