Advertisment

BJD ଛାଡ଼ିଲେ ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ

ପାର୍ଟି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ବ୍ୟକ୍ତିଗତ ସମସ୍ୟା ପାଇଁ ଇସ୍ତଫା ଦେଉଥିବା ଲେଖିଛନ୍ତି ସୀମାରାଣୀ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Simarani Nayak

Simarani Nayak

ଟିକେଟ୍ କଟିଲା ପରେ ଦଳ ଛାଡ଼ିଲେ ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ। ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଆଜି ସୀମାରାଣୀଙ୍କ ନାଁ ନଥିଲା। ତାଙ୍କ ସ୍ଥାନରେ ସାଂସଦ ମହେଶ ସାହୁଙ୍କୁ ଟିକେଟ୍ ଦଳ ହିନ୍ଦୋଳ ବିଧାନସଭା ଆସନ ଟିକେଟ୍ ଦେବାରୁ ସୀମାରାଣୀ ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ପାର୍ଟି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ବ୍ୟକ୍ତିଗତ ସମସ୍ୟା ପାଇଁ ଇସ୍ତଫା ଦେଉଥିବା ଲେଖିଛନ୍ତି ସୀମାରାଣୀ।

Advertisment

ଆଜି ଘୋଷଣା ହୋଇନଥିବା ବିଜେଡିର ୧୨ରୁ ୬ସିଟ୍‌ରେ ପ୍ରାର୍ଥୀ ଘୋଷଣା ହେଲା। ପୁଣି ବାକି ରହିଲା ୬। ବିଜେଡି ତାର ସପ୍ତମ ପର୍ଯ୍ୟାୟ ତାଲିକାରେ ତିନି ସିଟିଂ ଏମ୍ଏଲ୍ଏଙ୍କ ଟିକେଟ କାଟିଥିବାବେଳେ ଦୁଇ ବିଧାୟକଙ୍କ ପତ୍ନୀଙ୍କୁ ଦେଇଛି ଟିକେଟ। କେବଳ କାକଟପୁରକୁ ଛାଡ଼ିଦେଲେ ଅନ୍ୟ ୫ ସିଟ୍‌ରେ ନୂଆ ମୁହଁକୁ ଦଳ ପ୍ରାର୍ଥୀ କରିଛି। ଆରପଟେ ବାକି ଥିବା ୬ ବିବାଦୀୟ ନିର୍ବାଚନ ମଣ୍ଡଳୀ କଣ୍ଟା ଏବେ ବିଜେଡି ତଣ୍ଟିରେ ଲାଗିଛି।

ବରୀ, ବାଲିକୁଦା ଆଉ ହିନ୍ଦୋଳରେ କଟିଛି ବିଧାୟକଙ୍କ ଟିକେଟ। ବଳି ପଡ଼ିଛନ୍ତି ସୁନନ୍ଦା, ସୀମାରାଣୀ ଓ ରଘୁନନ୍ଦନ। ଦୁଇ ସ୍ଥାନରେ ସ୍ୱାମୀଙ୍କ ବଦଳରେ ସ୍ତ୍ରୀଙ୍କୁ ମିଳିଲା ଟିକେଟ। କେବଳ କାକଟପୁରରେ ଦଳ ପ୍ରାର୍ଥୀଙ୍କୁ ରିପିଟ୍ କରିଥିବାବେଳେ ଆଉ ସବୁଠି ନୂଆ ପ୍ରାର୍ଥୀ। ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ୬ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି।

Advertisment

ଢେଙ୍କାନାଳ ସାଂସଦ ମହେଶ ସାହୁ ଏଥର ହିନ୍ଦୋଳ ଆସନରୁ ଲଢିବେ। ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କ ଧର୍ମପତ୍ନୀ ରଞ୍ଜିତା ମାର୍ଣ୍ଡିଙ୍କୁ ମିଳିଛି ବାଙ୍ଗିରିପୋଷି ଟିକେଟ। ସେହିପରି ରଘୁନାଥପାଲ୍ଲୀରେ ବିଧାୟକ ସୁବ୍ରତ ତରାଇଙ୍କ ପତ୍ନି ଅର୍ଚ୍ଚନା ରେଖା ବେହେରାଙ୍କ ଉପରେ ଭରସା କରିଛି ଦଳ। ବାଲିକୁଦା-ଏରସମାରେ ରଘୁନନ୍ଦନଙ୍କ ଟିକେଟ କଟିଥିବାବେଳେ ସାରଦା ପ୍ରସନ୍ନ ଜେନା ପାଇଛନ୍ତି ଟିକେଟ। ଚର୍ଚ୍ଚା ହେଉଛି ସରକାର ବିରୋଧୀ ହାୱା ପାଇଁ ତିନି ବିଧାୟକଙ୍କ ଟିକେଟ କାଟିଛି ଦଳ।

BJD BJP Congress Odisha Politics General Election 2024
Advertisment
Advertisment