Advertisment

କେମିତି ଦଣ୍ଡ ପାଇବ ଦୋଷୀ? ପଦକ୍ଷେପ ନିଅନ୍ତୁ ମୁଖ୍ୟମନ୍ତ୍ରୀ

ମମିତା ମାମଲାରେ ନରସିଂହ ମିଶ୍ର ଖୋଲିଦେଲେ ଗୁମର । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ମୁହଁ ଖୋଲିଲେ ନରସିଂହ । ମମିତା-ଗୋବିନ୍ଦ ମଧ୍ୟରେ ବୁଝାମଣା ନେଇ ମନ୍ତ୍ରୀ ଉଦ୍ୟମ କରିଥିଲେ ବୋଲି ସଙ୍ଗୀନ ଅଭିଯୋଗ କଲେ ନରସିଂହ।

author-image
Sarbeswar
ଅଦ୍ୟତନ ହୋଇଛି
Narasingha Mishra

Narasingha Mishra

ଭୁବନେଶ୍ୱର: ମମିତା ମାମଲାରେ ନରସିଂହ ମିଶ୍ର ଖୋଲିଦେଲେ ଗୁମର । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ମୁହଁ ଖୋଲିଲେ ନରସିଂହ । ମମିତା-ଗୋବିନ୍ଦ ମଧ୍ୟରେ ବୁଝାମଣା ନେଇ ମନ୍ତ୍ରୀ ଉଦ୍ୟମ କରିଥିଲେ ବୋଲି ସଙ୍ଗୀନ ଅଭିଯୋଗ କଲେ ନରସିଂହ। ଏହାସହ ଉଭୟଙ୍କୁ ନେଇ ରାୟପୁରରେ ମନ୍ତ୍ରୀ ବୈଠକ ଡାକିଥିଲେ ବୋଲି ନରସିଂହ କହିଛନ୍ତି । ଏ ସଂପର୍କିତ ଡିଆଇଜି ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଇଛନ୍ତି ବୋଲି ସେ କହିଛନ୍ତି।

Advertisment

ତେବେ ପୂର୍ବରୁ ଶ୍ରୀ ମିଶ୍ର କହିଥିଲେ କି ଯେଉଁପରି ଭାବରେ ମମିତାଙ୍କୁ ହତ୍ୟା କରଗଲା, ସେ ଦୋଷୀକୁ କଠୋର ଦଣ୍ଡ ଦେବାର ଆବଶ୍ୟକତା ରହିଛି। ତାଙ୍କ ପରିବାର ମଧ୍ୟ ଚାହୁଁଛନ୍ତି ଅଭିଯୁକ୍ତଙ୍କୁ ଫାଶି ମିଳୁ। ଯଦି ଗୋବିନ୍ଦ ସାହୁଙ୍କ ବିରୋଧରେ ଆସିଥିବା ଅଭିଯୋଗ ସତ୍ୟ ହୋଇଥାଏ ତେବେ ଫାଶି ନିଶ୍ଚିତ ବୋଲି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର କହିଛନ୍ତି। କିନ୍ତୁ ତାଙ୍କୁ ଦଣ୍ଡିତ କରିବା ପାଇଁ ସରକାରୀ ସ୍ତରରେ ଯେଉଁ ପଦକ୍ଷେପ ନିଆଯିବାର କଥା ତାହା ସରକାର ନେଇ ନାହାନ୍ତି ବୋଲି ନରସିଂହ କହିଛନ୍ତି। ଯେଉଁ ପରି ଭାବରେ ତଦନ୍ତ ହେଉଛି, ଏମିତି ହେବା କଥା ନୁହେଁ। ତଦନ୍ତରେ କୌଣସି ପକ୍ଷପାତିତା ହେବା ଉଚିତ୍‌ ନୁହେଁ ବୋଲି ସେ କହିଛନ୍ତି।

Advertisment

ପରିବାରର ସନ୍ତୋଷ ଅନୁସାରେ ତଦନ୍ତ ହେବା ଦରକାର। ଯଦି ସେମାନେ ସିବିଆଇ ତଦନ୍ତ ସେମାନେ ଚାହୁଁଛନ୍ତି ତେବେ ହେବା ଦରକାର। ହାଇକୋର୍ଟ କିମ୍ବା ସୁପ୍ରିମକୋର୍ଟଙ୍କ ମନିଟରରେ ତଦନ୍ତ ହେଲେ ଭଲ ବୋଲି ସେ କହିବା ସହ କେମିତି ଦୋଷୀ ଦଣ୍ଡିତ ହେବ ସେନେଇ ମୁଖ୍ୟମନ୍ତ୍ରୀ ପଦକ୍ଷେପ ନିଅନ୍ତୁ। ବର୍ତ୍ତମାନର ତଦନ୍ତକୁ ଦେଖିଲେ ସବୁ କିଛି ଠିକ୍‌ ଚାଲିନାହିଁ ବୋଲି ସ୍ପଷ୍ଟ ଜଣାପଡ଼ୁଛି। ବର୍ତ୍ତମାନ ମମିତା ମୃତ, କିନ୍ତୁ ୧୦୦ ଲୋକ କହିଲେ ବି କୋର୍ଟ ତାହାକୁ ମାନିବ ନାହିଁ। ସେଥିପାଇଁ ପ୍ରମାଣ ଦରକାର ବୋଲି ଶ୍ରୀ ମିଶ୍ର କହିଛନ୍ତି।

Narasingha Mishra Odisha Police Accused Gobinda Sahu Mamita Murder Case
Advertisment
Advertisment