• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

congress
କଂଗ୍ରେସର ୧୧୧ ପ୍ରାର୍ଥୀ ତାଲିକାରେ ୮୦ ନୂଆ ମୁହଁ

ଭୁବନେଶ୍ୱର: ଧୀରେ ଧୀରେ କଂଗ୍ରେସ ତା’ର ପ୍ରାର୍ଥୀ ତାଲିକା ଘୋଷଣା କରୁଛି। ବର୍ତ୍ତମାନ ସୁଦ୍ଧା ଘୋଷଣା ହୋଇଥିବା ପ୍ରାର୍ଥୀଙ୍କ ନାଁରୁ ଜଣାପଡ଼ୁଛି, କଂଗ୍ରେସ୍‌ ପୁରୁଣା ପ୍ରାର୍ଥୀଙ୍କୁ ଭରଷାକୁ ନେଇପାରୁନାହିଁ। କାରଣ ବହୁ ମାନସମନ୍ଥନ ପରେ ଏପର୍ଯ୍ୟନ୍ତ ଘୋଷିତ ୧୧୧ ନାଁରେ ଅଛି ୮୦ଟି ନୂଆ ମୁହଁ। ଏପଟେ ଆଜି ଘୋଷଣା ହୋଇଥିବା ଚତୁର୍ଥ ପର୍ଯ୍ୟାୟ ତାଲିକାରେ ବି ପରିବାରବାଦ୍ ଜଳ ଜଳ ହୋଇ ଦିଶୁଛି। ଅନେକ ସ୍ଥାନରେ ବାପା-ପୁଅ ଉଭୟଙ୍କୁ ଟିକେଟ ଦେଇଛି ଦଳ। ବାକି ଥିବା […]

  • Tuesday, 20 July 2021
malkangiri
ଗାଁକୁ ପ୍ରଚାର ପାଇଁ ପ୍ରାର୍ଥୀଙ୍କୁ ପୂରାଇ ନଦେବାକୁ ଚେତାବନୀ

ମାଲକାନଗିରି: ମାଲକାନଗିରି ଗୌଡଗଡା ଏବଂ ତମସା ପଞ୍ଚାୟତର ୬ଟି ଗାଁକୁ ପକ୍କା ରାସ୍ତା ନହେଲେ ଭୋଟ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି ସ୍ଥାନୀୟ ଲୋକେ। ଭଲ ରାସ୍ତା ପାଇଁ ପ୍ରଶାସନ ଅଧିକାରୀଙ୍କୁ ବାରମ୍ବାର ଦାବି କରି ଆସୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁ ନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ। ଏହାସହ ନିର୍ବାଚନ ପ୍ରଚାର ପାଇଁ ଗାଁକୁ କୌଣସି ନେତାଙ୍କୁ ପୂରାଇ ନଦେବାକୁ ଗ୍ରାମବାସୀ ଚେତାବନୀ ଦେଇଛନ୍ତି।

  • Tuesday, 20 July 2021
polo
ତୁଡିପାଜୁ ପଞ୍ଚାୟତବାସୀଙ୍କ ଚେତାବନୀ ‘ପୋଲ ନାହିଁ ତ ଭୋଟ୍ ନାହିଁ’

ଫୁଲବାଣୀ (ତ୍ରୀନାଥ ସାହୁ): ଗ୍ରାମାଞ୍ଚଳରୁ ସହର ପର୍ଯ୍ୟନ୍ତ ଯାତାୟତ ସୁବିଧା ପାଇଁ ସରକାରଙ୍କ ରହିଛି ଅନେକ ଯୋଜନା। ହେଲେ ଏହାର ନଗ୍ନ ଚିତ୍ର ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ତୁଡିପାଜୁ ପଞ୍ଚାୟତରେ। ପଞ୍ଚାୟତର ୨୫ଟି ଗାଁର ମୁଖ୍ୟ ସମସ୍ୟା ପାଲଟିଛି ସାଙ୍କୁଳୀ ନଦୀ। ନଦୀରେ ପୋଲ ନଥିବାରୁ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖିନ ହେଉଛନ୍ତି। ଏପରିସ୍ଥିତିରେ ‘ପୋଲ ନାହିଁ ତ ଭୋଟ୍ ନାହିଁ’ ବୋଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରି ଚେତାବନୀ ଦେଇଛନ୍ତି କନ୍ଧମାଳ ତୁଡିପାଜୁ […]

  • Tuesday, 20 July 2021
naveen
୧୮ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି: ତାଲିକାରେ ଦାମଙ୍କ ପୁଅ

ଭୁବନେଶ୍ୱର: ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୧୮ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି। ଏହି ତାଲିକାରେ ବିଜେପିର ବରିଷ୍ଠ ନେତା ଦାମୋଦର ରାଉତଙ୍କ ପୁଅଙ୍କ ନାଁ ରହିଛି। ବିଜେଡି ଦାମଙ୍କ ପୁଅ ସମ୍ବିତ ରାଉତରାୟଙ୍କୁ ପାରାଦୀପରୁ ପ୍ରାର୍ଥୀ କରିଛି। ତାଲିକାରେ ବରିଷ୍ଠ ନେତା ବିଷ୍ଣୁ ଦାସ ଏବଂ ମହେଶ୍ୱର ମହାନ୍ତିଙ୍କ ନାଁ ରହିଛି। ବିଷ୍ଣୁଙ୍କୁ ତିର୍ତ୍ତୋଲରୁ ପ୍ରାର୍ଥୀ କରାଯାଇଥିବା ବେଳେ ମହେଶ୍ୱର ପୂର୍ବପରି ପୁରୀରୁ ପ୍ରାର୍ଥୀ ହୋଇଛନ୍ତି। ସେହିପରି […]

  • Tuesday, 20 July 2021
bjd
ପ୍ରାର୍ଥିପତ୍ର ଦାଖଲ କଲେ ନଳିନୀକାନ୍ତ ଏବଂ ରାସେଶ୍ୱରୀ

ସମ୍ବଲପୁର (ସଞ୍ଜୟ ଜେନା): ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲର ଆଜି ଦ୍ୱିତୀୟ ଦିନ।  ସମ୍ବଲପୁରରେ ଆଜି ବିଜେଡି ବିଧାନସଭା ପ୍ରାର୍ଥୀ ରାସେଶ୍ୱରୀ ପାଣିଗ୍ରାହୀ  ଏବଂ ଲୋକସଭା ପ୍ରାର୍ଥୀ ନଳିନୀକାନ୍ତ ପ୍ରଧାନ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସମ୍ବଲପୁରରେ ରାସେଶ୍ୱରୀ ଏବଂ ବିଜେପିର ଜୟ ନାରାୟଣ ମିଶ୍ରଙ୍କ ମଧ୍ୟରେ ଟକ୍କର ହେବ। ସେପଟେ ଏହି ଦୁଇଜଣଙ୍କୁ ଟକ୍କର ଦେବା ପାଇଁ ମଇଦାନକୁ ଓହ୍ଲାଇନ୍ତି ଜିଲ୍ଲା କଂଗ୍ରେସ ସଭାପତି ଅଶ୍ୱିନୀ ଗୁରୁ। ତୃତୀୟ ପର୍ଯ୍ୟାୟରେ ୬ଟି ଲୋକସଭା ସମ୍ବଲପୁର, […]

  • Tuesday, 20 July 2021
modi
ମୋଦିଙ୍କ ଗସ୍ତକୁ ନେଇ କିଏ କ’ଣ କହିଲେ

ଭୁବନେଶ୍ୱର: ଜୟପୁର ନିର୍ବାଚନୀ ସଭାରେ ପରୋକ୍ଷରେ ନବୀନ ସରକାରଙ୍କ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଚିଟଫଣ୍ଡ ଦୁର୍ନୀତି, ନାରୀ ନିର୍ଯାତନା, ଆୟୁଷ୍ମାନ ଭାରତ ଯୋଜନାକୁ ରାଜ୍ୟ ସରକାର କାର୍ଯ୍ୟକାରୀ ନକରିବା, କାଳିଆ ଯୋଜନା, ଖଣି ଦୁର୍ନୀତି ଭଳି ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ମୋଦି କଡ଼ା ସମାଲୋଚନା କରିଛନ୍ତି। ସେହିପରି ପିଏମ୍ କିଷାନ ଯୋଜନାର କାର୍ଯ୍ୟକାରୀତାକୁ ନେଇ ସେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଡବଲ ଇଞ୍ଜିନ ଅର୍ଥାତ କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର […]

  • Tuesday, 20 July 2021
naveen
ବିଜେଡି ଫର୍ମୁଲା : ଲୋକସଭା ପାଇଁ ନୂଆ, ବିଧାନସଭା ପାଇଁ ପୁରୁଣା

ଭୁବନେଶ୍ୱର : ଲୋକସଭା ନିର୍ବାଚନ ଲାଗି ନୂଆ ମୁହଁ, ବିଧାନସଭା ପାଇଁ ପୁରୁଣା। ଗତକାଲି ବିଜେଡିର ପ୍ରାର୍ଥୀ ତାଲିକାରୁ ଏହା ସ୍ପଷ୍ଟ ବାରି ହୋଇପଡୁଛି। ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ପରେ ଅନେକ ବିଧାୟକ, ସାଂସଦ ଓ ନେତା ଦଳ ଛାଡିବା ସହ ଖୋଲାଖୋଲି ବିଦ୍ରୋହ କରିଥିଲେ। ଏହାପରେ ବିଜେଡି ଷ୍ଟ୍ରାଟେଜି ବଦଳାଇଛି। ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ଅସନ୍ତୋଷ ଭୟରେ ନୁହେଁ, ସର୍ଭେ ଅନୁସାରେ ହିଁ ଟିକେଟ୍ ଦିଆଯାଇଥିବା […]

  • Tuesday, 20 July 2021
bjd-bjp
ବିଜେପି-ବିଜେଡି ‘ପ୍ରଶ୍ନ ରାଜନୀତି’

ଭୁବନେଶ୍ୱର: ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି, ରାଜ୍ୟ ରାଜନୀତି ସେହି ପରିମାଣରେ ସରଗରମ ହେବାରେ ଲାଗିଛି। ଦଳଡିଆଁ ରୋଗ ଚରମସୀମାରେ ପହଞ୍ଚି ଥିବା ବେଳେ ଆରୋପ, ପ୍ରତ୍ୟାରୋପ ରାଜନୀତି ବ୍ୟାପକ ହୋଇଛି। ନିଜ ସରକାରର ସଫଳତାକୁ ଦଳ ତୁଣ୍ଡ ବାଇଦ କରୁଥିବା ବେଳେ ବିରୋଧୀଙ୍କ ବିଫଳତାକୁ ଜନତାର କାଠଗଡ଼ାରେ ଛିଡ଼ା କରୁଛି। ଏହାରି ଭିତରେ ଓଡ଼ିଶାରେ ଆଜି ଆଉ ଏକ ରାଜନୀତିକ ଚର୍ଚ୍ଚା ଜୋର ଧରିଛି। ଆଉ ସେଇଟା ହେଉଛି ‘ପ୍ରଶ୍ନ ରାଜନୀତି’। କୋଲବ୍ଲକ ଆବଣ୍ଟନରେ ଦୁର୍ନୀତି ଅଭିଯୋଗକୁ ନେଇ ନବୀନ ପଟ୍ଟନାୟକଙ୍କ […]

  • Tuesday, 20 July 2021
bjd-ticket
ଯୋଗ୍ୟତା କି ଭାବମୂର୍ତ୍ତି ନୁହେଁ: ବିଜେଡି ଟିକେଟ୍‌ ପାଇବାକୁ ହେଲେ ଦରକାର ଏମାନଙ୍କ ଗ୍ରୀନ୍ ସିଗ୍ନାଲ୍

ଭୁବନେଶ୍ୱର: ବିଜେଡି ଟିକେଟ୍ ବଣ୍ଟନର ମୂଳ ଆଧାର କ’ଣ ? କାହାକୁ ଭିତ୍ତି କରି ପ୍ରାର୍ଥୀ ଚୟନ କରୁଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ? ଏ ନେଇ ନାନା ପ୍ରଶ୍ନ ଓ ପ୍ରହେଳିକା ଭିତରେ ଗୁମର ଖୋଲିଛନ୍ତି ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା। କିଏ ଟିକେଟ୍ ପାଇବେ, କାହା ଟିକେଟ୍ କଟିବ ? କେଉଁ ଅଞ୍ଚଳର ଦାୟିତ୍ୱ କେଉଁ ନେତାଙ୍କୁ ଦିଆଯାଇଛି, ସେ ସବୁ ଗୋଟି ଗୋଟି କରି ଖୋଲି କହିଛନ୍ତି ସୁଶାନ୍ତ। ବିଜେଡିର […]

  • Tuesday, 20 July 2021
bjp
ବିଜେପିରେ ମିଶିଲେ ବିଜେଡି କର୍ମୀ

ଭୁବନେଶ୍ୱର: ସାଧାରଣ ନିର୍ବାଚନ ଲାଗି ମଇଦାନକୁ ଓହ୍ଲେଇଛନ୍ତି ବିଜେପିର ବିଧାନସଭା ଓ ଲୋକସଭା ପ୍ରାର୍ଥୀ। କଟକ ବାରବାଟୀ ନିର୍ବାଚନ ମଣ୍ଡଳୀରେ ବିଜେପିକୁ ସୁଦୃଢ କରିବା ପାଇଁ ସଙ୍କଳ୍ପ ନେଇଛି ବିଜେପି। କଟକ ସିଏମସି କଲ୍ୟାଣୀ ମଣ୍ଡପ ପରିସରରେ ଆୟୋଜିତ ବୈଠକରେ ବିଜେପି ନେତା ଏନେଇ ଆହ୍ୱାନ ଦେଇଛନ୍ତି। ଏହି ଅବସରରେ ଶତାଧିକ ବିଜେଡି କର୍ମୀ ବିଜେପିରେ ଯୋଗ ଦେଇଛନ୍ତି। ଲୋକସଭା ପ୍ରାର୍ଥୀ ପ୍ରକାଶ ମିଶ୍ରଙ୍କ ଉପସ୍ଥିତିରେ କର୍ମୀମାନେ ବିଜେପିରେ ଯୋଗ ଦେଇଥିଲେ।

  • Tuesday, 20 July 2021
bjd
ଲୋକଙ୍କ ମତକୁ ନେଇ ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତ କରାଯାଉଛି: ବିଜେଡି

ଭୁବନେଶ୍ୱର: ବିଜେଡିର ଦ୍ୱିତୀୟ ନିର୍ବାଚନୀ ଇସ୍ତାହାର କମିଟି ବୈଠକ ଦଳୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଧାୟକ ଅରୁଣ ସାହୁ, ସସ୍ମିତ ପାତ୍ର, ଅରୁପ ପଟ୍ଟନାୟକଙ୍କ ସମେତ ସୁବାଷ ସିଂ ପ୍ରମୁଖ  ଯୋଗ ଦେଇଥିଲେ। ବିଶେଷ କରି ମାର୍ଚ୍ଚ ୫ ତାରିଖରୁ ବିଜେଡି ତରଫରୁ କରାଯାଉଥିବା ଘରେ ଘରେ ଶଙ୍ଖ  କାର୍ଯ୍ୟକ୍ରମର ସମୀକ୍ଷା କରାଯାଇଛି। ଏହାକୁ ନିର୍ବାଚନୀ ଇସ୍ତାହାରରେ ସାମିଲ କରାଯାଇଥିବା ବିଧାୟକ ଅରୁଣ ସାହୁ କହିଛନ୍ତି। ସେ କହିଛନ୍ତି, “ପ୍ରତି ପରିବାରରରୁ ମତାମତ ସଂଗ୍ରହ କରାଯାଇ […]

  • Tuesday, 20 July 2021
modi
୧ ନୁହେଁ ୨ରେ ଭବାନୀପାଟଣା ଆସିବେ ମୋଦି

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ଆଜି ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର। ସେ କହିଛନ୍ତି, “ଏପ୍ରିଲ ୧ ତାରିଖରେ ପ୍ରଧାନମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସି କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାରେ ଏକ ସଭାରେ ଯୋଗଦେବାର କାର୍ଯ୍ୟକ୍ରମ ଥିଲା। ତେବେ ଏଥିରେ ପରିବର୍ତ୍ତନ କରାଯାଇଛି। ପ୍ରଧାନମନ୍ତ୍ରୀ ଏପ୍ରିଲ୍‌ ୧ ତାରିଖ ପରିବର୍ତ୍ତେ ୨ ତାରିଖରେ ଭବାନୀପାଟଣାରେ ଆୟୋଜିତ ହେବାକୁ ଥିବା ସାଧାରଣ ସଭାରେ ଯୋଗଦେବେ।” ଏହା […]

  • Tuesday, 20 July 2021
otv
ବାପାଙ୍କ ବଦଳରେ ପୁଅଙ୍କୁ ଟିକେଟ୍‌ ଦେଲା ବିଜେଡି

ଭୁବନେଶ୍ୱର: ବିଧାନସଭା ନିର୍ବାଚନ ପାଇଁ ବିଜେଡି ଆଜି ଆଉ ୩୬ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଏହା ସହିତ ଦଳ ମୋଟ ୧୦୧ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଏହା ପୂର୍ବରୁ ଦଳ ୩ଟି ପର୍ଯ୍ୟାୟରେ ୬୫ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା। ଆଜି ଯେଉଁମାନଙ୍କ ନାଁ ଘୋଷଣା କରାଯାଇଛି ସେଥିରେ ଦଳର ଦୁଇ ବିଧାୟକ ଓ ଜଣେ ମନ୍ତ୍ରୀଙ୍କ ପୁଅମାନଙ୍କ ନାଁ ରହିଛି। ସେମାନେ ହେଉଛନ୍ତି ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀଙ୍କ […]

  • Tuesday, 20 July 2021
pitambara
ନବୀନଙ୍କ ପ୍ରାର୍ଥିପତ୍ରରେ ତ୍ରୁଟି ଥିବା ଅଭିଯୋଗ ଆଣିଲେ ପୀତାମ୍ବର

ବ୍ରହ୍ମପୁର(ଅଶୋକ ବ୍ରହ୍ମା): ଚଳିତ ନିର୍ବାଚନରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ଓ ବରଗଡ଼ ଜିଲ୍ଲାର ବିଜେପୁର ବିଧାନସଭା ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ହୋଇଛନ୍ତି। ତେବେ ହିଞ୍ଜିଳି ଆସନ ପାଇଁ ନବୀନ ଦାଖଲ କରିଥିବା ନାମାଙ୍କନପତ୍ରରେ ତ୍ରୁଟି ଥିବା ଅଭିଯୋଗ କରିଛନ୍ତି ବିଜେପି ନେତା ପୀତାମ୍ବର ଆଚାର୍ଯ୍ୟ। ସେ ରିଟର୍ଣ୍ଣିଂ ଅଫିସରଙ୍କଠାରେ ଏହି ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ, ପୀତାମ୍ବର ଆଚାର୍ଯ୍ୟ ବିଜେପି ଟିକେଟ୍‌ରେ ହିଞ୍ଜିଳି ଆସନରେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ନିର୍ବାଚନ ଲଢ଼ୁଛନ୍ତି। ସେ […]

  • Tuesday, 20 July 2021
anuvab
ବୈଜୟନ୍ତଙ୍କ ବିପକ୍ଷରେ ଅନୁଭବଙ୍କୁ ମଇଦାନକୁ ଛାଡ଼ିଲା ବିଜେଡି

ଭୁବନେଶ୍ୱର: କେନ୍ଦ୍ରାପଡ଼ା ଲୋକସଭା ଆସନରୁ ବିଜେଡି ରାଜ୍ୟସଭା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କୁ ପ୍ରାର୍ଥୀ କରିଛି। ସେ ଏଠାରେ ବିଜେପି ପ୍ରାର୍ଥୀ ତଥା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ସହିତ ଲଢ଼ିବେ। ସେହିପରି ସମ୍ବଲପୁର ଲୋକସଭା ଆସନରୁ ଦଳ ପୂର୍ବତନ ପୂର୍ତ୍ତ ସଚିବ ନଳିନୀ ପ୍ରଧାନଙ୍କୁ ପ୍ରାର୍ଥୀ କରିଛି। ସାଂସଦ ନଗେନ୍ଦ୍ର ପ୍ରଧାନଙ୍କ ବଦଳରେ ତାଙ୍କୁ ପ୍ରାର୍ଥୀ କରାଯିବ ବୋଲି ପୂର୍ବରୁ ଆଲୋଚନା ହୋଇଆସୁଥିଲା। ବାଲେଶ୍ୱରରୁ ସାଂସଦ ରବୀନ୍ଦ୍ର ଜେନା ପୁଣି ପ୍ରାର୍ଥୀ ହୋଇଛନ୍ତି। ପୁରୀରୁ […]

  • Tuesday, 20 July 2021
subhash
ବିଜେଡିରେ ସାମିଲ ହେଲେ ସୁବାସ

ଭୁବନେଶ୍ୱର: ବିଜେଡିରେ ସାମିଲ ହୋଇଛନ୍ତି ସୁବାସ ଚୌହ୍ୱାନ। ଟିକେଟ ବଣ୍ଟନକୁ ନେଇ ବିଜେପିର ଏହି ନେତା ଅସନ୍ତୁଷ୍ଟ ଥିଲେ। ବରଗଡ଼ ଲୋକସଭା ଆସନରୁ ସୁବାସଙ୍କ ଟିକେଟ୍ କଟିବା ପରେ ସେ ତୀବ୍ର ଅସନ୍ତୋଷ ପ୍ରକାଶ କରି ଗତକାଲି ବିଜେପିରୁ ଇସ୍ତଫା ଦେଇଥିଲେ। ଆଜି ସେ ନବୀନ ନିବାସରେ ପହଞ୍ଚି ବିଜେଡିରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି। ସେ କହିଛନ୍ତି, “ନବୀନ ବାବୁଙ୍କ ‌ଆଦର୍ଶରେ ଅନୁପ୍ରାଣିତ ହୋଇଛି। ବିଜେଡିରେ ସାମିଲ ହେବା ପାଇଁ କୌଣସି ସର୍ତ୍ତ ରଖିନାହିଁ।” ସେ […]

  • Tuesday, 20 July 2021
congress
କଂଗ୍ରେସରୁ ସାମୂହିକ ଇସ୍ତଫା ଦେଲେ ୩ ପୂର୍ବତନ ବିଧାୟକ

ଭୁବନେଶ୍ୱର: ରାଜ୍ୟ କଂଗ୍ରେସରେ କନ୍ଦଳ ବିସ୍ଫୋରକ ରୂପ ନେଇଛି। ଦଳରୁ ସାମୂହିକ ଇସ୍ତଫା ଦେଇଛନ୍ତି ୩ ଜଣ ପୂର୍ବତନ ବିଧାୟକ। ଜୁନାଗଡ଼ର ପୂର୍ବତନ ବିଧାୟକ ଗୋବର୍ଦ୍ଧନ ଦାସ, ପୂର୍ବତନ ବିଧାୟକ କୁମରମଣି ଶବର ଏବଂ ଯୁଗରାମ ବେହେରା ଦଳରୁ ଇସ୍ତଫା ଦେଇଛନ୍ତି। ତାଙ୍କ ସହ କଳାହାଣ୍ଡିର ଶତାଧିକ କର୍ମୀ ମଧ୍ୟ ଦଳ ଛାଡ଼ିଛନ୍ତି। ଟଙ୍କା ନେଇ ଟିକେଟ୍ ବଣ୍ଟା ଯାଉଥିବା ଅଭିଯୋଗ କରି ଏହି ୩ ପୂର୍ବତନ ବିଧାୟକ ଏବଂ କର୍ମୀ ଆଜି ରାଜ୍ୟ ପିସିସି କାର୍ଯ୍ୟାଳୟକୁ […]

  • Tuesday, 20 July 2021
chitfund
ଭୋଟ୍‌ରଙ୍କ ମୁଦ୍ଦାରେ ପଢ଼ନ୍ତୁ ‘ଚିଟ୍‌ଫଣ୍ଡ ଟଙ୍କା ଫେରସ୍ତ ପ୍ରହସନ’

ଭୁବନେଶ୍ୱର: ଚିଟ୍‌ଫଣ୍ଡ କମ୍ପାନୀ ମନଭରି ଠକିଲେ। ଦୀର୍ଘ ବର୍ଷର ଅପେକ୍ଷା ପରେ ସରକାରଙ୍କ ଟଙ୍କା ଫେରସ୍ତ ପ୍ରତିଶ୍ରୁତି ଜମାକାରୀଙ୍କ ପାଇଁ ଉପହାସ ସାଜିଲା। ୭ ବର୍ଷ ତଳେ ୪ ହଜାର ଲେଖାଏଁ ଜମା ରଖିଥିବା କାକଟପୁର ଅଞ୍ଚଳର ଶତାଧିକ ଚିଟ୍‌ଫଣ୍ଡ ଜମାକାରୀଙ୍କୁ କ୍ଷତିପୂରଣ ମିଳିଛି ମାତ୍ର ୨ଶହ ଲେଖାଏଁ ଟଙ୍କା । ବାଲେଶ୍ୱରରେ ରାଜ୍ୟ ସରକାରଙ୍କ କର୍ପସ ଫଣ୍ଡ ପ୍ରତିଶ୍ରୁତି, ଯେମିତି ଆକାଶ କଇଁଆ ଚିଲିକା ମାଛ ସଦୃଶ ହୋଇଛି। ଭୋଟ୍‌ରଙ୍କ ମୁଦ୍ଦାରେ ପଢ଼ନ୍ତୁ ‘ଚିଟ୍‌ଫଣ୍ଡ ଟଙ୍କା […]

  • Tuesday, 20 July 2021
bjd2
ନବୀନ ନିବାସ ଆଗରେ ମୁହାଁମୁହିଁ ହେଲେ ଆଶାୟୀଙ୍କ ସମର୍ଥକ

ଭୁବନେଶ୍ୱର: ଦୁଇଟି ପର୍ଯ୍ୟାୟ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା ପରେ ବିଜେଡିର ଦଳୀୟ କନ୍ଦଳ ବିସ୍ଫୋରକ ରୂପ ନେଇଛି। ଜଣଙ୍କ ପରେ ଜଣେ ସିଟିଂ ବିଧାୟକ ଓ ସାଂସଦ ଦଳ ଛାଡୁଛନ୍ତି। ସେତିକିରେ ଦଳୀୟ ଅସନ୍ତୋଷ ସୀମିତ ରହିନାହିଁ। ସ୍ଥିତି ଏମିତି ହୋଇଛି ଯେ, ନବୀନ ନିବାସ ଆଗରେ ଦଳୀୟ କର୍ମୀଙ୍କ ମଧ୍ୟରେ ଠେଲାପେଲା ମଧ୍ୟ ହୋଇଛି। ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଲାଗି ଟିକେଟ୍ କସରତ ଚାଲିଥିବାବେଳେ ଆଜି ଏପରି ଦୃଶ୍ୟ ନବୀନ ନିବାସ […]

  • Tuesday, 20 July 2021
b
ଓଡ଼ିଶାରେ ନିର୍ବାଚନ ପ୍ରଚାରର ବିଗୁଲ ଫୁଙ୍କିଲା ବିଜେପି

ଭୁବନେଶ୍ୱର: ବିଜୟ ସଂକଳ୍ପ ଅଭିଯାନରେ ନିର୍ବାଚନ ପ୍ରଚାରର ବିଗୁଲ ଫୁଙ୍କିଛନ୍ତି ବିଜେପିର ହେଭିୱେଟ ନେତା। ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ସମେତ  କେନ୍ଦ୍ର ଶକ୍ତିମନ୍ତ୍ରୀ ରାଜକୁମାର ସିଂ ଓ ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଆଜି ପ୍ରଚାର ମଇଦାନକୁ ଓହ୍ଲାଇ ଥିଲେ। କେନ୍ଦ୍ରର ଜନହିତକର ଯୋଜନା କଥା କହିବା ସହ ଦୁର୍ନୀତି ଓ ଭ୍ରଷ୍ଟାଚାର ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ପରିବର୍ତ୍ତନ କରିବାକୁ ଆହ୍ୱାନ ଦେଇଥିଲେ। ଆଜି ଗୋଟିଏ ଦିନରେ ତିନୋଟି ସ୍ଥାନରେ ବିଜେପି […]

  • Tuesday, 20 July 2021
murder1
ନେତାଙ୍କ ରକ୍ତରେ ନିର୍ବାଚନୀ ହୋଲି ଖେଳିଲେ ଦୁର୍ବୃତ୍ତ

ଆନନ୍ଦପୁର (ମୁନା ସିଂ)/କେନ୍ଦୁଝର (ପ୍ରଣୟ ପାଣି): ନିର୍ବାଚନ ପୂର୍ବରୁ ନେତାଙ୍କୁ ଜଘନ୍ୟ ହତ୍ୟା। ଏପରି ଘଟଣା ଘଟିଛି ଘସିପୁରାରେ। ଘସିପୁରାର ପୂର୍ବତନ ବିଧାୟକ ପ୍ରାର୍ଥୀ ରାମଚନ୍ଦ୍ର ବେହେରାଙ୍କୁ ଅତି ନୃଶଂସ ଭାବେ ହାତଗୋଡ଼ କାଟି ହତ୍ୟା କରିଛନ୍ତି ଦୁର୍ବୃତ୍ତ। ଘଟଣାରେ ୫ଜଣଙ୍କୁ ଗିରଫ କରି ତଦନ୍ତ ଚଲାଇଛି ପୁଲିସ୍‌। ହତ୍ୟାକାଣ୍ଡ ପଛରେ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଓ ତାଙ୍କ ପୁଅଙ୍କ ହାତ ରହିଥିବା ବିରୋଧୀ ସିଧାସଳଖ ଅଭିଯୋଗ କରିଛନ୍ତି। ଆନନ୍ଦପୁରର ଧକୋଟାରେ ନେତାଙ୍କ ରକ୍ତରେ ନିର୍ବାଚନୀ […]

  • Tuesday, 20 July 2021
election
ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‌ ପାଇଁ ସରିଲା ନାମାଙ୍କନପତ୍ର ଦାଖଲ

ଭୁବନେଶ୍ୱର: ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଶେଷ ହୋଇଛି। ଆଜି ଶେଷ ଦିନରେ ବିଭିନ୍ନ ଦଳର ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଜିନ୍ଦାବାଦ ଧ୍ୱନି ସହ ସମର୍ଥକଙ୍କ ରାଲିରେ ଆଜି କମ୍ପିଥିଲା ରାଉରକେଲା ସହର। ସୁନ୍ଦରଗଡ଼ ଲୋକସଭା ଆସନ ପାଇଁ ନାମାଙ୍କନପତ୍ର ଦାଖଲ କରିଥିଲେ ତିନି ପ୍ରମୁଖ ଦଳର ପ୍ରାର୍ଥୀ।  ରାଉରକେଲାରେ ଥିବା ଜଗନ୍ନାଥ ମନ୍ଦିରରୁ ମହାପ୍ରଭୁଙ୍କ ଆଶିଷ ଲାଭ କରିବା ପରେ ନାମାଙ୍କନପତ୍ର ଦାଖଲ ପାଇଁ ବାହାରିଥିଲେ ବିଜେପି ପ୍ରାର୍ଥୀ […]

  • Tuesday, 20 July 2021
bjp
ଦୁଷ୍କର୍ମ ତଥ୍ୟ ଲୁଚାଇବାକୁ ମହିଳା ସଂରକ୍ଷଣ କାର୍ଡ ଖେଳିଛି ବିଜେଡି: ବିଜେପି

ଭୁବନେଶ୍ୱର: ରାଜ୍ୟ ସରକାର ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦେବା କଥା କହୁଛନ୍ତି। ହେଲେ ଗୋଟିଏ ବର୍ଷରେ ୫୦ ମହିଳା ଦୁଷ୍କର୍ମ ଓ ଗଣ ଦୁଷ୍କର୍ମର ଶିକାର ହୋଇଛନ୍ତି। ବଢ଼ି ଚାଲିଥିବା ନାରୀ ନିର୍ଯାତନା ତଥ୍ୟ ଲୁଚାଇବାକୁ ରାଜ୍ୟ ସରକାର ୩୩ ପ୍ରତିଶତ ମହିଳା କାର୍ଡ ଖେଳିଛନ୍ତି ବୋଲି ବିଜେପି ଅଭିଯୋଗ କରି ବିଜେଡିକୁ ଟାର୍ଗେଟ କରିଛି। ବିଜେପି ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏପରି ଅଭିଯୋଗ ଆଣିଛନ୍ତି। ସେ ଏକ […]

  • Tuesday, 20 July 2021
road
‘ରୋଡ୍‌ ନାହିଁ ତ ଭୋଟ୍‌ ନାହିଁ’

ବିନିକା (ଦିଲୀପ କୁମାର ସାହୁ): ଗାଁ ଗାଁକୁ ରାସ୍ତା ହେବ। ପାନୀୟ ଜଳଠାରୁ ଆରମ୍ଭ କରି ଶିକ୍ଷା, ସ୍ୱାସ୍ଥ୍ୟ ସୁବିଧା ହାତ ପାହାନ୍ତାରେ ମିଳିବ। ନିର୍ବାଚନ ସମୟରେ ଏମିତି କେତେ କ’ଣ ପ୍ରତିଶ୍ରୁତି ମିଳୁଛି। ହେଲେ ନିର୍ବାଚନ ସରିଲା ପରେ ସବୁ ପ୍ରତିଶ୍ରୁତି ପାଣି ଫଟକା ପରି ମେଳାଇ ଯାଉଛି। କିନ୍ତୁ ଏଥର ଏପରି ପ୍ରତିଶ୍ରୁତି କାମ ଦେବନି ବୋଲି କହିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ତିଲେଇମାଲ ଗାଁ ଲୋକେ । ଖାଲି ସେତିକି ନୁହେଁ, […]

  • Tuesday, 20 July 2021
pitambara
ପ୍ରାର୍ଥିପତ୍ର ଦାଖଲ କଲେ ପୀତାମ୍ବର, ନବୀନଙ୍କ ସହ ଟକ୍କର

ବ୍ରହ୍ମପୁର: ହିଞ୍ଜିଳି ବିଧାନସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ପୀତାମ୍ବର ଆଚାର୍ଯ୍ୟ ପାର୍ଥିପତ୍ର ଦାଖଲ କରିଛନ୍ତି। ଏହି ଆସନରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୟୀ ହୋଇ ଆସୁଛନ୍ତି। ବିକାଶକୁ ନେଇ ହିଞ୍ଜିଳିବାସୀଙ୍କ ମଧ୍ୟରେ ଅସନ୍ତୋଷ ଥିବା ବେଳେ ଏଥର ନିର୍ବାଚନୀ ବୈତରଣୀ ପାର ହେବା ନବୀନଙ୍କ ପାଇଁ ସହଜ ହେବ ନାହିଁ ବୋଲି ଚର୍ଚ୍ଚା ହେଉଛି। ଏପରି ସ୍ଥିତିରେ ନବୀନ ଓ ପୀତାମ୍ବରଙ୍କ ମଧ୍ୟରେ ଟକ୍କର ଜୋରଦାର ହେବ ବୋଲି କୁହାଯାଉଛି। ଆଜି ନାମାଙ୍କନପତ୍ର ଦାଖଲ ବେଳେ […]

  • Tuesday, 20 July 2021