Advertisment

ମମିତା ମାମଲାରେ ମନ୍ତ୍ରୀଙ୍କ ସହ ବଡ଼ବଡ଼ିଆ ବି ସାମିଲ: ଭକ୍ତ

ମମିତାଙ୍କୁ ନ୍ୟାୟ ପ୍ରଦାନ ଦାବିରେ କଳାହାଣ୍ଡି ଜିଲ୍ଲା କଂଗ୍ରେସ ପକ୍ଷରୁ ଭବାନୀପାଟଣାର ଗାନ୍ଧିଛକରେ ସଭା କରି ଏପରି ଭାବେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଭକ୍ତ। ମନ୍ତ୍ରୀଙ୍କ ତିନି ସହଯୋଗୀଙ୍କ ଫୋନ କଲ୍ ଡିଟେଲ ଯାଞ୍ଚ କରିବାକୁ ସେ ଦାବି କରିଛନ୍ତି। ମମିତାଙ୍କୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଲଢେଇ ଜାରି ରହିବ।

author-image
Chandan Shishu
ଅଦ୍ୟତନ ହୋଇଛି
Congress Leader Bhakta Das Statement

Congress Leader Bhakta Das Statement

ଭବାନୀପାଟଣା: ମମିତା ହତ୍ୟା ମାମଲାରେ ରାଜ୍ୟ ସରକାରଙ୍କୁ ତୀବ୍ର ଭର୍ତ୍ସନା କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସ। ଏହି ମାମଲାରେ କେବଳ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ନୁହଁନ୍ତି ମନ୍ତ୍ରୀଙ୍କ ବ୍ୟତୀତ ଅନ୍ୟ ବଡ଼ ଲୋକମାନେ ବି ସାମିଲ ଥିବା ଅଭିଯୋଗ କରିଛନ୍ତି ଭକ୍ତ ଦାସ। ବଡ଼ ଲୋକମାନେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରର ହୋଇଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉନଥିବା ସେ ଅଭିଯୋଗ କରିଛନ୍ତି।

Advertisment

ମମିତାଙ୍କୁ ନ୍ୟାୟ ପ୍ରଦାନ ଦାବିରେ କଳାହାଣ୍ଡି ଜିଲ୍ଲା କଂଗ୍ରେସ ପକ୍ଷରୁ ଭବାନୀପାଟଣାର ଗାନ୍ଧିଛକରେ ସଭା କରି ଏପରି ଭାବେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଭକ୍ତ। ମନ୍ତ୍ରୀଙ୍କ ତିନି ସହଯୋଗୀଙ୍କ ଫୋନ କଲ୍ ଡିଟେଲ ଯାଞ୍ଚ କରିବାକୁ ସେ ଦାବି କରିଛନ୍ତି। ମମିତାଙ୍କୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଲଢେଇ ଜାରି ରହିବ।

ଆସନ୍ତା ସପ୍ତାହରେ ହେବାକୁ ଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ମଧ୍ୟ ବିରୋଧ କରାଯିବ। ସେହିପରି ଆଜିଠୁ ଜିଲ୍ଲାବ୍ୟାପୀ ଆନ୍ଦୋଳନ ପାଇଁ ଚେତାବନୀ ଦେଇଛନ୍ତି ଭକ୍ତ। ତେବେ ଭକ୍ତ ଦାସଙ୍କ ଅଭିଯୋଗ ନେଇ ରାଜ୍ୟ ସରକାର କି ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ।

Advertisment

ମୁଖ୍ୟମନ୍ତ୍ରୀଙ୍କ କୁଚିଣ୍ଡା ଗସ୍ତ ବେଳେ ବିଜେପି କର୍ମୀ ଓ କଂଗ୍ରେସ କର୍ମୀଙ୍କୁ ବିଜେଡି କର୍ମୀ ମାଡ଼ ମାରିବା ଅଭିଯୋଗରେ ଆଜି କୁଚିଣ୍ଡା ବନ୍ଦ ଡାକରା ଦେଇଛନ୍ତି ଦୁଇ ବିରୋଧୀ ଦଳ ବିଜେପି ଓ କଂଗ୍ରେସ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ବେଳେ, କଂଗ୍ରେସ ଓ ବିଜେପି ପକ୍ଷରୁ କର୍ମୀ ମାନେ ପ୍ରତିବାଦ କରୁଥିବା ବେଳେ ବିଜେଡି କର୍ମୀଙ୍କ ଦ୍ୱାରା ଆକ୍ରମଣର ଶିକାର ହୋଇଥିଲେ । ଏଥିରେ ଯୁବ କଂଗ୍ରେସ ନେତା ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଏହାର ପ୍ରତିବାଦରେ ପୃଥକ ପୃଥକ ଭାବେ ବିଜେପି ଓ କଂଗ୍ରେସ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି । 

Congress Bhakta Das Mamita Murder Case
Advertisment
Advertisment