• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

congress
ପ୍ରାର୍ଥୀ ବଦଳାଇଲା କଂଗ୍ରେସ, ଦୁଇ ଜଣଙ୍କ ଟିକେଟ୍ କଟିଲା

କେନ୍ଦୁଝର (ପ୍ରଣୟ ପାଣି): ଶେଷ ମୁହୂର୍ତ୍ତରେ ୩ ପ୍ରାର୍ଥୀ ବଦଳାଇଛି କଂଗ୍ରେସ। କେନ୍ଦୁଝର ଲୋକସଭା ସହିତ ଦୁଇଟି ବିଧାନସଭା ଆସନରେ ଦଳ ପ୍ରାର୍ଥୀ ବଦଳାଇଛି। ପୂର୍ବରୁ ଦଳ ଫକୀର ମୋହନ ନାୟକଙ୍କୁ କେନ୍ଦୁଝର ଲୋକସଭା ଆସନରୁ ପ୍ରାର୍ଥୀ କରିଥିଲା। ଆଜି ତାଙ୍କୁ ବଦଳାଇ ମୋହନ ହେମ୍ବ୍ରମଙ୍କୁ ପ୍ରାର୍ଥୀ କରାଯାଇଛି। ମୋହନ ହେମ୍ବ୍ରମଙ୍କୁ ପୂର୍ବରୁ ତେଲକୋଇ ବିଧାନସଭା ଆସନ ପାଇଁ ପ୍ରାର୍ଥୀ କରାଯାଇଥିଲା। ତାଙ୍କ ସ୍ଥାନରେ ପ୍ରଶାନ୍ତ ଦଳେଇଙ୍କୁ ଏହି ଆସନ ପାଇଁ ପ୍ରାର୍ଥୀ କରାଯାଇଛି। ପାଟଣାରେ ଗୋପେଶ୍ୱର […]

  • Tuesday, 20 July 2021
dilip
ବିଜୟଙ୍କ ପାଇଁ ପ୍ରଚାର କରିବେ ଦିଲୀପ !

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ବିଜୟ ମହାପାତ୍ରଙ୍କ ପାଇଁ ନିର୍ବାଚନ ପ୍ରଚାର କରିପାରନ୍ତି ଦିଲୀପ ରାୟ। ସିଧାସଳଖ କିଛି କହି ନଥିଲେ ମଧ୍ୟ ଏପରି ଇସାରା ଦେଇଛନ୍ତି ରାଉରକେଲାର ପୂର୍ବତନ ବିଧାୟକ ଦିଲୀପ ରାୟ। ରାଉରକେଲାରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନରେ ଦିଲୀପ କହିଛନ୍ତି, “ବ୍ରାହ୍ମଣୀ ଉପରେ ଦ୍ୱିତୀୟ ସେତୁ ଓ ଆଇଜିଏଚ୍‌ ନେଇ ଲଢ଼େଇ ଜାରି ରହିବ। ରାଉରକେଲାର ସର୍ବାଙ୍ଗୀନ ବିକାଶ ପାଇଁ ଯିଏ ଏହି ପ୍ରତିଶ୍ରୁତି ପୂରଣ କରିବ, ତା’ ସହିତ ଆମେ ରହି କାମ କରିବୁ। […]

  • Tuesday, 20 July 2021
bibhu
ପଦ୍ମ ଧରିଲେ ବିଭୁ

ଭୁବନେଶ୍ୱର: ଗତକାଲି କଂଗ୍ରେସ ଦଳରୁ ଇସ୍ତଫା ଦେଇଥିବା ପୂର୍ବତନ ସାଂସଦ ବିଭୁ ପ୍ରସାଦ ତରାଇ ଆଜି ବିଜେପିରେ ଯୋଗଦେଇଛନ୍ତି। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବିଜେପିର ରାଷ୍ଟ୍ରୀୟ ଉପ ସଭାପତି ବୈଜୟନ୍ତ ପଣ୍ଡା, ବିଶ୍ୱଭୂଷଣ ହରିଚନ୍ଦନ ଓ ସମୀର ମହାନ୍ତିଙ୍କ ଉପସ୍ଥିତିରେ ସେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ଗତକାଲି ବିଭୁ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ଦଳ ତାଙ୍କୁ ତିର୍ତ୍ତୋଲ ବିଧାନସଭା ଆସନରୁ ପ୍ରାର୍ଥୀ କରିଥିଲା। ହେଲେ ଶ୍ରୀ ତରାଇ ଜଗତସିଂହପୁର ଲୋକସଭା ଆସନରୁ ଲଢ଼ିବାକୁ ଆଗ୍ରହୀ […]

  • Tuesday, 20 July 2021
amit
୭ରେ ପୁଣି ଆସିବେ ଶାହ

ଭୁବନେଶ୍ୱର: ଆସନ୍ତା ୭ ତାରିଖରେ ପୁଣି ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। ଗଞ୍ଜାମ ଜିଲ୍ଲା ପୋଲସରା ଓ ବରଗଡ଼ରେ ବିଜେପି ସମାବେଶରେ ସେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏନେଇ ବିଜେପି ସମ୍ପାଦକ ଯତୀନ ମହାନ୍ତି ସୂଚନା ଦେଇଛନ୍ତି। ଗତ ଏକ ତାରିଖରେ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି ପାରଳାଖେମୁଣ୍ଡି ଓ ଉମରକୋଟ ଆସି ନବୀନ ସରକାର ଉପରେ ବର୍ଷିଥିଲେ। ସେହିପରି ଆସନ୍ତା ୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁନ୍ଦରଗଡ଼ ଆସି […]

  • Tuesday, 20 July 2021
bjp
କେନ୍ଦ୍ରାପଡ଼ା ବିଜେପିରେ ବିରୋଧର ସ୍ୱର: ଦଳ କହିଲା ବିଜେଡି ବିଧାୟକଙ୍କ ଚାଲ୍‌

କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବିଧାନସଭା ଆସନରେ ବିଜେପି ପ୍ରାର୍ଥୀ ଘୋଷଣା ପରେ ତେଜିଛି ବିରୋଧର ସ୍ୱର। ବିଜେପିରୁ ମହାକାଳପଡ଼ା ବିଧାନସଭା ଆସନ ଲାଗି ବିଜୟ ପ୍ରଧାନ ଟିକେଟ ପାଇବା ପରେ ପ୍ରତିବାଦ ଦେଖାଦେଇଛି। ମାର୍ଶାଘାଇ କୁସୁନୁପୁରସ୍ଥିତ ଆଖଣ୍ଡଳମଣି ମନ୍ଦିର ପ୍ରାଙ୍ଗଣରେ ନିର୍ବାଚନମଣ୍ଡଳୀର ୪୮ଟି ପଞ୍ଚାୟତର କର୍ମୀ ଏକାଠି ହୋଇ ପ୍ରତିବାଦ ସଭା କରିଛନ୍ତି। ସଭାରେ ବିଧାୟକ ପ୍ରାର୍ଥୀ ବିଜୟ ପ୍ରଧାନ ଏବଂ ବୈଜୟନ୍ତ ପଣ୍ଡାଙ୍କୁ ବିରୋଧ କରାଯାଇଛି। ମହାକାଳପଡ଼ାରେ ବିଜେପି ପ୍ରାର୍ଥୀ ଚୟନର […]

  • Tuesday, 20 July 2021
sana
ସନା ମହାକୁଡ଼ଙ୍କ ସୁପାରିଶରେ ଚନ୍ଦ୍ରାଣୀ ଏବଂ ମୀନାକ୍ଷୀଙ୍କୁ ଟିକେଟ୍‌ ଦେଇଛି ବିଜେଡି

କେନ୍ଦୁଝର: ବିଜେଡି କେନ୍ଦୁଝର ଲୋକସଭା ଆସନ ଚନ୍ଦ୍ରାଣୀ ମୁର୍ମୁ ଏବଂ ଚମ୍ପୁଆ ବିଧାନସଭା ଆସନ ପାଇଁ ମୀନାକ୍ଷୀ ମହନ୍ତଙ୍କୁ ପ୍ରାର୍ଥୀ କରିଛି। ତେବେ ଏହି ଦୁଇ ନେତ୍ରୀଙ୍କୁ ବିଧାୟକ ସନାତନ ମହାକୁଡ଼ଙ୍କ ସୁପାରିଶରେ ଟିକେଟ୍‌ ମିଳିଥିବା ଚର୍ଚ୍ଚା ହେଉଥିଲା। ନିଜେ ସନା ମହାକୁଡ଼ ଏହାକୁ ସ୍ୱୀକାର କରିଛନ୍ତି। ତାଙ୍କ କହିବା ଅନୁସାରେ ବିଜେଡି ସୁପ୍ରିମୋ ଏମାନଙ୍କୁ ପ୍ରାର୍ଥୀ କରିଥିବା ସେ କହିଛନ୍ତି। ସେ କହିଛନ୍ତି, “ଚନ୍ଦ୍ରାଣୀ ଜଣେ ଶିକ୍ଷିତ ଝିଅ। ତାଙ୍କୁ ପ୍ରାର୍ଥୀ କରିବାକୁ ତାଙ୍କ ଦଳର […]

  • Tuesday, 20 July 2021
niranjana
ପୃଥ୍ୱୀବଲ୍ଲଭ ନିର୍ବାଚନ ଲଢ଼ିବାକୁ ଇଚ୍ଛୁକ ନୁହନ୍ତି: ନିରଞ୍ଜନ

ଭୁବନେଶ୍ୱର: କଂଗ୍ରେସ ଗତକାଲି ରାତିରେ ୯ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଏଥିରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ପୁଅ ପୃଥ୍ୱୀବଲ୍ଲଭଙ୍କ ନାଁ ରହିଛି। ତାଙ୍କୁ ବେଗୁନିଆ ବିଧାନସଭା ଆସନରୁ ଦଳ ପ୍ରାର୍ଥୀ କରିଛି। ତେବେ ଆଜି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ ପୃଥ୍ୱୀବଲ୍ଲଭ ପ୍ରାର୍ଥୀ ହେବେନି। ନିରଞ୍ଜନଙ୍କ କହିବା ଅନୁଯାୟୀ, ପୃଥ୍ୱୀବଲ୍ଲଭ ନିର୍ବାଚନ ଲଢ଼ିବାକୁ ଇଚ୍ଛା ପ୍ରକାଶ କରୁ ନାହାନ୍ତି। ସେ ବେଗୁନିଆରୁ ପ୍ରାର୍ଥୀ ହେବେନି। ତେଣୁ ପରବର୍ତ୍ତୀ […]

  • Tuesday, 20 July 2021
sumitra
ମହିଳା କଂଗ୍ରେସ ସଭାନେତ୍ରୀ ପଦ ଛାଡ଼ିବେ ସୁମିତ୍ରା!

ଭୁବନେଶ୍ୱର: ମହିଳା କଂଗ୍ରେସ ସଭାନେତ୍ରୀ ପଦ ଛାଡ଼ି ପାରନ୍ତି ସୁମିତ୍ରା ଜେନା। ଓଟିଭିକୁ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ସେ ଏପରି ସଙ୍କେତ ଦେଇଛନ୍ତି। ଏହାସହ ଆସନ୍ତା ନିର୍ବାଚନରେ ସେ କୌଣସି ଆସନରୁ ପ୍ରାର୍ଥୀ ହେବେ ନାହିଁ ବୋଲି ମଧ୍ୟ ସ୍ପଷ୍ଟ କରିଛନ୍ତି। ଆଜି ଅପରାହ୍ଣରେ ସେ ମହିଳା ସଭାନେତ୍ରୀ ପଦ ଛାଡ଼ିପାରନ୍ତି। ଟିକେଟ ବଣ୍ଟନ ଓ ବିଶେଷ କରି ମହିଳା ପ୍ରାର୍ଥୀଙ୍କୁ ଅଧିକ ଟିକେଟ ନମିଳିବାକୁ ନେଇ ସୁମିତ୍ରା ବହୁତ ଅସନ୍ତୁଷ୍ଟ ଥିଲେ। ଅଧିକ ମହିଳାଙ୍କୁ ଟିକେଟ୍‌ […]

  • Tuesday, 20 July 2021
bjd
୫ ବିଧାୟକ, ଜଣେ ସାଂସଦଙ୍କ ଟିକେଟ୍‌ କାଟିଲେ ନବୀନ

ଭୁବନେଶ୍ୱର: ମଙ୍ଗଳବାର ବିଜେଡି ୭ ବିଧାନସଭା ଓ ୨ ଲୋକସଭା ଆସନ ପାଇଁ ତା’ର ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲା। ଏହି ପର୍ଯ୍ୟାୟ ଘୋଷଣାରେ ୫ ଜଣ ବିଧାୟକଙ୍କ ଟିକେଟ୍‌ କାଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭୁବନେଶ୍ୱର ମଧ୍ୟ ବିଧାୟକ ବିଜୟ ମହାନ୍ତିଙ୍କ ଟିକେଟ କଟିଛି। ଭୁବନେଶ୍ୱର ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର ବି ଟିକେଟ ପାଇନାହାନ୍ତି। ଖଣ୍ଡପଡ଼ା ବିଧାୟକ ଅନୁଭବ ପଟ୍ଟନାୟକ ବି ଟିକେଟ ପାଇଲେନି। ଆଠମଲ୍ଲିକ ବିଧାୟକ ସଂଜୀବ ସାହୁ ବି ନିରାଶ ହୋଇଛନ୍ତି। […]

  • Tuesday, 20 July 2021
janaki
୨ ଲୋକସଭା ଓ ୯ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ଭୁବନେଶ୍ୱର: ବଳକା ଆସନ ଲାଗି ପ୍ରାର୍ଥୀ ତାଲିକା ଘୋଷଣା କରିଛି କଂଗ୍ରେସ। ବିଳମ୍ବିତ ରାତିରେ ଓଡ଼ିଶାର ୨ ଲୋକସଭା ଓ ୯ ବିଧାନସଭା ଆସନ ପାଇଁ ଦଳ ପ୍ରାର୍ଥୀ ଘୋଷଣା କରିଛି। କଟକ ଲୋକସଭା ଆସନରେ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ ଓ ଯାଜପୁର ଲୋକସଭା ଆସନରୁ ମାନସ ଜେନାଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ। ବାଲେଶ୍ୱର ବିଧାନସଭା ଆସନରୁ ମାନସ ଦାସ ପଟ୍ଟନାୟକ, ଧର୍ମଶାଳାରୁ ସ୍ମୃତିରେଖା ପହି, ଯାଜପୁରରୁ ସନ୍ତୋଷ କୁମାର ନନ୍ଦ, ହିନ୍ଦୋଳରୁ ତ୍ରିନାଥ ବେହେରା […]

  • Tuesday, 20 July 2021
ggg
ରାଜ୍ୟ କଂଗ୍ରେସ୍‌ରେ ଘମାସାନ

ଭୁବନେଶ୍ୱର : ମହିଳାଙ୍କୁ ଟିକେଟ ଦେବାରେ ଅଣଦେଖା ଅଭିଯୋଗକୁ ନେଇ ରାଜ୍ୟ କଂଗ୍ରେସରେ ଦେଖିବାକୁ ମିଳିଛି ଘମାସାନ। ଗତ ଦୁଇ ଦିନ ହେଲାଣି କମ୍ପୁଛି କଂଗ୍ରେସ ଭବନ ପରିସର। ମହିଳା ସଭାନେତ୍ରୀ ସୁମିତ୍ରା ଜେନାଙ୍କ ନେତୃତ୍ୱରେ ଦଳୀୟ କର୍ମୀ ମୁଖ୍ୟାଳୟରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିବା ବେଳେ ଗତକାଲି ମୁହାଁମୁହିଁ ହୋଇଛନ୍ତି ୨ ଗୋଷ୍ଠୀ। ସ୍ଥିତି ଏପରି ହୋଇଛି ଯେ, ପୁଲିସ ଥାନା ଯାଏ ବି କଥାଯାଇଛି। ସେପଟେ ରାଜ୍ୟ ପ୍ରଭାରୀ ସୁମିତ୍ରାଙ୍କ ସହ ଆଲୋଚନା କରିଥିଲେ […]

  • Tuesday, 20 July 2021
modi
ଓଡ଼ିଶା ଉପରେ ନଜର : ଆସନ୍ତାକାଲି ପ୍ରଚାର କରିବେ ମୋଦି ଓ ମାୟାବତୀ

ଭୁବନେଶ୍ୱର: ଆସନ୍ତାକାଲି ରାଜ୍ୟରେ ଜମିବ ଷ୍ଟାର ପ୍ରଚାରକଙ୍କ ଭିଡ଼। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି ବିଏସ୍‌ପି ସୁପ୍ରିମୋ ମାୟାବତୀଙ୍କ ଯାଏଁ ଓଡ଼ିଶାରେ କରିବେ ନିର୍ବାଚନୀ ପ୍ରଚାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି କଳାହାଣ୍ଡି ଗସ୍ତରେ ଆସୁଛନ୍ତି। ଦିନ ୧୧ଟା ବେଳେ ଭବାନୀପାଟଣାରେ ଆୟୋଜିତ ବିଜେପିର ବିଜୟ ସଂକଳ୍ପ ସମାବେଶରେ ଉଦ୍‌ବୋଧନ ଦେବେ ମୋଦି। ଏହା ପୂର୍ବରୁ ମୋଦି ଗତ ୨୯ ତାରିଖରେ ଜୟପୁର ଆସି ରାଜ୍ୟରେ ପ୍ରଚାର ଅଭିଯାନର ଶୁଭାରମ୍ଭ କରିଥିଲେ। ସେହିପରି ଆସନ୍ତା […]

  • Tuesday, 20 July 2021
amit
ନବୀନ ସରକାର ପୋଡ଼ା ଟ୍ରାନ୍ସଫର୍ମର, ଉପାଡି ଫିଙ୍ଗ : ଅମିତ ଶାହ

ଭୁବନେଶ୍ୱର: ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସି ବିଜେପିର ମିଶନ ଓଡ଼ିଶାରେ ପାରଳାଖେମୁଣ୍ଡି ଓ ଉମରକୋଟ୍ ନବୀନଙ୍କ ଉପରେ ବର୍ଷିଛନ୍ତି ଅମିତ ଶାହା। ଦକ୍ଷିଣ ଓଡ଼ିଶାର ଏହି ଦୁଇଟି ସ୍ଥାନରେ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ନବୀନ ସରକାରଙ୍କୁ ଉପାଡି ଫୋପାଡି ଦେବାକୁ ଆହ୍ୱାନ ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। ପାରଳାଖେମୁଣ୍ଡିରେ ହିନ୍ଦୁକାର୍ଡ ଖେଳିବା ସହ ବିଜେପି ସରକାରକୁ ଆସିଲେ ଉମରକୋଟରେ ଶରଣାର୍ଥୀଙ୍କୁ ନାଗରିକତ୍ୱ ଦେବାର ପ୍ରତିଶ୍ରୁତି ଦେଇଛନ୍ତି ଶାହ। ସେଇ ପୁରୁଣା […]

  • Tuesday, 20 July 2021
naveen
ଗୋଟିଏ ଲୋକସଭା, ୯ ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କଲେ ନବୀନ

ଭୁବନେଶ୍ୱର: ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଉ ଏକ ପ୍ରାର୍ଥୀ ତାଲିକା ପ୍ରକାଶ କରିଛନ୍ତି। ଗୋଟିଏ ଲୋକସଭା ଓ ୯ଟି ବିଧାନସଭା ଆସନ ପାଇଁ ପ୍ରାଇ ତାଲିକା ଘୋଷଣା କରିଛନ୍ତି। ଏଥର ଘୋଷଣାରେ ଏକ ବଡ଼ କଥା ହେଉଛି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କୁ ଟିକେଟ ମିଳିନି। ତାଙ୍କ ସ୍ଥାନରେ ପୂର୍ବତନ ବିଧାୟକ ଅରବିନ୍ଦ ଢ଼ାଲିଙ୍କୁ ଦଳ ପ୍ରାର୍ଥୀ କରିଛି। ସେହିପରି ବରୀ ବିଧାୟକ ଦେବାଶିଷ ନାୟକଙ୍କ ଟିକେଟ୍‌ ମଧ୍ୟ କଟିଛି। ତାଙ୍କ ସ୍ଥାନରେ ଦଳ ସୁନନ୍ଦା ଦାସ […]

  • Tuesday, 20 July 2021
protest kishor tarai
କେନ୍ଦ୍ରାପଡ଼ାରେ କିଶୋରଙ୍କୁ ବିରୋଧ

ଭୁବନେଶ୍ୱର: କେନ୍ଦ୍ରାପଡ଼ା ବିଧାୟକ କିଶୋର ତରାଇଙ୍କୁ ଦଳୀୟ କର୍ମୀ ଜୋରଦାର ବିରୋଧ କରିଛନ୍ତି। ଆଜି ନବୀନ ନିବାସ ଆଗରେ ଅସନ୍ତୁଷ୍ଟ ବିଜେଡି କର୍ମୀ ବିକ୍ଷୋଭ କରିବା ସହ କିଶୋରଙ୍କ ବିରୋଧରେ ନାରାବାଜୀ କରିଥିଲେ। ଏପରିକି କିଶୋରଙ୍କୁ ପୁଣି କେନ୍ଦ୍ରାପଡ଼ାରୁ ପ୍ରାର୍ଥୀ ନକରିବାକୁ ସେମାନେ ଦାବି କରିଛନ୍ତି। ଏହାସହ ସିପ୍ରା ମଲ୍ଲିକଙ୍କୁ କେନ୍ଦ୍ରାପଡ଼ାରୁ ଟିକେଟ ଦେବାରୁ ସେମାନେ ଦାବି କରିଛନ୍ତି।

  • Tuesday, 20 July 2021
puri
ରାଜ୍ୟରେ ସ୍ୱାସ୍ଥ୍ୟସେବାର ଦୁଃସ୍ଥ ଚିତ୍ର

କଟକ/ପୁରୀ: ଚିକିତ୍ସା ବିଜ୍ଞାନ ଯେତେ ଆଗେଇଲେ ବି ରୋଗର ନିଦାନ ଲାଗି ମେଡିକାଲ୍ ଉପରେ ଭରଷା କରିପାରୁନି ରୋଗୀ। ଏ ମେଡିକାଲରୁ ସେ ମେଡିକାଲକୁ ଦୌଡ଼ି ଦୌଡ଼ି ନୟାନ୍ତ ହେବା ପରେ ଶେଷରେ ହତାଶ ହୋଇ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହେଉଛି ଗରିବ ସରଳିଆ ମଣିଷ। ଆମ ରାଜ୍ୟରେ ଏଭଳି ଘଟଣା ବାରମ୍ବାର ଘଟୁଥିଲେ ବି ଚେତୁ ନାହାନ୍ତି ଲୋକେ କି ଚେତୁନି ପ୍ରଶାସନ। ଗତକାଲି ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏଭଳି ଏକ ଘଟଣା ଘଟିଛି ଯାହା […]

  • Tuesday, 20 July 2021
naveen
୯ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲେ ନବୀନ

ଭୁବନେଶ୍ୱର: ଚଳିତ ନିର୍ବାଚନ ପାଇଁ ବିଜେଡି ଅନ୍ୟ ୯ଟି ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରିଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟା ବେଳେ ୯ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ବାଲିକୁଦା-ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ ଏଥର ଦଳ ଜଗତସିଂହପୁରରୁ ପ୍ରାର୍ଥୀ କରିଛି। ବିଜେପିରୁ ଆସି ବିଜେଡିରେ ସାମିଲ ହୋଇଥିବା ରଘୁନନ୍ଦନ ଦାସଙ୍କୁ ଦଳ ବାଲିକୁଦା-ଏରସମାରୁ ପ୍ରାର୍ଥୀ କରିଛି। ପିପିଲି ବିଧାନସଭା ଆସନ ପାଇଁ ପୁଣି ଥରେ ପ୍ରଦୀପ ମହାରଥୀଙ୍କୁ […]

  • Tuesday, 20 July 2021
p
ମୋଦି ଓ ରାହୁଲଙ୍କ ନଜରରେ ଓଡ଼ିଶା: ଚେକ୍‌ ଦେବାକୁ ନବୀନଙ୍କ ନୂଆ ଷ୍ଟ୍ରାଟେଜି

ଭୁବନେଶ୍ୱର: ଗୋଟିଏ ପଟେ ୧୯ ବର୍ଷର ଶାସନ, ଅନ୍ୟପଟେ ତାଙ୍କୁ କ୍ଷମତାଚ୍ୟୁତ କରିବାକୁ ଜୋରଦାର ପ୍ରୟାସ। ସରକାର ବିରୋଧୀ ହାୱାକୁ ଦେଖି ନବୀନ ନିଜେ ପ୍ରଚାରର ମଙ୍ଗ ଧରିବା ସହ ସିଧା ଲୋକଙ୍କ ନିକଟରେ ପହଞ୍ଚିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି। ଏପଟେ ମିଶନ ୧୨୦ ହାସଲ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ସଭାପତି ଅମିତ୍ ଶାହ ଜି ଜାନ୍ ଲଗାଇ ଦେବା ସହ ଓଡ଼ିଶା ଆସି ଘନ ଘନ ପ୍ରଚାର ଚଳାଇଛନ୍ତି। ଏଣେ ଉଭୟ […]

  • Tuesday, 20 July 2021
bp
ପଦ୍ମ ଧରିଲେ ଜୟନ୍ତ

ଭୁବନେଶ୍ୱର: ପଦ୍ମ ଧରିଛନ୍ତି ପୁରୀର ପୂର୍ବତନ ନଗରପାଳ ଜୟନ୍ତ ଷଡ଼ଙ୍ଗୀ। ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କ ଉପସ୍ଥିତିରେ ସେ ଆଜି ବିଜେପିରେ ଯୋଗ ଦେଇଛନ୍ତି। ସମର୍ଥକଙ୍କ ସହ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଆସି ସେ ବିଜେପିରେ ଯୋଗ ଦେଇଛନ୍ତି। ଜୟନ୍ତଙ୍କ ସହ ପୁରୀ ସହରର ଅନେକ ବିଜେଡି କର୍ମୀ ମଧ୍ୟ ବିଜେପିରେ ମିଶିଛନ୍ତି।

  • Tuesday, 20 July 2021
kalia
ରାଜ୍ୟ ସରକାର ଓଡ଼ିଆଙ୍କୁ ଭୁଆଁ ବୁଲାଉଛନ୍ତି: ଧର୍ମେନ୍ଦ୍ର

ଭୁବନେଶ୍ୱର: କାଳିଆ ଯୋଜନାକୁ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ନିର୍ବାଚନ କମିଶନ କାଳିଆ ପାଇଁ ଲାଭାର୍ଥି ତାଲିକା ଓ ବଜେଟକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ତେବେ ଦୁଇଟି ଯାକ ବ୍ୟବସ୍ଥା ନକରି ରାଜ୍ୟ ସରକାର ଓଡ଼ିଆଙ୍କୁ ଭୁଆଁ ବୁଲାଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ଧର୍ମେନ୍ଦ୍ର। ସେ କହିଛନ୍ତି, “କାଳିଆ ଏକ ସରକାରୀ ସ୍କିମ ହୋଇଥିବା ବେଳେ ବିଜେଡି ଏହାକୁ ପ୍ରଚାର ସାମଗ୍ରୀରେ ଛପାଇଛି। ଏଲପିଜି ପ୍ରଚାରରେ ଯଦି ଆପତ୍ତି ଥିଲା, ତେବେ […]

  • Tuesday, 20 July 2021
bari
ବରୀରେ ଦୁଇ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା: କିଏ ହେବ ବିଜେଡି ପ୍ରାର୍ଥୀ ?

ଯାଜପୁର (ଗୁଲାମ ଗସ୍‌): ଯାଜପୁର ଜିଲ୍ଲା ବରୀ ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଏଯାଏ ପ୍ରାର୍ଥୀ ଘୋଷଣା କରି ନାହିଁ। ଏହାକୁ ନେଇ ବିଜେଡିର ଦୁଇ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଲାଗି ରହିଛି। ଯାହା ନବୀନ ନିବାସରେ ପହଞ୍ଚିଲାଣି। ଗତକାଲି ଟିକେଟ ଆଶାୟୀ ବିଜୟ ନାୟକଙ୍କ ସମର୍ଥକମାନେ ନବୀନ ନିବାସ ଆସି ତାଙ୍କୁ ପ୍ରାର୍ଥୀ କରିବାକୁ ଦାବି କରିଥିଲେ। ପ୍ରତିଯୋଗିତାମୂଳକ ଭାବେ ଆଜି ବରୀ ବିଧାୟକ ଦେବାଶିଷ ନାୟକଙ୍କ ସମର୍ଥକ ନବୀନ ନିବାସ ଆଗରେ ନାରାବାଜି କରିଛନ୍ତି। ଏହାସହ […]

  • Tuesday, 20 July 2021
money
ଚାରିଆଡୁ ଜବତ ହେଉଛି, ପୁଳା ପୁଳା ଟଙ୍କା

ଭୁବନେଶ୍ୱର: ୨୦୧୯ ନିର୍ବାଚନରେ ଦେଖିବାକୁ ମିଳିପାରେ କଳା ଟଙ୍କାର ଖେଳ। ଯାହାର ଆଭାସ ଏବେଠୁ ମିଳିଲାଣି। ଝାରସୁଗୁଡ଼ାରୁ ରାୟଗଡ଼ା, ଗୁଣପୁରରୁ ଗଞ୍ଜାମ ଗତକିଛି ଦିନ ହେଲାଣି ଏସବୁ ଅଞ୍ଚଳରେ ନିତିଦିନ ଠାବ ହେବାରେ ଲାଗିଛି ପୁଳା ପୁଳା ଟଙ୍କା। ଅବଶ୍ୟ ଜବତ ଟଙ୍କା କାହାର ଏବଂ କୌଣସି ଦଳର କି ନୁହଁ, ତାହା ସ୍ପଷ୍ଟ ହୋଇନି। କିନ୍ତୁ ଭୋଟ ପୂର୍ବରୁ ଏଭଳି କ୍ରମାଗତ ଭାବେ ହାଟେ ବାଟେ ଟଙ୍କା ଜବତ ଘଟଣା, ଭୋଟ ପାଇଁ ନୋଟ୍‌ ସଙ୍କେତ […]

  • Tuesday, 20 July 2021
bjp
ପୁରୀ ଲୋକସଭା ଆସନ ଲାଗି ପ୍ରାର୍ଥୀପତ୍ର ଦାଖଲ କଲେ ସମ୍ବିତ ପାତ୍ର

ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପୁରୀ ଲୋକସଭା ଆସନ ଲାଗି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର। ସେ ଶ୍ରୀଗୁଣ୍ଡିଚା ମନ୍ଦିରରୁ ଏକ ଶୋଭାଯାତ୍ରାରେ ନିଜ ସମର୍ଥକଙ୍କ ସହିତ ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ନାମାଙ୍କନପତ୍ର ଦାଖଲ କରିଛନ୍ତି। ସେହିପରି ପିପିଲି ବିଧାନସଭାରୁ ପ୍ରାର୍ଥୀ ହୋଇଥିବା ଆଶ୍ରିତ ପଟ୍ଟନାୟକ ଓ ସତ୍ୟବାଦୀରୁ ପ୍ରାର୍ଥୀ ହୋଇଥିବା ଓମ୍‌ପ୍ରକାଶ ମିଶ୍ର ମଧ୍ୟ ନାମାଙ୍କନ ଦାଖଲ କରିଛନ୍ତି। ଭୁବନେଶ୍ୱର ଲୋକସଭା ଆସନ ପାଇଁ କଂଗ୍ରେସ ଓ […]

  • Tuesday, 20 July 2021
kotia
କାହାକୁ ଭୋଟ୍‌ ଦେବେ କୋଟିଆବାସୀ ? ଓଡ଼ିଶାକୁ ନା ଆନ୍ଧ୍ରକୁ

କୋରାପୁଟ (ସୂର୍ଯ୍ୟନାରାୟଣ ପଣ୍ଡା): କାହାର ହେବେ ବିବାଦୀୟ କୋଟିଆ ଅଞ୍ଚଳବାସୀ ? ଓଡ଼ିଶା-ଆନ୍ଧ୍ର ସୀମାରେ ଥିବା ଏହି ବିବାଦୀୟ ଅଞ୍ଚଳର ଲୋକେ କାହାକୁ ଦେବେ ଭୋଟ୍ ? ସାଧାରଣ ନିର୍ବାଚନକୁ ଦେଖି ରାଜନେତାଙ୍କ ଭିତରେ ଏପରି କଳ୍ପନାଜଳ୍ପନା ଲାଗି ରହିଛି। ତେବେ ରାଜ୍ୟ ପ୍ରଶାସନର ଦୃଷ୍ଟି ଆଢୁଆଳରେ ଥିବା ଏହି ଗାଁକୁ ଆନ୍ଧ୍ର ସରକାର ନିଜ କବ୍‌ଜାକୁ ନେବା ଲାଗି ଉଦ୍ୟମ କରୁଥିବା ନେଇ ଓଟିଭିରେ ଖବର ପ୍ରକାଶ ପାଇଥିଲା। ଏହା ପରେ ଚେତିଥିଲେ ରାଜ୍ୟ ସରକାର। […]

  • Tuesday, 20 July 2021
naveen1
ବିଜେଡିର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା: କଟିଲା ୬ ବିଧାୟକଙ୍କ ଟିକେଟ୍‌

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପାଇଁ ବିଜେଡି ଆଜି ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଆଜି ୧୮ଟି ବିଧାନସଭା ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଥିବାବେଳେ ଏଥିରୁ ୯ଟି ଆସନରେ ପ୍ରାର୍ଥୀ ପରିବର୍ତ୍ତନ କରିଛି। ଉଲ୍ଲେଖନୀୟ ଘଟଣାକ୍ରମରେ ବିଜେଡି ଆଜି ବିଜେପିର ରାଜ୍ୟ ପ୍ରଚାର କମିଟି ମୁଖ୍ୟ ଡାକ୍ତର ଦାମୋଦର ରାଉତଙ୍କ ପୁଅ ସମ୍ବିତ ରାଉତରାୟଙ୍କୁ ପାରାଦୀପରୁ ପ୍ରାର୍ଥୀ କରିଛି। ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ଘୋଷଣା କରିଥିବା ବିଧାନସଭା ପ୍ରାର୍ଥୀ ତାଲିକା ଅନୁସାରେ ୬ […]

  • Tuesday, 20 July 2021