Advertisment

ଶଙ୍ଖ ଧରିଲେ ପ୍ରଦୀପ ମାଝି, କହିଲେ... ‘ଜନସେବା ଓ ଅଞ୍ଚଳର ଉନ୍ନତି ହେଉଛି ମୂଳ ଉଦ୍ଦେଶ୍ୟ

ବିଜେଡିରେ ଯୋଗ ଦେବା ନେଇ ପ୍ରଦୀପ ମାଝି ପ୍ରତିକ୍ରିୟା ରଖି କହିଛନ୍ତି, ‘ଜନସେବା ଓ ଅଞ୍ଚଳର ଉନ୍ନତି ହେଉଛି ମୂଳ ଉଦ୍ଦେଶ୍ୟ ।

author-image
Sarbeswar
ଅଦ୍ୟତନ ହୋଇଛି
Pradeep Kumar Majhi

Pradeep Kumar Majhi

ଭୁବନେଶ୍ୱର: ବିଜେଡିରେ ଯୋଗଦେଲେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ। ନବରଙ୍ଗପୁରରେ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ଶାସକ ଦଳରେ ଯୋଗ ଦେଇଛନ୍ତି ପ୍ରଦୀପ। ଏହି ସଭାରେ ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସାଂସଦ ରମେଶ ମାଝୀଙ୍କ ଉପସ୍ଥିତିରେ ଦଳରେ ସାମିଲ ହେଲେ ପ୍ରଦୀପ। ଏହାସହ କିଛି ବରିଷ୍ଠ କଂଗ୍ରେସ ନେତା ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି।

Advertisment

ଏଥିପାଇଁ ନବରଙ୍ଗପୁର ସର୍କିଟ ହାଉସ ପଡ଼ିଆରେ ବ୍ୟାପକ ଆୟୋଜନ ହୋଇଥିଲା। ଏହି ମିଶ୍ରଣ କାର୍ଯ୍ୟକ୍ରମରେ ଭର୍ଚୁଆଲ୍‌ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବା ସହ ବିଜେଡିର କିଛି ବରିଷ୍ଠ ନେତା ଓ ମନ୍ତ୍ରୀ ସଭା ସ୍ଥଳରେ ଉପସ୍ଥିତ ରହିଥିଲେ। ସେପଟେ, ବିଜେଡିରେ ଯୋଗ ଦେବା ନେଇ ପ୍ରଦୀପ ମାଝି ପ୍ରତିକ୍ରିୟା ରଖି କହିଛନ୍ତି, ‘ଜନସେବା ଓ ଅଞ୍ଚଳର ଉନ୍ନତି ହେଉଛି ମୂଳ ଉଦ୍ଦେଶ୍ୟ ।

Advertisment

ଦଳ ପରିବର୍ତ୍ତନ ହେଲେ ଆଭିମୁଖ୍ୟ କିମ୍ବା ଉଦ୍ଦେଶ୍ୟରେ କୌଣସି ପରିବର୍ତ୍ତନ ହୋଇନଥାଏ। କଂଗ୍ରେସ ଦଳରେ ରହି ଯେଭଳି ଭାବରେ ଲୋକଙ୍କ ସେବା କରୁଥିଲୁ, ଠିକ୍‌ ସେଭଳି ଭାବେ ବିଜେଡିରେ ରହି ମଧ୍ୟ ଲୋକଙ୍କ ସେବା କରିବୁ।’ ତେବେ ମୋଟ୍‌ ଉପରେ ଚର୍ଚ୍ଚାର ଅନ୍ତ ହୋଇଛି ଏବଂ ପ୍ରଦୀପ ଦଳରେ ସାମିଲ ହୋଇଛନ୍ତି।

Pradeep Kumar Majhi BJD Politics Odisha
Advertisment
Advertisment