• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

pyush-goyl
ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କଲେ ପୀୟୁଷ ଗୋଏଲ୍

ପୁରୀ: ଏବେ ରାଜ୍ୟ ରାଜନୀତିର ମାହୋଲ ସରଗରମ। ପ୍ରଚାର ପାଇଁ ଓଡ଼ିଶା ଗସ୍ତରେ ଆସୁଛନ୍ତି ହେଭିୱେଟ୍‌। ଏ ମଧ୍ୟରେ ବିଜେପି ପାଇଁ ପ୍ରଚାର କରିବାକୁ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ୍ ଆଜି ଓଡ଼ିଶା ଗସ୍ତରେ ଆସିଛନ୍ତି। ପୀୟୂଷ ଗୋଏଲ୍ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ସିଧା ପୁରୀ ଜିଲ୍ଲାର ସତ୍ୟବାଦୀ ନିର୍ବାଚନମଣ୍ଡଳୀ ଯାଇ ସେଠାରେ ଦଳ ପାଇଁ ପ୍ରଚାର କରିଥିଲେ। ଏଥିସହ ସୁକଳରୁ ସତ୍ୟବାଦୀ ଯାଏ ଏକ ରାଲି ମଧ୍ୟ କରାଯାଇଥିଲା। ଏଥିରେ ଉଭୟ ବିଧାୟକ ଓ ସାଂସଦ […]

  • Wednesday, 21 July 2021
car1
ବୈଜୟନ୍ତଙ୍କ ରୋଡ୍‌ ଶୋ ବେଳେ ଆକ୍ରମଣ

ଆଳି(ବନମାଳି ସାହୁ): କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଞ୍ଚଳରେ  ଆଜି ବିଜେପିର ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ରୋଡ୍ ଶୋ ବେଳେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ ସ୍ଥାନୀୟ ଅଞ୍ଚଳର ଜୁଆଣିଆ ଛକଠାରେ ବିଜେଡ଼ିର କିଛି କର୍ମୀ ଦୁଇ ବିଜେପି କର୍ମୀଙ୍କୁ ମାଡ଼ ମାରିବା ସହ ସେମାନଙ୍କ ଗାଡ଼ି ଭଙ୍ଗାରୁଜା କରିଛନ୍ତି।

  • Wednesday, 21 July 2021
9
ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ୭୨% ମତଦାନ

ଭୁବନେଶ୍ୱର: ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ୭୨ ପ୍ରତିଶତ ମତଦାନ ହୋଇଛି। ଆଜି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାଯର୍ୟାଳୟ ସୂତ୍ରରୁ ଏହି ସୂଚନା ଦିଆଯାଇଛି। ଗତକାଲି ଅନୁଷ୍ଠିତ ୫ ଲୋକସଭା ନିର୍ବାଚନ ମଣ୍ଡଳୀ ଓ ଏହା ଅନ୍ତର୍ଗତ ୩୫ ବିଧାନସଭା କ୍ଷେତ୍ରରେ ଭୋଟିଂ ହୋଇଥିଲା। ଏହି ୫ ଲୋକସଭା କ୍ଷେତ୍ର ମଧ୍ୟରୁ ବରଗଡ଼ରେ ସର୍ବାଧିକ ୭୭.୫୭, କନ୍ଧମାଳରେ ୭୨.୮୮, ବଲାଙ୍ଗିରରେ ୭୨.୪୨, ସୁନ୍ଦରଗଡ଼ରେ ୭୧.୪୪ ଏବଂ ଆସ୍କାରେ ସର୍ବନିମ୍ନ ୬୬.୩୦ ପ୍ରତିଶତ ମତଦାନ ହୋଇଛି। ଏହା ପୂର୍ବରୁ […]

  • Wednesday, 21 July 2021
5
୧୫ କିମି ଚାଲି ଚାଲି ଫେରିଲେ ପୋଲିଂ ପାର୍ଟି

କନ୍ଧମାଳ: ଛାତିରେ ମାଓ ଆକ୍ରମଣର ଛାତିଏ ଛନକା ଥିଲା। କିନ୍ତୁ ତଥାପି ଇଭିଏମ୍‌ ମେସିନ୍‌କୁ ଧରି ଜଙ୍ଗଲ ଭିତରେ ୧୫ କିମି ଚାଲି ଚାଲି ଆସିଲେ ପୁଲିଂ ପାର୍ଟି। ଏହି ଘଟଣା ଘଟିଛି କନ୍ଧମାଳ ଜିଲ୍ଲାରେ। ବାଲିଗୁଡ଼ା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସିର୍ଲା ପଞ୍ଚାୟତର ୧୩୭ ଏବଂ ୧୩୮ ନମ୍ବର ବୁଥ୍‌ରେ ନିୟୋଜିତ ପୋଲିଂ ପାର୍ଟି ୧୫ କିମି ଚାଲି ଚାଲି ଆସି ବାଲିଗୁଢ଼ାରେ ପହଞ୍ଚିଛନ୍ତି। ନିର୍ବାଚନରେ ନିୟୋଜିତ ଏହି କର୍ମଚାରୀମାନେ ମତଦାନ ପରେ ମାଓ ଅଧ୍ୟୁଷିତ ଅଞ୍ଚଳରେ […]

  • Wednesday, 21 July 2021
3
ହାରିବା ଭୟରେ ରକ୍ତମୁଖା ହୋଇଛି ବିଜେଡି: ଲେଖାଶ୍ରୀ

ଭୁବନେଶ୍ୱର: ହାରିବା ଭୟରେ ରକ୍ତମୁଖା ହୋଇଛି ବିଜେଡି। ରାଜ୍ୟରେ ଦିନକୁ ଦିନ ବଢୁଥିବା ରାଜନୈତିକ ହିଂସା ଉପରେ ମତ ରଖି ଏହିପରି ଭାବରେ ବିଜେଡି ସରକାର ଉପରେ ବର୍ଷିଛନ୍ତି ବିଜେପି ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାର। ଗତ ପଞ୍ଚାୟତ ନିର୍ବାଚନ ବେଳେ ୧୭ରୁ ୨୦ ଜଣଙ୍କୁ ହତ୍ୟା କରାଯାଇଥିଲା। ଏବେ ବିଜେଡି ସେହି ଧାରା ବଜାୟ ରଖିବାକୁ ଚାହୁଁଛି ବୋଲି ଲେଖାଶ୍ରୀ ସିଧାସଳଖ ଅଭିଯୋଗ କରିଛନ୍ତି। ମନ୍ତ୍ରୀ ବିକ୍ରମ ଆରୁଖଙ୍କ ଗାଁରେ ବିଜେପି କର୍ମୀଙ୍କୁ ହତ୍ୟା କରାଗଲା ବିଭିନ୍ନ […]

  • Wednesday, 21 July 2021
sdint
ଭଦ୍ରକ ଜିତିବାକୁ କଂଗ୍ରେସର ଜୋର୍‌ଦାର୍‌ ପ୍ରୟାସ

ଭଦ୍ରକ(ତପନ ସ୍ୱାଇଁ): ଚତୁର୍ଥ ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନ ପାଇଁ ଭଦ୍ରକ ଭଣ୍ଡାରିପୋଖରୀ ବିଧାନସଭା ର୍ନିବାଚନ ମଣ୍ଡଳୀରେ ଜୋର୍‌ଦାର୍‌ ପ୍ରଚାର ଚଳାଇଛି କଂଗ୍ରେସ। ଚଳିତଥର ଏହି ଆସନରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନିର୍ବାଚନ ଲଢୁଛନ୍ତି। ସେ ଆଜି ଭଣ୍ଡାରିପୋଖରୀ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଚନ୍ଦ୍ରଭାନୁପୂର ପଡ଼ିଆରେ ଏକ ସାଧାରଣ ସଭାରେ ଯୋଗ ଦେଇ ତାଙ୍କୁ ଜିତାଇବାକୁ ଭୋଟର୍‌ଙ୍କୁ ନିବେଦନ କରିଛନ୍ତି। ଏଥିସହିତ ଭଦ୍ରକରୁ କଂଗ୍ରେସ ସାଂସଦ ପ୍ରାର୍ଥୀ ମଧୁସ୍ମିତା ସେଠୀଙ୍କୁ ବିଜୟୀ କରାଇବାକୁ ନିରଞ୍ଜନ ନିବେଦନ କରିଛନ୍ତି। […]

  • Wednesday, 21 July 2021
1
ସତ ପଚାରିବାରୁ ଚିହିଁକି ଉଠିଲେ ଅନୁଭବ

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): ନିର୍ବାଚନୀ ପ୍ରଚାରବେଳେ ସାମ୍ବାଦିକଙ୍କ ଉପରେ ଚିହିଙ୍କି ଉଠିଛନ୍ତି କେନ୍ଦ୍ରାପଡ଼ାର ବିଜେଡ଼ି ସାଂସଦ ପ୍ରାର୍ଥୀ ଅନୁଭବ ମହାନ୍ତି। ଗତକାଲି କେନ୍ଦ୍ରାପଡ଼ା ପାଟକୁରା ନିର୍ବାଚନମଣ୍ଡଳୀରେ ଅନୁଭବ ରାଲି କରୁଥିବା ବେଳେ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ଅତିମାତ୍ରାରେ କ୍ଷୁବ୍ଧ ହୋଇପଡ଼ିଛନ୍ତି। କେନ୍ଦ୍ରାପଡ଼ାରେ ନେତା, ଅଭିନେତା ଓ ଆଇନଜୀବୀଙ୍କ ମଧ୍ୟରେ ଲଢ଼େଇ ହେଉଛି କି ବୋଲି ପ୍ରଶ୍ନରେ ଅନୁଭବ ଭିଷଣ ମାତ୍ରାରେ ରାଗିଯାଇ କହିଛନ୍ତି, ଏହି ପ୍ରଶ୍ନ ଗଣମାଧ୍ୟମ ଦ୍ୱାରା ତିଆରି ହୋଇଥିବା ପ୍ରଶ୍ନ। ସେହିପରି ଗତ ୫ ବର୍ଷ […]

  • Wednesday, 21 July 2021
cm
ସୁରୁଖୁରୁରେ ବାହୁଡ଼ା ଯାତ୍ରା ପାଇଁ ପୋଲିସ ଓ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ପୋଲିସ ଓ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ । ଅଗ୍ନିଶମ ସେବା, ପୁରୀ ମ୍ୟୁନିସିପାଲଟିକୁ ସମନ୍ୱୟ ନେଇ ପ୍ରଶଂସା । ପୁରୀର ଜନସାଧାରଣଙ୍କ ସହଯୋଗ ଓ ସଂଯମତା ଅତୁଳନୀୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

BJD BJP
ଦୁଇ ବର୍ଷ ପରେ ଶୁଭିଲା BJDର କେନ୍ଦ୍ର ଅବହେଳା ନାରା; ନିର୍ବାଚନ ପାଖେଇଲା ଆନ୍ଦୋଳନ ଆରମ୍ଭ ହେଲା

ପ୍ରାୟ ଦୁଇ ବର୍ଷ ପରେ ବିଜେଡିର ପ୍ରତିବାଦ ପଲିଟିକ୍ସ । କେନ୍ଦ୍ର ସରକାରଙ୍କ ବିରୋଧରେ ରାଜରାସ୍ତକୁ ଓହ୍ଲାଇଲା ଦଳ । ଆଜି ରାଜ୍ୟତମାମ ଏଫ୍‌ସିଆଇ ଦପ୍ତର ଓ ଗୋଦାମ ଆଗରେ ବିଜେଡି ଧାରଣା ଦେବା ସହ ଦିଲ୍ଲୀରେ ମଧ୍ୟ ଖାଉଟି ବ୍ୟାପାର ମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି ।

Untitled-1
୪ଟି ଟିମ୍ ଗଠନ, ଆଇଜିଙ୍କ ତଦାରଖରେ ହେବ ତଦନ୍ତ

ଖୋର୍ଦ୍ଧା(ବଳରାମ ଲେଙ୍କା): ୨୦୧୯ ସାଧାରଣ ନିର୍ବାଚନରେ ରାଜନୈତିକ ହିଂସା ଦିନକୁ ଦିନ ତୀବ୍ରତର ହେଉଛି। ଫଳସ୍ୱରୂପ ଗୁଳିକାଣ୍ଡରେ ଜଣେ ସକ୍ରିୟ ରାଜନୀତିକ କର୍ମୀଙ୍କର ପ୍ରାଣ ଯାଇଛି। ସୂଚନା ଅନୁସାରେ ଗତକାଲି ଖୋର୍ଦ୍ଧାରେ ବିଜେପି ବିଧାୟକ ପ୍ରାର୍ଥୀ କାଳୁ ଖଣ୍ଡାୟତରାୟଙ୍କ ସହଯୋଗୀ (ଖୋର୍ଦ୍ଧା ଜିଲ୍ଲା ବିଜେପି ମଣ୍ଡଳ ସଭାପତି) ମଙ୍ଗୁଳି ଜେନାଙ୍କୁ ଦୁର୍ବୃତ୍ତ ମାନେ ଗୁଳି କରି ହତ୍ୟା କିରଛନ୍ତି। ଏଭଳି ହିଂସା କାଣ୍ଡକୁ ନେଇ ବିଜେପି ପକ୍ଷରୁ ବିଜେଡିକୁ ସିଧା ସଳଖ ଦୋଷାରୋପ କରାଯାଇଥିବା ବେଳେ ଦଳ […]

  • Tuesday, 20 July 2021
bjp
ବିଜେପିରେ ଯୋଗ ଦେଲେ ୩ ହଜାରରୁ ଅଧିକ ବିଜେଡି ଓ କଂଗ୍ରେସ କର୍ମୀ

ଭୁବନେଶ୍ୱର: ବିଜେପିରେ ମହାମିଳନ। ୩ ହଜାରରୁ ଅଧିକ ବିଜେଡି ଓ କଂଗ୍ରେସ କର୍ମୀ ବିଜେପିରେ ଯୋଗ ଦେଇଛନ୍ତି। ଜଗତସିଂହପୁର ଜିଲ୍ଲାର ବାଲିକୁଦା ଏରସମା, ପୁରୀ, ପିପିଲି, ଡେଲାଙ୍ଗ, ଯାଜପୁରର କୋରେଇ ଓ ମାହାଙ୍ଗା ଅଞ୍ଚଳରୁ ୩ ହଜାରରୁ ଅଧିକ ବିଜେଡି ଓ କଂଗ୍ରେସ କର୍ମୀ ବିଜେପିରେ ସାମିଲ ହୋଇଛନ୍ତି। ଭୁବନେଶ୍ୱର ସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବରିଷ୍ଠ ନେତା ଦାମୋଦର ରାଉତଙ୍କ ଉପସ୍ଥିତିରେ ଏମାନେ ସମସ୍ତେ ଦଳରେ ସାମିଲ ହୋଇଛନ୍ତି। ଏହି ଅବସରରେ ଉଭୟ […]

  • Tuesday, 20 July 2021
niranjana
ନିରଞ୍ଜନ ପୂଜାରୀଙ୍କ ବିରୋଧରେ ଗ୍ରାମବାସୀଙ୍କୁ ଧମକାଇବା ଅଭିଯୋଗ

ଭୁବନେଶ୍ୱର : ନିର୍ବାଚନୀ ସଭାରେ ଗ୍ରାମବାସୀଙ୍କୁ ମନ୍ତ୍ରୀ ତଥା ସୋନପୁରର ବିଜେଡି ପ୍ରାର୍ଥୀ ନିରଞ୍ଜନ ପୂଜାରୀ ଧମକାଇ ଥିବା ଅଭିଯୋଗ ହୋଇଛି। ମନ୍ତ୍ରୀ ସଭା ମଝିରେ ଜଣେ ବ୍ୟକ୍ତିଙ୍କୁ ଧମକ ଦେଉଥିବାର ଏକ ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ୍ ହୋଇଛି। ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ କର୍ଲାଜୁରୀ ଗାଁରେ ଏକ ସଭା ହୋଇଥିଲା। ଏଥିରେ ଯୋଗ ଦେଇଥିଲେ ନିରଞ୍ଜନ। ସେ ଭାଷଣ ଦେଉଥିବା ବେଳେ ସେଠାରେ ଉପସ୍ଥିତ ଥିବା ଜଣେ ବ୍ୟକ୍ତି ଜୋରରେ କିଛି କହିଥିଲେ। […]

  • Tuesday, 20 July 2021
4
୧୯ ମହାସମର ମଇଦାନକୁ ଓହ୍ଲାଇଛନ୍ତି ୫ ରାଜ ପରିବାରର ମହିଳା

ଭୁବନେଶ୍ୱର: ଏବେ କିନ୍ତୁ ରାଜତନ୍ତ୍ର ନାହିଁ, ଚାଲିଛି ଗଣତନ୍ତ୍ର। ଏଥିରେ ମଧ୍ୟ ପ୍ରମୁଖ ଭୂମିକା ନେଉଛନ୍ତି ପୂର୍ବତନ ରାଜ୍ୟର ରାଜା ଓ ରାଣୀ। ପ୍ରଜାଙ୍କ ସେବାରେ ନିଜକୁ ନିୟୋଜିତ କରିବାକୁ ନିର୍ବାଚନ ମଇଦାନରେ ବେଶ୍ ଚଳଚଞ୍ଚଳ ହେଉଛନ୍ତି। ୨୦୧୯ ମହାସମରରେ ଏମିତି ଅନେକ ରାଣୀଙ୍କୁ ନେଇ ଚାଲିଛି ଚର୍ଚ୍ଚା। ଯଦିଓ ଗଣତନ୍ତ୍ର ଶାସନ ଯୁଗରେ ରାଜତନ୍ତ୍ରର ସ୍ଥାନ ନାହିଁ। ତଥାପି ଏମାନଙ୍କ ପ୍ରତି ପ୍ରଜାଙ୍କର ଥିବା ଅତୁଟ ଅନୁରକ୍ତି ଓ ଭୋଟ ବ୍ୟାଙ୍କକୁ ଦେଖି ସେମାନଙ୍କୁ ରଣାଙ୍ଗନକୁ […]

  • Tuesday, 20 July 2021
biju
‘ବିଜୁ ବାବୁ’କୁ ନେଇ ଦର୍ଶକଙ୍କ ମଧ୍ୟରେ ଅସନ୍ତୋଷ

ଭୁବନେଶ୍ୱର: ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନାଁ’ରେ ହୋଇଛି ଫିଲ୍ମ। ନାଁ ରହିଛି ‘ବିଜୁ ବାବୁ’। ପୋଷ୍ଟରରେ ମଧ୍ୟ ରହିଛି ବିଜୁ ବାବୁଙ୍କ ଫଟୋ। ହେଲେ ଫିଲ୍ମରେ କିନ୍ତୁ ଜମାରୁ ନାହିଁ ପ୍ରବାଦ ପୁରୁଷଙ୍କ ଜୀବନୀ କି ଆଦର୍ଶ ଉପରେ ଗୋଟିଏ ବି ଦୃଶ୍ୟ। ଯେଉଁ ଦର୍ଶକ ବିଜୁବାବୁଙ୍କ ନାଁ ଶୁଣି ଆଗ୍ରହରେ ସିନେମା ଦେଖିବାକୁ ଯାଉଛନ୍ତି, ଶୋ’ ଶେଷରେ ବାହାରକୁ ଆସି ଗର ଗର ହେଉଛନ୍ତି। ନିର୍ବାଚନର ଠିକ ପୂର୍ବରୁ […]

  • Tuesday, 20 July 2021
water
‘ଭୋଟରଙ୍କ ମୁଦ୍ଦା’ରେ ଜାଣନ୍ତୁ ଉତ୍କଟ ପାନୀୟ ଜଳ ସମସ୍ୟା

ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ଭୋଟରଙ୍କୁ ମିଳେ କେତେ ଆଶା କେତେ ପ୍ରତିଶ୍ରୁତି। ନୂଆ ନୂଆ ଯୋଜନାର ଭେଳିକି ଦେଖାଇ ଭୋଟରଙ୍କୁ ଆକର୍ଷିତ କରନ୍ତି ସରକାରୀ ଦଳ। ହେଲେ ନିର୍ବାଚନ ସରିଗଲେ ଯେମିତି ଲୋକଙ୍କ ଦୁଃଖ ଦେଖିବାକୁ କାହାରି ପାଖରେ ସମୟ ନଥାଏ। ଏମିତିକି ବର୍ଷ ବର୍ଷ ଧରି ମୌଳିକ ସୁବିଧାରୁ ବଞ୍ଚିତ ହେଉଥିବା ଜନତାଙ୍କ ପାଇଁ ବି ପାଣିର ଗାର ହୋଇଯାଏ ପ୍ରତିଶ୍ରୁତି। ଆଜି ‘ଭୋଟରଙ୍କ ମୁଦ୍ଦା’ରେ ଜାଣନ୍ତୁ ରାଜ୍ୟରେ ଉତ୍କଟ ପାନୀୟ ଜଳ ସମସ୍ୟାକୁ ନେଇ […]

  • Tuesday, 20 July 2021
bjp2
କେଉଁ ଦଳର ଆଉ କେତେ ଆସନ ପାଇଁ ବାକି ରହିଲା ପ୍ରାର୍ଥୀ ଘୋଷଣା

ଭୁବନେଶ୍ୱର: ରାଜ୍ୟରେ ତିନି ପ୍ରମୁଖ ଦଳ ପ୍ରାୟତଃ ପ୍ରାର୍ଥୀ ଘୋଷଣା କରି ସାରିଛନ୍ତି। ତେବେ କୌଣସି ଦଳ ଏଯାଏ ସମ୍ପୂର୍ଣ୍ଣ ପ୍ରାର୍ଥୀ ତାଲିକା ପ୍ରକାଶ କରିନାହାନ୍ତି। ଆସନ୍ତୁ ଜାଣିବା କେଉଁ ଦଳ ଆଉ କେତେ ଆସନରେ ଘୋଷଣା କରିନାହାନ୍ତି ସେମାନଙ୍କ ପ୍ରାର୍ଥୀଙ୍କ ନାଁ। ବିଜେଡି ବାରିପଦା ଓ କେନ୍ଦ୍ରାପଡ଼ା ବିଧାନସଭା ଆସନରେ ଏଯାଏଁ ପ୍ରାର୍ଥୀ ଘୋଷଣା କରିନାହିଁ। ବିଜେପିର ସ୍ଥିତି ଉପରେ ନଜର ପକାନ୍ତୁ, ଦଳ କେନ୍ଦ୍ରାପଡ଼ା ଓ କାକଟପୁର ନିର୍ବାଚନମଣ୍ଡଳୀରେ ଦଳର ଟିକେଟ୍‌ ଘୋଷଣା ବାକି […]

  • Tuesday, 20 July 2021
congress1
ଶେଷ ଯାଏଁ ତୁଟୁନି କଂଗ୍ରେସରେ ଟିକେଟ କଳି: ନାଁ ଘୋଷଣା କରି ଘନ ଘନ ପରିବର୍ତ୍ତନ

ଭୁବନେଶ୍ୱର: କଂଗ୍ରେସରେ ଘଡ଼ିକେ ଘୋଡା ଛୁଟୁଛି। ଏ ଘଣ୍ଟାରେ ପ୍ରାର୍ଥୀଙ୍କ ନାଁ ଘୋଷଣା, ଆର ଘଣ୍ଟାକୁ ପରିବର୍ତ୍ତନ। ଟିକେଟ ବଣ୍ଟାକୁ ନେଇ ଦଳରେ ଅସନ୍ତୋଷ ଏମିତି ବଢିଛି ଯେ କାହାକୁ ପ୍ରାର୍ଥୀ କରିବେ କାହାକୁ କରିବେନି, ସିଦ୍ଧାନ୍ତରେ ପହଞ୍ଚି ପାରୁନାହାନ୍ତି ନେତୃବୃନ୍ଦ। ମହିଳା କଂଗ୍ରେସ ସଭାନେତ୍ରୀ ହୁଅନ୍ତୁ କି ପିପିଲିର ବରିଷ୍ଠ ନେତା ଯୁଧିଷ୍ଠିର ସାମନ୍ତରାୟ ପିସିସି ସଭାପତିଙ୍କ ବିରୁଦ୍ଧରେ ଖୋଲା ବିଦ୍ରୋହ ଘୋଷଣା କରିଛନ୍ତି। ଏଣେ ଜାନକୀଙ୍କ ପୁଅ ପୃଥ୍ୱୀବଲ୍ଲଭଙ୍କ ପ୍ରାର୍ଥିତ୍ୱ ପ୍ରସଙ୍ଗକୁ ନେଇ ଯେଉଁ […]

  • Tuesday, 20 July 2021
bjp1
ବିଜେପିରେ ଏବେବି ଲାଗି ରହିଛି ସସ୍‌ପେନ୍ସ

ଭୁବନେଶ୍ୱର: ଛକାପଞ୍ଝା ରାଜନୀତି ଭିତରେ ଏଥର ଟିକେଟକୁ ନେଇ ବିଜେପିରେ ଶେଷ ଯାଏଁ ଲାଗି ରହିଛି ସସ୍‌ପେନ୍ସ। କଂଗ୍ରେସରୁ ଇସ୍ତଫା ଦେଇଥିବା ବିଭୁପ୍ରସାଦ ତରେଇ ଆଜି ପଦ୍ମ ଧରିବା ପରେ ଦଳ ତାଙ୍କୁ ଜଗତସିଂହପୁର ଲୋକସଭାରୁ ପ୍ରାର୍ଥୀ କରିବ ବୋଲି କୁହାଯାଉଛି। ତାଙ୍କ ପରି ଶେଷ ମୁହୁର୍ତ୍ତରେ ପଦ୍ମ ଧରି ଲୋକସଭାରୁ ପ୍ରାର୍ଥୀ ହୋଇଛନ୍ତି ୪ ହେଭିୱେଟ୍‌। ବିଧାନସଭାର ପ୍ରାର୍ଥୀ ଅଙ୍କ ବି ଦଳକୁ ଏଥର ନାକେଦମ କରିଛି। ଅସନ୍ତୋଷ ଓ ବିଦ୍ରୋହର ସ୍ୱର ଭିତରେ ଦଳ […]

  • Tuesday, 20 July 2021
2
ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ୪୬୮ ପ୍ରାର୍ଥୀ

ଭୁବନେଶ୍ୱର: ଆଜି ଥିଲା ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲର ଶେଷ ଦିନ। ତୃତୀୟ ପର୍ଯ୍ୟାୟରେ ହେବାକୁ ଥିବା ୬ଟି ଲୋକସଭା ଓ ୪୨ଟି ବିଧାନସଭା ଆସନ ନିର୍ବାଚନ ପାଇଁ ମୋଟ ୪୬୮ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି। ୪୨ ବିଧାନସଭା ପାଇଁ ମୋଟ ୩୯୯ଜଣ ଓ ୬ ଲୋକସଭା ପାଇଁ ୬୯ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଆଜି ଶେଷ ଦିନରେ ବିଧାନସଭା ଆସନ ପାଇଁ ୧୮୬ଜଣ ପ୍ରାର୍ଥୀ ଓ ଲୋକସଭା ପାଇଁ ୩୫ଜଣ […]

  • Tuesday, 20 July 2021
pratap
ପ୍ରତାପ ଷଡ଼ଙ୍ଗୀଙ୍କୁ ତାଲା ପକାଇ ଅଟକ ରଖିଲେ ଅସନ୍ତୁଷ୍ଟ ବିଜେପି କର୍ମୀ !

ଜଳେଶ୍ୱର (ଅଜିତ ଦାସ): ବିଜେପିର ଲୋକସଭା ପ୍ରାର୍ଥୀ ପ୍ରତାପ ଷଡଙ୍ଗୀଙ୍କୁ ଦଳୀୟ କର୍ମୀ ତାଲା ପକାଇ ଦେଇ ଅଟକ ରଖିଥିବା ଅଭିଯୋଗ ହୋଇଛି। ଭୋଗରାଇ ଆସନର ଅସନ୍ତୁଷ୍ଟ ବିଜେପି କର୍ମୀ ଏପରି କରିଥିବା ଜଣାପଡ଼ିଛି। ଭୋଗରାଇର ବିଜେପି ପ୍ରାର୍ଥୀ ମାନସ ମହାନ୍ତିଙ୍କ ପ୍ରାର୍ଥିତ୍ୱକୁ ବିରୋଧ କରି କର୍ମୀ ଏଭଳି କରିଥିବା ଅଭିଯୋଗ ହୋଇଛି। ମାନସଙ୍କ ପ୍ରାର୍ଥିତ୍ୱକୁ ନେଇ କିଛଇଟା ଅସନ୍ତୋଷ ରହିଛି। ଏହାର ସମାଧାନ ଓ ଅସନ୍ତୁଷ୍ଟଙ୍କୁ ବୁଝାଶୁଝା କରିବାକୁ ପ୍ରତାପ ଯାଇଥିଲେ। ହେଲେ ସେଠାରେ ଅସନ୍ତୁଷ୍ଟ […]

  • Tuesday, 20 July 2021
congress
ପ୍ରାର୍ଥୀ ବଦଳାଇଲା କଂଗ୍ରେସ, ଦୁଇ ଜଣଙ୍କ ଟିକେଟ୍ କଟିଲା

କେନ୍ଦୁଝର (ପ୍ରଣୟ ପାଣି): ଶେଷ ମୁହୂର୍ତ୍ତରେ ୩ ପ୍ରାର୍ଥୀ ବଦଳାଇଛି କଂଗ୍ରେସ। କେନ୍ଦୁଝର ଲୋକସଭା ସହିତ ଦୁଇଟି ବିଧାନସଭା ଆସନରେ ଦଳ ପ୍ରାର୍ଥୀ ବଦଳାଇଛି। ପୂର୍ବରୁ ଦଳ ଫକୀର ମୋହନ ନାୟକଙ୍କୁ କେନ୍ଦୁଝର ଲୋକସଭା ଆସନରୁ ପ୍ରାର୍ଥୀ କରିଥିଲା। ଆଜି ତାଙ୍କୁ ବଦଳାଇ ମୋହନ ହେମ୍ବ୍ରମଙ୍କୁ ପ୍ରାର୍ଥୀ କରାଯାଇଛି। ମୋହନ ହେମ୍ବ୍ରମଙ୍କୁ ପୂର୍ବରୁ ତେଲକୋଇ ବିଧାନସଭା ଆସନ ପାଇଁ ପ୍ରାର୍ଥୀ କରାଯାଇଥିଲା। ତାଙ୍କ ସ୍ଥାନରେ ପ୍ରଶାନ୍ତ ଦଳେଇଙ୍କୁ ଏହି ଆସନ ପାଇଁ ପ୍ରାର୍ଥୀ କରାଯାଇଛି। ପାଟଣାରେ ଗୋପେଶ୍ୱର […]

  • Tuesday, 20 July 2021
dilip
ବିଜୟଙ୍କ ପାଇଁ ପ୍ରଚାର କରିବେ ଦିଲୀପ !

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ବିଜୟ ମହାପାତ୍ରଙ୍କ ପାଇଁ ନିର୍ବାଚନ ପ୍ରଚାର କରିପାରନ୍ତି ଦିଲୀପ ରାୟ। ସିଧାସଳଖ କିଛି କହି ନଥିଲେ ମଧ୍ୟ ଏପରି ଇସାରା ଦେଇଛନ୍ତି ରାଉରକେଲାର ପୂର୍ବତନ ବିଧାୟକ ଦିଲୀପ ରାୟ। ରାଉରକେଲାରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନରେ ଦିଲୀପ କହିଛନ୍ତି, “ବ୍ରାହ୍ମଣୀ ଉପରେ ଦ୍ୱିତୀୟ ସେତୁ ଓ ଆଇଜିଏଚ୍‌ ନେଇ ଲଢ଼େଇ ଜାରି ରହିବ। ରାଉରକେଲାର ସର୍ବାଙ୍ଗୀନ ବିକାଶ ପାଇଁ ଯିଏ ଏହି ପ୍ରତିଶ୍ରୁତି ପୂରଣ କରିବ, ତା’ ସହିତ ଆମେ ରହି କାମ କରିବୁ। […]

  • Tuesday, 20 July 2021
bibhu
ପଦ୍ମ ଧରିଲେ ବିଭୁ

ଭୁବନେଶ୍ୱର: ଗତକାଲି କଂଗ୍ରେସ ଦଳରୁ ଇସ୍ତଫା ଦେଇଥିବା ପୂର୍ବତନ ସାଂସଦ ବିଭୁ ପ୍ରସାଦ ତରାଇ ଆଜି ବିଜେପିରେ ଯୋଗଦେଇଛନ୍ତି। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବିଜେପିର ରାଷ୍ଟ୍ରୀୟ ଉପ ସଭାପତି ବୈଜୟନ୍ତ ପଣ୍ଡା, ବିଶ୍ୱଭୂଷଣ ହରିଚନ୍ଦନ ଓ ସମୀର ମହାନ୍ତିଙ୍କ ଉପସ୍ଥିତିରେ ସେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ଗତକାଲି ବିଭୁ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ଦଳ ତାଙ୍କୁ ତିର୍ତ୍ତୋଲ ବିଧାନସଭା ଆସନରୁ ପ୍ରାର୍ଥୀ କରିଥିଲା। ହେଲେ ଶ୍ରୀ ତରାଇ ଜଗତସିଂହପୁର ଲୋକସଭା ଆସନରୁ ଲଢ଼ିବାକୁ ଆଗ୍ରହୀ […]

  • Tuesday, 20 July 2021
amit
୭ରେ ପୁଣି ଆସିବେ ଶାହ

ଭୁବନେଶ୍ୱର: ଆସନ୍ତା ୭ ତାରିଖରେ ପୁଣି ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। ଗଞ୍ଜାମ ଜିଲ୍ଲା ପୋଲସରା ଓ ବରଗଡ଼ରେ ବିଜେପି ସମାବେଶରେ ସେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏନେଇ ବିଜେପି ସମ୍ପାଦକ ଯତୀନ ମହାନ୍ତି ସୂଚନା ଦେଇଛନ୍ତି। ଗତ ଏକ ତାରିଖରେ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି ପାରଳାଖେମୁଣ୍ଡି ଓ ଉମରକୋଟ ଆସି ନବୀନ ସରକାର ଉପରେ ବର୍ଷିଥିଲେ। ସେହିପରି ଆସନ୍ତା ୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁନ୍ଦରଗଡ଼ ଆସି […]

  • Tuesday, 20 July 2021
bjp
କେନ୍ଦ୍ରାପଡ଼ା ବିଜେପିରେ ବିରୋଧର ସ୍ୱର: ଦଳ କହିଲା ବିଜେଡି ବିଧାୟକଙ୍କ ଚାଲ୍‌

କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବିଧାନସଭା ଆସନରେ ବିଜେପି ପ୍ରାର୍ଥୀ ଘୋଷଣା ପରେ ତେଜିଛି ବିରୋଧର ସ୍ୱର। ବିଜେପିରୁ ମହାକାଳପଡ଼ା ବିଧାନସଭା ଆସନ ଲାଗି ବିଜୟ ପ୍ରଧାନ ଟିକେଟ ପାଇବା ପରେ ପ୍ରତିବାଦ ଦେଖାଦେଇଛି। ମାର୍ଶାଘାଇ କୁସୁନୁପୁରସ୍ଥିତ ଆଖଣ୍ଡଳମଣି ମନ୍ଦିର ପ୍ରାଙ୍ଗଣରେ ନିର୍ବାଚନମଣ୍ଡଳୀର ୪୮ଟି ପଞ୍ଚାୟତର କର୍ମୀ ଏକାଠି ହୋଇ ପ୍ରତିବାଦ ସଭା କରିଛନ୍ତି। ସଭାରେ ବିଧାୟକ ପ୍ରାର୍ଥୀ ବିଜୟ ପ୍ରଧାନ ଏବଂ ବୈଜୟନ୍ତ ପଣ୍ଡାଙ୍କୁ ବିରୋଧ କରାଯାଇଛି। ମହାକାଳପଡ଼ାରେ ବିଜେପି ପ୍ରାର୍ଥୀ ଚୟନର […]

  • Tuesday, 20 July 2021