/odishatv-khabar/media/post_attachments/uploadimage/library/16_9/16_9_0/IMAGE_1636384765.jpg)
Aparajita Sarangi
ଭୁବନଶ୍ୱର: ଭୁବନଶ୍ୱର ବିମାନ ବନ୍ଦରରେ ୨ଟି ଏରୋ ବ୍ରିଜ୍ର ଉଦଘାଟନ କଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ । ୫ କୋଟି ୪୨ ଲକ୍ଷ ବ୍ୟୟରେ ନିର୍ମାଣ ହୋଇଛି ଏହି ଓଭରବ୍ରିଜ୍ । ଏହାଦ୍ୱାରା ପ୍ରତ୍ୟେକ ଦିନ ଭୁବନେଶ୍ୱର ବିମାନ ବନ୍ଦର ଦେଇ ଯାତ୍ରା କରୁଥିବା ବରିଷ୍ଠ ନାଗରିକ ଏବଂ ଭିନ୍ନକ୍ଷମ ଯାତ୍ରୀଙ୍କୁ ସୁବିଧା ହେବ । ଏହି ଅବସରରେ ଭୁବନେଶ୍ୱରରୁ ୩ଟି ସ୍ଥାନକୁ ସିଧା ବିମାନ ଉଡାଣ ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ଅପରାଜିତା ଚିଠି ଲେଖିଥିବା କହିଛନ୍ତି ।
Advertisment
Also Read
ଭୁବନେଶ୍ୱରରୁ ଜାମ୍ମୁ, ଗୌହାଟୀ ଏବଂ ଶିରିଡ଼ି ପର୍ଯ୍ୟନ୍ତ ବିମାନ ଉଡାଣ ପାଇଁ ଚିଠି ଳେଖିଥିବା କହିଛନ୍ତି ଅପରାଜିତା । ସେହିଭଳି ଦେଶର ଶ୍ରେଷ୍ଠ ୧୦ଟି ବିମାନ ବନ୍ଦର ମଧ୍ୟରେ ଭୁବନେଶ୍ୱର ଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ଅପରାଜିତା ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)