Advertisment

ପ୍ରବଳ ବିରୋଧ: ଏସକର୍ଟ ଗାଡ଼ି ଛାଡ଼ି ବିଡିଓଙ୍କ ଗାଡ଼ିରେ ଆସିଲେ ମନ୍ତ୍ରୀ ଅରୁଣ ସାହୁ

କେସିଙ୍ଗାରେ କୃଷିମନ୍ତ୍ରୀ ଅରୁଣ ସାହୁ ସ୍ୱାସ୍ଥ୍ୟ କାର୍ଡ ବାଣ୍ଟୁଥିବା ବେଳେ ପ୍ରବଳ ବିରୋଧର ସମ୍ମୁଖୀନ ହୋଇଛନ୍ତି। ବିଜେପି କର୍ମୀମାନେ ସଭାସ୍ଥଳ ଆଡ଼କୁ ଧସେଇ ପଶିବାରୁ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା।

author-image
Chandan Shishu
ଅଦ୍ୟତନ ହୋଇଛି
opposition protest at karlamunda

opposition protest at karlamunda

କଳାହାଣ୍ଡି:  କଳାହାଣ୍ଡିରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ବଣ୍ଟନ ବେଳେ ମନ୍ତ୍ରୀମାନଙ୍କୁ ବିରୋଧ। ବିଜେପି ଓ କଂଗ୍ରେସ ପକ୍ଷରୁ କର୍ଲାମୁଣ୍ଡାରେ ମନ୍ତ୍ରୀ ପ୍ରେମାନନ୍ଦ ନାୟକ ଏବଂ କେସିଙ୍ଗାରେ ମନ୍ତ୍ରୀ ଅରୁଣ ସାହୁଙ୍କୁ ବିରୋଧ କରାଯାଇଛି। ମନ୍ତ୍ରୀ ପ୍ରେମାନନ୍ଦ ନାୟକ କର୍ଲାମୁଣ୍ଡା ବ୍ଲକ କାର୍ଯ୍ୟାଳୟରେ କାର୍ଡ ବାଣ୍ଟୁଥିବା ବେଳେ ତାଲା ପକାଇ ଦେଇଥିଲେ ବିରୋଧି କଂଗ୍ରେସ ଓ ବିଜେପି କର୍ମୀ। ଏହା ସହିତ ସେମାନେ ବିରୋଧ ପ୍ରଦର୍ଶନ କରିଥିଲେ ବିରୋଧ ସତ୍ତ୍ୱେ ବ୍ଲକ କାର୍ଯ୍ୟାଳୟ ଭିତରେ କାର୍ଡ ବଣ୍ଟିଥିଲେ ମନ୍ତ୍ରୀ।

Advertisment

ସେହିପରି କେସିଙ୍ଗାରେ କୃଷିମନ୍ତ୍ରୀ ଅରୁଣ ସାହୁ ସ୍ୱାସ୍ଥ୍ୟ କାର୍ଡ ବାଣ୍ଟୁଥିବା ବେଳେ ପ୍ରବଳ ବିରୋଧର ସମ୍ମୁଖୀନ ହୋଇଛନ୍ତି। ବିଜେପି କର୍ମୀମାନେ ସଭାସ୍ଥଳ ଆଡ଼କୁ ଧସେଇ ପଶିବାରୁ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା।

ଏହାକୁ ନେଇ ସଭାସ୍ଥଳ ନିକଟରେ ପୋଲିସ-ବିଜେପି କର୍ମୀ ଧସ୍ତାଧସ୍ତି ହୋଇଛି। ତେବେ ପୋଲିସ ବିଜେପି କର୍ମୀଙ୍କୁ ସଭାସ୍ଥଳରୁ ଉଠାଇ ନେଇଛି। ବିରୋଧୀଙ୍କ ଭୟରେ ମନ୍ତ୍ରୀ ଅରୁଣ ସାହୁ ଏସକର୍ଟ ଗାଡ଼ି ଛାଡ଼ି ବିଡିଓଙ୍କ ଗାଡ଼ିରେ ସଭାସ୍ଥଳକୁ ଆସିଥିଲେ।  

Advertisment
BJP Congress Minister
Advertisment
Advertisment