• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

BLO Death
ଭୋଟିଂ ବେଳେ ଯାଜପୁରରେ ଅଘଟଣ, ନିର୍ବାଚନ ଡ୍ୟୁଟି ବେଳେ BLOଙ୍କ ଆକସ୍ମିକ ମୃତ୍ୟୁ

ମୃତ୍ୟୁବରଣ କରିଥିବା BLO ଜଣକ ହେଉଛନ୍ତି ମନୋରଞ୍ଜନ ସାହୁ। ମନୋରଞ୍ଜନ ବିଞ୍ଝାରପୁର ଓଳେଇଚନ୍ଦନପୁର ୧୫୭ନଂ ବୁଥ୍‌ରେ କାର୍ଯ୍ୟରତ ଥିଲେ ।

Nilagiri
ଭୋଟ୍‌ ଦେବାକୁ ଆସିଥିଲେ ବୃଦ୍ଧ, ବୁଥ୍‌ରେ ପଡ଼ି ଚାଲିଗଲା ଜୀବନ

ଆଜି ସକାଳେ ବୃଦ୍ଧ ଜଣଙ୍କ ଭୋଟ ଦେବାକୁ ଈଶ୍ୱରପୁର ୧୫୯ ନଂ ବୁଥକୁ ଆସିଥିଲେ। ଏହି ସମୟରେ ସେ ବୁଥରେ ଅଚେତ୍ ହୋଇ ପଡ଼ିଯାଇଥିଲେ। ପରିବାର ଲୋକେ ସଙ୍ଗେ ସଙ୍ଗେ ତାଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Voting Percentage
ଅନ୍ତିମ ପର୍ଯ୍ୟାୟ ଭୋଟ୍‌, ସକାଳ ୯ଟା ସୁଦ୍ଧା ଓଡ଼ିଶାରେ ୭.୬୯ % ଭୋଟିଂ

ନିର୍ବାଚନ କମିଶନଙ୍କ ତଥ୍ୟ ଅନୁସାରେ ସକାଳ ୯ଟା ସୁଦ୍ଧା ଜଗତସିଂହପୁରରେ ସର୍ବାଧିକ ଭୋଟିଂ ହୋଇଛି । ସେଠାରେ ମତଦାନ ହାର ୮.୫୪ ପ୍ରତିଶତ ରହିଛି ।

Kendrapada Balasore EVM
କେନ୍ଦ୍ରାପଡ଼ା-ବାଲେଶ୍ୱରରେ EVM ଅଚଳ, ବୁଥ୍‌ରେ ଜମିଲା ଭିଡ଼

୬ ଲୋକସଭା ଆସନ କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ, ଯାଜପୁର, ବାଲେଶ୍ବର ଏବଂ ମୟୂରଭଂଜ ସମେତ ଏହା ଅଧୀନରେ ଥିବା ୪୨ ବିଧାନସଭା ଆସନ ପାଇଁ ମତଦାନ ହେଉଛି।

Last Phase Election
ଶେଷ ପର୍ଯ୍ୟାୟ ନିର୍ବାଚନ, ବୁଥ୍‌ ଆଗରେ ଲାଗିଲାଣି ଭିଡ଼

ଏହି ପର୍ଯ୍ୟାୟରେ ୯୯ ଲକ୍ଷ ୬୧ ହଜାର ୫୭ ଜଣ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ। ଏମାନଙ୍କ ମଧ୍ୟରେ ୫୦ ଲକ୍ଷ ୮୮ ହଜାର ୦୭୬ ପୁରୁଷ, ୪୮ ଲକ୍ଷ ୭୨ ହଜାର ୨୯୪ ମହିଳା ତଥା ୬୮୭ ଜଣ ତୃତୀୟ ଲିଙ୍ଗୀ ଭୋଟର ରହିଛନ୍ତି।

Last Phase Election
ରାତି ପାହିଲେ ଅନ୍ତିମ ପର୍ଯ୍ୟାୟ ଲଢ଼େଇ, ୬ ଲୋକସଭା ଓ ୪୨ ବିଧାନସଭା ଆସନରେ ପଡ଼ିବ ଭୋଟ୍

ରାତି ପାହିଲେ ୨୪ ମହାସଂଗ୍ରାମର ଅନ୍ତିମ ପର୍ଯ୍ୟାୟ ଭୋଟ୍ ଲଢ଼େଇ । ରାଜ୍ୟର ୬ ଲୋକସଭା ଏବଂ ଏହା ଅନ୍ତର୍ଗତ ୪୨ଟି ବିଧାନସଭା ଆସନରେ କାଲି ସକାଳ ୭ରୁ ପଡ଼ିବ ଭୋଟ୍ ।

Money Seized
ଭୋଟ୍ ପାଇଁ ନୋଟ୍ ବଣ୍ଟା ଅଭିଯୋଗ, ରେମୁଣା ବ୍ଲକ ମିଶନ ଶକ୍ତି ଗୃହରୁ ପୁଳାପୁଳା ଟଙ୍କା ଜବତ

ଘଟଣାସ୍ଥଳରୁ ଏକ କଳା ପଲିଥିନରୁ ଜବତ ହୋଇଛି ୫୦୦ ଟଙ୍କିଆ ନୋଟ୍ ବଣ୍ଡଲ୍ । ଧଳା କାଗଜ ଉପରେ ବିଭିନ୍ନ ପଞ୍ଚାୟତର ନାଁ ବି ଲେଖା ଯାଇଛି।

PM Modi
ଧ୍ୟାନ ମୁଦ୍ରାରେ ନରେନ୍ଦ୍ର; କରୁଛନ୍ତି ତପସ୍ୟା, ପିଉଛନ୍ତି ତରଳ ପଦାର୍ଥ

କନ୍ୟାକୁମାରୀ ବିବେକାନନ୍ଦ ରକ୍ ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଧ୍ୟାନକୁ ପ୍ରାୟ ୨୪ ଘଣ୍ଟା ପୂରିବ । ମୋଟ ୪୫ ଘଣ୍ଟା ବିନା କୌଣସି ଆହାରରେ ମୌନବ୍ରତ ଧାରଣ କରି ଧ୍ୟାନରେ ବିତାଇବେ ମୋଦି । ଆସନ୍ତାକାଲି ଏହା ସଂପୂର୍ଣ୍ଣ ହେବ ।

Atanu Sabysachi Nayak
କୁଆଡ଼େ ଆସିଛ.. ଆମ ଗାଁ ପାଇଁ କ’ଣ କରିଛ.. ଏଯାଏଁ କେଉଁଠି ଥିଲ..?

ଅତନୁ ପ୍ରଚାର କରିବାକୁ ଆସିଥିବା ଦେଖି ଲୋକେ କହିଲେ, ଆମ ଗାଁ ପାଇଁ କ’ଣ କରିଛ? ଆଜି ଯାଏଁ କେଉଁଠି ଥିଲ? ଆଜି କାହିଁକି ଆସିଛ ? ଏମିତି ନାନା ପ୍ରଶ୍ନ ପଚାରି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାର ବିଜେଡି ବିଧାୟକ ପ୍ରାର୍ଥୀ ଅତନୁ ସବ୍ୟସାଚୀ ନାୟକଙ୍କୁ ଘେରିଗଲେ ଲୋକେ। ଲୋକଙ୍କ ପ୍ରଶ୍ନ ବାଣରେ ଘାଇଲା ହୋଇ ଡଙ୍ଗାରେ ଖସି ପଳାଇଲେ ଅତନୁ। 

Odisha Election
ପ୍ରଶାନ୍ତ ଜଗଦ୍ଦେବଙ୍କୁ ଥାନାରେ ତଳେ ବସାଇଥିଲେ, ପାଣି ବି ଦେଇନଥିଲେ: ପୀତାମ୍ବର ଆଚାର୍ଯ୍ୟ

ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ସହ ଅପରାଧୀ ଭଳି ବ୍ୟବହାର କରିଛି ପୋଲିସ୍ । ଗିରଫ ପରେ ଥାନାରେ ତଳେ ବସାଇଥିଲା, ଖାଇବାକୁ ବି ଦେଇନଥିଲା । ଏଭଳି କିଛି ସାଂଘାତିକ ଅଭିଯୋଗ କରିଛନ୍ତି ପ୍ରଶାନ୍ତ ଜଗଦ୍ଦେବଙ୍କ ଓକିଲ ପୀତାମ୍ବର ଆଚାର୍ଯ୍ୟ ।

PM Modi meditates
ଧ୍ୟାନମୁଦ୍ରାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି; ଦେଖନ୍ତୁ ଭିଡ଼ିଓ...

ତାମିଲନାଡ଼ୁ କନ୍ୟାକୁମାରୀର ପ୍ରସିଦ୍ଧ ବିବେକାନନ୍ଦ ରକ୍ ଧ୍ୟାନ ମଣ୍ଡପମ୍‌ରେ ଧ୍ୟାନରେ ବସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

BJD
ବିଜେଡି ପାଇଁ କାମ କରି ଫସିଲେଣି ଗଣ୍ଡାଗଣ୍ଡା ଅଫିସର ! ଲିଷ୍ଟରେ ଅଛି ଏଇ ବାବୁଙ୍କ ନାଁ

ବିଜେଡି ମାର୍କା ବାବୁଙ୍କ ମୁଣ୍ଡରେ ଝୁଲୁଛି ଖଣ୍ଡା ! କେତେ ବେଳେ କାହା ଉପରେ ବି ହୋଇପାରେ ଆକ୍ସନ! କୁଟ୍ଟେ ଆଉ ଆଶିଷ ସିଂଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପରେ ବିଜେଡି ହାତବାରିସୀ ବାବୁଙ୍କ ଛାତି ଧଡ଼ଧଡ଼।

Odisha CM Naveen Patnaik
ନବୀନଙ୍କ ମନ୍ତବ୍ୟ, ତେଜିଲା ରାଜନୀତି; କହିଲେ, ‘ପାଣ୍ଡିଆନ୍ ନୁହଁନ୍ତି ମୋ ଉତ୍ତରାଧିକାରୀ’...

ଅନ୍ତିମ ପର୍ଯ୍ୟାୟ ନିର୍ବାଚନର ଠିକ୍ ପୂର୍ବରୁ ANIକୁ ସାକ୍ଷାତକାର ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏ ମନ୍ତବ୍ୟକୁ ନେଇ ସରଗରମ୍ ରାଜ୍ୟ ରାଜନୀତି। 

Dharmendra Pradhan
ନବୀନଙ୍କ ରୁମ୍‌ରୁ ଟେଲିଫୋନ୍‌-ଟିଭି ତାର କାଟିଲା କିଏ ?

ANIକୁ ସାକ୍ଷାତକାରରେ ଧର୍ମେନ୍ଦ୍ର ପ୍ରଧାନଙ୍କ ବିସ୍ଫୋରକ ମନ୍ତବ୍ୟ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କଲେ ଧର୍ମେନ୍ଦ୍ର।

Tathagata Satpathy
ତଥାଗତଙ୍କ ତେର୍ଚ୍ଛା ବାଣ, କହିଲେ ବହୁତ ଡେରି ହୋଇଗଲାଣି..

ମୁଖ୍ୟମନ୍ତ୍ରୀଙ୍କ ANI ସାକ୍ଷାତକାରକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ବଢ଼ିଛି। ପାଣ୍ଡିଆନ ଆପଣଙ୍କ ଉତ୍ତରାଧିକାରୀ କି ବୋଲି ପଚରାଯାଇଥିବା ପ୍ରଶ୍ନରେ ନବୀନ ପଟ୍ଟନାୟକ କହିଛନ୍ତି, ପାଣ୍ଡିଆନ ମୋ ଉତ୍ତରାଧିକାରୀ ନୁହଁନ୍ତି। ମୋ ଉତ୍ତରାଧିକାରୀ ଲୋକ ସ୍ଥିର କରିବେ।

Ashwini Vaishnaw
ଅଶ୍ୱିନୀ ପ୍ରମାଣ ଦେଲେ, BJD ମିଛ ବିଜ୍ଞାପନ ଦେଇ ଲୋକଙ୍କୁ ଭଣ୍ଡାଉଛି !

ବିଜେଡିର ବିଜ୍ଞାପନକୁ ମିଛ ଦର୍ଶାଇ ଜବାବ ରଖିଛନ୍ତି । ‘ଏକ୍ସ’ରେ ତଥ୍ୟ ରଖି କାଉଣ୍ଟର କଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଦୁର୍ବଳ ଟେଲିକମ ସଂଯୋଗ ଅଭିଯୋଗକୁ ନେଇ ବୈଷ୍ଣବ ନିଜର ପ୍ରତିକ୍ରିୟା ରଖିଛନ୍ତି ।

Baijayant Panda
ନବୀନଙ୍କ ଉତ୍ତରାଧିକାରୀ ମନ୍ତବ୍ୟକୁ କାଉଣ୍ଟର କଲେ ବୈଜୟନ୍ତ...

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ANIକୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ନିଜର ସ୍ୱାସ୍ଥ୍ୟାବସ୍ଥା ଠିକ୍‌ ଥିବା କହିବା ସହ ପାଣ୍ଡିଆନ ତାଙ୍କ ଉତ୍ତରାଧିକାରୀ ନୁହଁନ୍ତି ବୋଲି କହିଛନ୍ତି ।

Pandian is not my Inheritance said CM Naveen Patnaik
ମୁଖ୍ୟମନ୍ତ୍ରୀଙ୍କ ବଡ଼ ବୟାନ; ପାଣ୍ଡିଆନ ଉତ୍ତରାଧିକାରୀ ନୁହଁନ୍ତି, ଲୋକେ ସ୍ଥିର କରିବେ...

ନିଜର ସ୍ୱାସ୍ଥ୍ୟାବସ୍ଥା ଠିକ୍‌ ଥିବା କହିବା ସହ ଉତ୍ତରାଧିକାରୀ ନେଇ ଦେଇଛନ୍ତି ବଡ଼ ବୟାନ। ଭି.କେ.ପାଣ୍ଡିଆନ ତାଙ୍କ ଉତ୍ତରାଧିକାରୀ ନୁହଁନ୍ତି ବୋଲି ସେ ସ୍ପଷ୍ଟ କରିଛନ୍ତି । ମୋ ଉତ୍ତରାଧିକାରୀ ଲୋକ ସ୍ଥିର କରିବେ ବୋଲି ନବୀନ କହିଛନ୍ତି।

IPS Ashish Singh
ଭୁବନେଶ୍ୱର AIIMSରେ IPS ଆଶିଷ ସିଂହ, ସ୍ୱତନ୍ତ୍ର ମେଡିକାଲ ବୋର୍ଡ କରିବେ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ

ECIଙ୍କ ନିର୍ଦ୍ଦେଶ ପରେ AIIMS ଭୁବନେଶ୍ବର ପକ୍ଷରୁ ଗଠନ ହୋଇଛି ସ୍ବତନ୍ତ୍ର ମେଡିକାଲ ବୋର୍ଡ । ଏହି ସ୍ବତନ୍ତ୍ର ମେଡିକାଲ ବୋର୍ଡ IPS ଆଶିଷ ସିଂହଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରିବ ।

2024 General Elections Phase 7
ଆଜି ପ୍ରଚାରରେ ଲାଗିବ ବ୍ରେକ୍‌; ଭୋଟରଙ୍କୁ ଆକୃଷ୍ଟ କରିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ

ପ୍ରଚାରର ଶେଷ ଦିନରେ ଓଡିଶା ଆସୁଛନ୍ତି ରାହୁଲ ଗାନ୍ଧୀ । ଭଦ୍ରକର ସିମୁଳିଆରେ ଏକ ଜନସଭାକୁ ସମ୍ବୋଧିତ କରି କଂଗ୍ରେସ ସାଂସଦ ପ୍ରାର୍ଥୀ ଓ ବିଧାୟକ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ ।

Modi's attack on BJD government
କେନ୍ଦ୍ରାପଡ଼ା ସଭାରୁ ପ୍ରଧାନମନ୍ତ୍ରୀଙ୍କ ବଡ଼ ସଂକେତ, ୬ ମାସରେ ବିଜେଡିରେ ହେବ ବଡ଼ ବିସ୍ଫୋରଣ

ଗଞ୍ଜାମ କନିଷିରୁ ଆରମ୍ଭ କରିଥିଲେ, ଆଉ ଆଜି କେନ୍ଦ୍ରାପଡ଼ାରେ ନିର୍ବାଚନୀ ପ୍ରଚାରର ମୁଣ୍ଡି ମାରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

Narendra Modi
'କାହିଁକି ବର୍ଷେ ହେଲା ନବୀନଙ୍କ ସ୍ୱାସ୍ଥ୍ୟ ବିଗିଡି ଚାଲିଛି, ନିର୍ଦ୍ଦିଷ୍ଟ ଗୋଷ୍ଠୀର ରହିଛି କି ଷଡ଼ଯନ୍ତ୍ର'

ନବୀନଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ମୋଦିଙ୍କ ବଡ଼ ବୟାନକୁ ନେଇ ହଇଚଇ । ଓଡ଼ିଶାକୁ ଚଳିତ ନିର୍ବାଚନର ଶେଷ ପ୍ରଚାରରେ ଆସି ତିନିତିନିଟି ସଭାରେ ଏହାକୁ ପ୍ରମୁଖ ପ୍ରସଙ୍ଗ କରିଛନ୍ତି ପ୍ରଧାନମନ୍ତ୍ରୀ ।

Sujata Karthikeyan
ସୁଜାତା କାର୍ତ୍ତିକେୟନଙ୍କ ନାଁରେ CECରେ ବିଜେପି ଫେରାଦ, ପାଣ୍ଡିଆନଙ୍କ ନିର୍ଦ୍ଦେଶରେ କାର୍ଯ୍ୟ କରୁଥିବା ଅଭିଯୋଗ

ଏଥିସହ ଆହୁରି ମଧ୍ୟ ଅଭିଯୋଗ କରିଛି ଯେ, ବିଜେଡି ନେତା ଭି.କେ. ପାଣ୍ଡିଆନଙ୍କ ନିର୍ଦ୍ଦେଶରେ ୩ ଜଣ ପ୍ରଶାସନିକ ଅଧିକାରୀ ଡିଏସ୍ କୁଟ୍ଟେ, ଆଶିଷ କୁମାର ସିଂ ଏବଂ ସୁଜାତା କାର୍ତ୍ତିକେୟନ କାର୍ଯ୍ୟ କରୁଛନ୍ତି ।

PM Narendra Modi
କେନ୍ଦ୍ରାପଡାରେ ବିଜେଡିକୁ ମୋଦିଙ୍କ ନିଶାନା; କହିଲେ,‘ଏଥର ବୈଜୟନ୍ତଙ୍କୁ ରେକର୍ଡ ଭୋଟରେ ବିଜୟୀ କରାନ୍ତୁ’

କେନ୍ଦ୍ରାପଡ଼ା ସଭାରେ ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ତାଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ବୈଜୟନ୍ତ ମୋ ବନ୍ଧୁ, ଜଣେ କର୍ମଠ ବ୍ୟକ୍ତି । ଏଥର ବୈଜୟନ୍ତଙ୍କୁ ରେକର୍ଡ ଭୋଟରେ ବିଜୟୀ କରାନ୍ତୁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

Narendra Modi
ରିପୋର୍ଟିଂ ବେଳେ ଅସୁସ୍ଥ ହେଲେ ସାମ୍ବାଦିକ, ନିଜ ଟିମ୍‌ର ଡାକ୍ତରୀ ସେବା ଯୋଗାଇଲେ ମୋଦି

ନିଜ ଟିମରେ ଥିବା ଡାକ୍ତରଙ୍କୁ ତୁରନ୍ତ ପଠାଇବା ସହ ଚିକିତ୍ସା କରିବା ପାଇଁ କହିଥିଲେ । ମୋଦିଙ୍କ ଏଭଳି ଉଦାରତାକୁ ଏବେ ସାରା ରାଜ୍ୟରେ ପ୍ରଶଂସା କରାଯାଉଛି ।