Advertisment

ଓଡ଼ିଶା ବିରୋଧରେ ଗର୍ଜୁଥିଲେ ମମତା, କଡ଼ା ଜବାବ ଦେଲେ ମୋହନ

ନବୀନ ସରକାରଙ୍କ ସମୟରେ ଉଭୟ ରାଜ୍ୟ ଭିତରେ ଥିଲା ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ। ନବୀନ ମମତାଙ୍କୁ ଭଉଣୀ ତୁଲ୍ୟ ସମ୍ମାନ ଦେଉଥିଲେ। ହେଲେ ସରକାର ବଦଳିବା ପରେ ସବୁକିଛି ଓଲଟ ପାଲଟ ହୋଇଯାଇଛି। ମମତାଙ୍କ ବିଜେପି ବିରୋଧି ମନୋଭାବ ପାଇଁ ଓଡ଼ିଶା ସହ ଶତ୍ରୁ ଭଳି ଅଚରଣ କରୁଛନ୍ତି।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Mohan Majhi - Mamata Banerje

Mohan Majhi - Mamata Banerje

ଆପଣଙ୍କୁ ଏ ଅଧିକାର ଦେଲା କିଏ ? ଓଡ଼ିଶା ସମ୍ପର୍କରେ ଆପଣ ଏମତି କହିପାରିଲେ କେମିତି ? ଏମିତି କେତୋଟି ପ୍ରଶ୍ନରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାଜୀଙ୍କୁ ଟାର୍ଗେଟ କରିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କହିଛନ୍ତି, ଓଡ଼ିଶା ସମ୍ପର୍କରେ ମମତାଙ୍କ ମନ୍ତବ୍ୟକୁ ଓଡିଶାବାସୀ ଆଦୌ ଗ୍ରହଣ କରିବେ ନାହିଁ। କାରଣ ଏହା ଏକ ଶାନ୍ତିପ୍ରିୟ ରାଜ୍ୟ।

Advertisment

ବାସ୍ତବ କଥାଟି ହେଉଛି ମମତାଙ୍କ ସେହି ବୟାନ୍। ଯାହା ପ୍ରମାଣିତ କରିଛି, ସେ ଆଉ ନିଜ ତୁଣ୍ଡକୁ ଆୟତ୍ତ କରିପାରୁ ନାହାନ୍ତି। ଏକ୍‌ଦମ୍ ଫଶି ଯାଇଛନ୍ତି। ହାତରୁ ଖସିବାକୁ ବସିଛି ସତ୍ତା। ଔଷଧ ବିକଳରେ ତାଟିଆ କାମୁଡିଲା ଭଳି ଯାହା ପାଉଛନ୍ତି କହୁଛନ୍ତି। ଆଉ ଏହି ମନ୍ତବ୍ୟ ପାଇଁ ସମ୍ପର୍କ ବି ତିକ୍ତ ହେବାକୁ ବସିଲାଣି। ଓଡ଼ିଶାର ଭଲ ପଡୋଶୀ ଭାବେ ଜଣାଶୁଣା ଥିବା ପଶ୍ଚିମବଙ୍ଗ, ଏବେ ଆଭ୍ୟନ୍ତରୀଣ ଅସ୍ଥିରତା ଭିତର ଦେଇ ଗତି କରୁଛି। ଆଉ ଏଭଳି ସମୟରେ ମମତାଙ୍କ ମନ୍ତବ୍ୟ ତାଙ୍କୁ ଅଡୁଆରେ ପକାଇଛି। 

ନବୀନ ସରକାରଙ୍କ ସମୟରେ ଉଭୟ ରାଜ୍ୟ ଭିତରେ ଥିଲା ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ। ନବୀନ ମମତାଙ୍କୁ ଭଉଣୀ ତୁଲ୍ୟ ସମ୍ମାନ ଦେଉଥିଲେ। ହେଲେ ସରକାର ବଦଳିବା ପରେ ସବୁକିଛି ଓଲଟ ପାଲଟ ହୋଇଯାଇଛି। ମମତାଙ୍କ ବିଜେପି ବିରୋଧି ମନୋଭାବ ପାଇଁ ଓଡ଼ିଶା ସହ ଶତ୍ରୁବତ୍ ଅଚରଣ କରୁଛନ୍ତି।  

Advertisment

କୋଲକାତାର ଆର.ଜି.କର ମେଡିକାଲ କଲେଜରେ ଜଣେ ଟ୍ରେନି ମହିଳା ଡାକ୍ତର ଦୁଷ୍ମର୍ମ ଘଟଣାରେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବଦଳରେ ଦିଦି ଏବେ ରାଜନୀତି କରୁଛନ୍ତି। ସ୍ଥିତିକୁ ଆୟତ୍ତ କରିବା ବଦଳରେ ସେ ପଡୋଶୀ ରାଜ୍ୟମାନଙ୍କୁ କଟାକ୍ଷ କରିଛନ୍ତି। କହିଛନ୍ତି, ଯଦି ବଙ୍ଗଳା ଜଳିବ, ତା ହେଲେ ଆସାମ, ବିହାର, ଝାଡ଼ଖଣ୍ଡ, ଓଡ଼ିଶା ଓ ଦିଲ୍ଲୀ ବି ଜଳିବ। ଯାହାକୁ ନେଇ ତାଙ୍କ ରାଜନୀତି ସ୍ପଷ୍ଟ ଜଣାପଡିଛି।

ଏହି ବୟାନକୁ ଗୁରୁତର ଭାବେ ଗ୍ରହଣ କରିଛି ଓଡ଼ିଶା। ନିଜେ ମୁଖ୍ୟମନ୍ତ୍ରୀ ମୋହନ ଏହାର ଜବାବ ରଖି କହିଛନ୍ତି, ‘ଓଡ଼ିଶା ଏକ ଶାନ୍ତିପ୍ରିୟ ରାଜ୍ୟ। ଓଡ଼ିଶାବାସୀ ଦାୟିତ୍ୱବାନ ଓ ସଚେତନ। ଆପଣଙ୍କ ଏଭଳି ଦାୟିତ୍ୱହୀନ ମନ୍ତବ୍ୟ ପାଇଁ ଓଡ଼ିଶାବାସୀ ଆଦୌ କ୍ଷମା ଦେବେନାହିଁ। ପ୍ରତିଶୋଧ ପରାୟଣ ହୋଇ ଆପଣ ଯେଉଁ ମନ୍ତବ୍ୟ ରଖୁଛନ୍ତି ତାହା ଦେଶ ପାଇଁ ବିପଦଜନକ।’

ଓଡ଼ିଶା ଆଉ ପଡିଶା ପଶ୍ଚିମବଙ୍ଗ ବିବାଦର ଏହା କେବଳ ଗୋଟିଏ ନମୂନା ନୁହେଁ। ପୂର୍ବରୁ ଆଳୁ ସଙ୍କଟ ବେଳେ ବି ଏହି ତିକ୍ତତା ସାମ୍ନାକୁ ଆସିଥିଲା। ପଶ୍ଚିମବଙ୍ଗରୁ ଓଡ଼ିଶା ଆସୁଥିବା ଆଳୁ ବୋଝେଇ ଗାଡିକୁ ସୀମାରେ ଅଟକ ରଖାଯାଇଥିଲା। ଯାହାକୁ ନେଇ ଉଭୟ ରାଜ୍ୟ ଭିତରେ ତିକ୍ତତା ବୃଦ୍ଧି ପାଇଥିଲା। ପଶ୍ଚିମବଙ୍ଗର ଆଳୁ ବ୍ୟବସାୟୀ କ୍ଷତି ସହିଥିବା ବେଳେ ଓଡ଼ିଶାରେ ଆଳୁ ଦର ୫୦ ଡେଇଁଥିଲା। କ୍ଷତି ସହିଥିଲେ ମମତା। ତାଙ୍କ ଛବି ମଳିନ ପଡ଼ିଥିଲା। ନିଜ ରାଜ୍ୟର ଆଳୁ ବ୍ୟବସାୟୀଙ୍କ ଅକ୍ରୋଶର ମଧ୍ୟ ଶିକାର ହେବାକୁ ପଡିଲା।  

ଏହାରି ଭିତରେ ବାଂଲାଦେଶୀ ଅନୁପ୍ରବେଶକାରୀମାନେ ପଶ୍ଚିମବଙ୍ଗ ବାଟ ଦେଇ ଓଡ଼ିଶା ଆସୁଥିବା ବେଳେ ମମତା ଛନ୍ଦି ହୋଇଥିଲେ ନୂଆ ଅଡୁଆରେ। ଏହି ଅନୁପ୍ରବେଶକାରୀଙ୍କ ଲାଗି ପଶ୍ଚିମବଙ୍ଗର ବାସିନ୍ଦା ମଧ୍ୟ ଓଡ଼ିଶା ଆସିବା ବେଳେ ସନ୍ଦେହର ଶିକାର ହେଉଥିଲେ। ଅନେକ ସ୍ଥାନରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ପଶ୍ଚିମବଙ୍କ ଲୋକଙ୍କୁ ଓଡ଼ିଶା ଲୋକେ ସନ୍ଦେହରେ ମାରପିଟ୍ କରୁଥିବାରୁ ଏହାର ନିନ୍ଦା କରିଥିଲେ ମମତା। ଏଥିପାଇଁ ମଧ୍ୟ ଦିଦି ଓ ମୋହନ ମାଝୀ ମୁହାଁମୁହିଁ ହୋଇଥିଲେ।

ହେଲେ ଏହି ନୂଆ ବିବୃତ୍ତି ପରେ ପ୍ରତ୍ୟକ୍ଷରେ ଓଡ଼ଶା-ପଶ୍ଚିମବଙ୍ଗ ବିବାଦ ସ୍ପଷ୍ଟ ହୋଇଛି। ମମତା-ମୋହନ ମୁହାଁମୁହିଁ ହୋଇଛନ୍ତି।  ତଥାପି କଥା ବୁଲାଇବାକୁ ପଛାଉ ନାହାନ୍ତି ଦିଦି। କିନ୍ତୁ କଥା ବୁଲାଇଥିଲେ ବି ଧରାପଡିଛନ୍ତି। ଆନ୍ଦୋଳନରତ ଡାକ୍ତରୀ ଛାତ୍ରଙ୍କୁ ଏଥିରୁ ବିରତ ରହିବାକୁ ମମତା କୁହନ୍ତି। ପାଟିରୁ ପୁଣି ଖସିପଡେ ଆଉ ଗୋଟାଏ ଅଡୁଆ ଶବ୍ଦ। ଗୋଟିଏ ଏଫ୍ଆଇଆର୍ ତୁମ ଭବିଷ୍ୟତକୁ ନଷ୍ଟ କରିଦେବ।

ଖୋଲାଖୋଲି ଭାବେ ଏ କଥାଟି ଡାକ୍ତରୀ ଛାତ୍ରମାନଙ୍କୁ ଧମକାଇଲା ଭଳି କୁହାଯାଉଥିବା ବେଳେ ମମତା କଥା ବାଁରେଇଛନ୍ତି। କହିଛନ୍ତି ‘ମୁଁ ଭାଜପା ବିରୋଧରେ କହିଛି। ମୁଁ ତାଙ୍କ ବିରୋଧରେ କହିବାର କାରଣ, ଦଳ କେନ୍ଦ୍ର ସରକାରଙ୍କ ସହାୟତାରେ ଆମ ରାଜ୍ୟରେ ଗଣତନ୍ତ୍ର ପ୍ରତି ବିପଦ ସୃଷ୍ଟି କରୁଛନ୍ତି। ସେମାନେ ରାଜ୍ୟରେ ଅରାଜକତା ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି। ମୁଁ ତାଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିଛି।

BJD BJP Congress Odisha Politics
Advertisment
Advertisment