New Excise Policy
ଆସିଲା ନୂଆ ଅବକାରୀ ନୀତି । ବନ୍ଦ ହେଲା ଡାନ୍ସ ବାର୍, ଖୋଲିବନି ନୂଆ ମଦ ଦୋକାନ । ଗ୍ରାମାଞ୍ଚଳରେ ବାର୍କୁ ମିଳିବନି ଅନୁମତି । କେବଳ ଥ୍ରୀ-ଷ୍ଟାରରୁ ଅଧିକ ହୋଟେଲ୍କୁ ବାର୍ ଅନୁମତି ମିଳିବ । ବାର୍ରେ ନାଚ ଉପରେ ରୋକ୍ ଲାଗିଥିବା ବେଳେ ମହିଳାମାନେ କିନ୍ତୁ ଗୀତ ପରିବେଷଣ କରିପାରିବେ । ସବୁଠୁ ବଡ଼ କଥା ହେଲା ପ୍ରଥମ ଥର ପାଇଁ ନିଶା ବିରୋଧୀ ସଚେତନତା ପାଇଁ ୧୦୦ କୋଟି ଟଙ୍କାର ପାଣ୍ଠି ଗଠନ କରାଯାଇଛି । ଗାଁରୁ ଆରମ୍ଭ କରି ସହରାଞ୍ଚଳ ଯାଏ ସବୁଠି ନିଶା ବିରୋଧୀ ସଚେତନତା କାର୍ଯ୍ୟକ୍ରମ କରାଯିବ। ଏଥିପାଇଁ ପାଣ୍ଠିରୁ ଅର୍ଥ ଖର୍ଚ୍ଚ କରାଯିବ । ସେହିପରି ଭାଙ୍ଗ, ତାଡ଼ି ଓ ପୋଚ ପାଇଁ ବି ନିୟମ କଡାକଡି କରାଯାଇଛି । ବିନା ଅନୁମତିରେ ବିକ୍ରି କଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)