/odishatv-khabar/media/post_attachments/uploadimage/library/16_9/16_9_0/BJP_1725372025.jpg)
BJP
ଆରମ୍ଭ ହେଲା ବିଜେପିର ସଦସ୍ୟତା ଅଭିଯାନ । ରାଜ୍ୟରେ ୧ କୋଟି ସଦସ୍ୟ ସଂଗ୍ରହ ପାଇଁ କର୍ମକର୍ତ୍ତାଙ୍କୁ ଅହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଜି ରାଜ୍ୟ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସମେତ ବହୁ ନେତା ସଦସ୍ୟତା ଗ୍ରହଣ କରିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଗକୁ ସଦସ୍ୟ ସଂଗ୍ରହ ଅଭିଯାନ ଆହୁରି ବଢ଼ିବ। ଆଗାମୀ ୫ ବର୍ଷରେ ନୂଆ ଓଡ଼ିଶା ଓ ସମୃଦ୍ଧ ଓଡ଼ିଶା ଗଠନ କରାଯିବ। ମୋଦିଙ୍କ ପୂର୍ବୋଦୟ ଲକ୍ଷ୍ୟ ଓଡ଼ିଶାରୁ ହିଁ ଆରମ୍ଭ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ବିଜେପିର ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ କାର୍ଯ୍ୟକର୍ତ୍ତାଙ୍କୁ ଟାସ୍କ ଦେଇଛନ୍ତି ପ୍ରଭାରୀ ବିଜୟପାଲ ସିଂ ତୋମାର । ରେଲେୱେ ଷ୍ଟେସନ, ବସ ଷ୍ଟାଣ୍ଡ, କଲେଜ ବାହାରେ ସଦସ୍ୟତା ଅଭିଯାନ କରିବା ସହ ପ୍ରତି ବୁଥରେ ୪ ଶହ ସଦସ୍ୟ କରିବାକୁ ଟାର୍ଗେଟ ଦିଆଯାଇଛି ।
ରାଜ୍ୟ ସରକାରରେ ଏକ ବର୍ଷର ଉପଲବ୍ଧି ୧୦୦ ଦିନ ପୂର୍ବରୁ ହୋଇଛି। ଏହି ସବୁ କଥା ଲୋକଙ୍କ ପାଖରେ ପହଞ୍ଚାଇ ୪୫ ଦିନରେ ଭିତରେ ଟାର୍ଗେଟ ହାସଲ କରି ରେକର୍ଡ କରି ଦେଖେଇବାକୁ ସେ ଆହ୍ବାନ ଦେଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)