Advertisment

ବିଧାନସଭାରେ ଭାଇକୁ ଭାଇର ପ୍ରଶ୍ନ, କନକବର୍ଦ୍ଧନ ସିଂହଦେଓଙ୍କୁ ପ୍ରଶ୍ନ କଲେ କଳିକେଶ ସିଂହଦେଓ

ବିଧାନସଭାରେ ଭାଇ-ଭାଇଙ୍କ ପ୍ରଶ୍ନୋତ୍ତର । ବିଧାନସଭାରେ ପ୍ରଶ୍ନ କଲେ ସାନ ଭାଇ କଳିକେଶ ସିଂହଦେଓ । ଉତ୍ତର ରଖିଲେ ବଡ଼ ଭାଇ ତଥା ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ । ବିଦ୍ୟୁତ ଶକ୍ତି ଉତ୍ପାଦନ ସମ୍ପର୍କିତ ପ୍ରଶ୍ନ କଲେ କଳିକେଶ ।

author-image
Pallipuspa Samal
ଅଦ୍ୟତନ ହୋଇଛି
Kalikesh Questions

Kalikesh Questions

ଭାଇକୁ ଭାଇର ପ୍ରଶ୍ନ। ବିଧାନସଭାରେ ପ୍ରଶ୍ନ କଲେ ସାନ ଭାଇ କଳିକେଶ ସିଂହଦେଓ, ଉତ୍ତର ରଖିଲେ ବଡ଼ ଭାଇ ତଥା ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ। କଳିକେଶଙ୍କ ପ୍ରଶ୍ନ ଥିଲା, କେନ୍ଦ୍ର ସରକାର ୨ ହଜାର ୩୦ ମସିହା ସୁଦ୍ଧା ପବନ କଳରୁ ୪୩.୩୩ ମେଗାୱାଟ ବିଦ୍ୟୁତ ଶକ୍ତି ଉତ୍ପାଦନର ଲକ୍ଷ୍ୟ ରଖିଛନ୍ତି। ୨୦୨୨-୨୩ ରେ ୧୧.୫ ମେଗାୱାଟ ଉତ୍ପାଦନ ହେଉଥିଲା।

Advertisment

ବିଧାନସଭାରେ ଭାଇ-ଭାଇଙ୍କ ପ୍ରଶ୍ନୋତ୍ତର । କେନ୍ଦ୍ର ସରକାରଙ୍କ ଲକ୍ଷ୍ୟକୁ କେମିତି ପୂରଣ କରିବେ ବୋଲି କଳିକେଶଙ୍କ ପ୍ରଶ୍ନର ଉତ୍ତର ରଖି କେଭି କହିଥିଲେ, ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟ ପୂରଣ ପାଇଁ ସମସ୍ତ ଯୋଜନା କରାଯାଉଛି। ୩୯୨.୮ ମେଗାୱାଟ୍ ବିଦ୍ୟୁତ ଶକ୍ତି ଉତ୍ପାଦନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଭାଇ-ଭାଇ ଭିତରେ ପ୍ରଶ୍ନ ଉତ୍ତର ଯୋଗୁଁ କିଛି ସମୟ ପାଇଁ ଗୃହରେ ହସର ମାହୋଲ ଦେଖିବାକୁ ମିଳିଥିଲା ।

କନକ ବର୍ଦ୍ଧନ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ର ରାଜା ତଥା ବିଧାୟକ ହୋଇଥିବା ବେଳେ ତାଙ୍କ କାକା ହେଉଛନ୍ତି ଅନଙ୍ଗ ଉଦୟ ସିଂହଦେଓ। ଆଉ ଅନଙ୍ଗଙ୍କ ପୁଅ ହେଉଛନ୍ତି କଳିକେଶ। ସମ୍ପର୍କରେ କଳିକେଶ ହେଉଛନ୍ତି କନକ ବର୍ଦ୍ଧନଙ୍କ କକା ପୁଅ ଭାଇ।

Advertisment

Odisha Assembly
Advertisment
Advertisment