• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଶନିବାର ଦଳରୁ ନିଲମ୍ବନ ହେଲେ, ହେଲେ ସୋମବାର ପାର୍ଟି କାର୍ଯ୍ୟକ୍ରମରେ ଅତିଥି ଭାବେ ମଞ୍ଚରେ ବସିଲେ । ପୁଣି ଖୋଦ୍ ସାଂସଦ ଓ ବିଧାୟକଙ୍କ ଉପସ୍ଥିତିରେ ନିଲମ୍ବିତ ନେତାମାନେ ମଞ୍ଚରେ ବସି ନିଜର ଅଭିଭାଷଣ ରଖିଥିଲେ । ଏମିତି ଦେଖିବାକୁ ମିଳିଛି ସୋମବାର ଖୋର୍ଦ୍ଧାରେ ଆୟୋଜିତ ବିଜେପିର ସଦସ୍ୟତା ଗ୍ରହଣ ଅଭିଯାନ କାର୍ଯ୍ୟକ୍ରମରେ ।

ଏହି କାର୍ଯ୍ୟକ୍ରମରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବଂ ଖୋର୍ଦ୍ଧାର ବିଧାୟକ ପ୍ରଶାନ୍ତ ଜଗଦେବ ଅତିଥି ଭାବେ ଯୋଗ ଦେଇଥିଲେ । ତେବେ ନିକଟରେ ବିଜେପିରୁ ନିଲମ୍ବିତ ୨ ନେତା ଖୋର୍ଦ୍ଧା ବିଜେପିର ପୂର୍ବତନ ଜିଲ୍ଲା ସଭାପତି ନିକୁଞ୍ଜ ପଟ୍ଟନାୟକ, ସଂପାଦକ ବିଦ୍ୟୁତ କାଣ୍ଡି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଏହି ଦୁଇ ନେତାଙ୍କ ସମେତ ୫ ଜଣଙ୍କୁ ବାଳକାଟି ବୈଠକରେ ବିଶୃଙ୍ଖଳା ଅଭିଯୋଗରେ ଦଳରୁ ନିଲମ୍ବିତ କରାଯାଇଛି ।

ସେପଟେ ବୈଠକରେ ବିଜେପି ଜିଲ୍ଲା ସଭାପତି ରଶ୍ମିରଞ୍ଜନ ମହାପାତ୍ର ଅନୁପସ୍ଥିତ ଥିଲେ । ସେ କହିଛନ୍ତି, ଖୋର୍ଦ୍ଧାର ବିଧାୟକ ତାଙ୍କୁ ଡାକିଥିଲେ । ତେବେ ଉକ୍ତ ସଭାରେ ନିଲମ୍ବିତ ନେତାମାନେ ଉପସ୍ଥିତ ରହିଥିବା ଖବର ପାଇବା ପରେ ସେ ଯାଇନଥିଲେ । ଦଳୀୟ କାର୍ଯ୍ୟାନୁଷ୍ଠାନ ପରେ ସମ୍ପୃକ୍ତ ବ୍ୟକ୍ତିମାନେ ଦଳୀୟ କାର୍ଯ୍ୟକ୍ରମରୁ ଦୂରେଇ ରହିବା ଉଚିତ ବୋଲି କହିବା ସହିତ ରାଜ୍ୟ ସଙ୍ଗଠନ ସମସ୍ତ ବିଷୟରେ ଅବଗତ ଅଛନ୍ତି ବୋଲି କହିଛନ୍ତି ବିଜେପି ଜିଲ୍ଲା ସଭାପତି ରଶ୍ମିରଞ୍ଜନ ମହାପାତ୍ର । ଏନେଇ ଦୁଇ ନିଲମ୍ବିତ ସଦସ୍ୟ କିମ୍ବା ବିଧାୟକ ଓ ସାଂସଦଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

 

OTV is now on Whatsapp

Join and get latest news update delivered to you via whatsapp

Join Now