/odishatv-khabar/media/post_attachments/uploadimage/library/16_9/16_9_0/IMAGE_1724898103.jpg)
'Burn' Remark
ଅଭୟା ଘଟଣାର ପ୍ରତିବାଦ ପ୍ରସଙ୍ଗରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମନ୍ତବ୍ୟକୁ ନେଇ ବଢୁଛି ଚାରିଆଡୁ ସମାଲୋଚନାର ସ୍ବର। ଓଡ଼ିଶା ସମ୍ପର୍କରେ ଦିଦିଙ୍କ ମନ୍ତବ୍ୟକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନାପସନ୍ଦ । ଓଡ଼ିଶା ସଂପର୍କରେ ଏଭଳି ଆପତ୍ତିଜନକ ଟିପ୍ପଣୀ ଦେବା ଲାଗି ଆପଣଙ୍କୁ ଏ ଅଧିକାର ଦେଲା କିଏ ବୋଲି ମମତାଙ୍କୁ ପ୍ରଶ୍ନ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ଓଡ଼ିଶା ଏକ ଶାନ୍ତିପ୍ରିୟ ରାଜ୍ୟ, ଓଡିଶାବାସୀ ଦାୟିତ୍ବବାନ ଓ ସଚେତନ । ତେଣୁ ଆପଣଙ୍କର ଏହି ବିଦ୍ବେଷ ଭାବ, ନକରାତ୍ମକ ମନ୍ତବ୍ୟ ସମ୍ବେଦନହୀନ। ଆମ ଓଡ଼ିଶାବାସୀ ଏହାକୁ କେବେ ଗ୍ରହଣ କରିବେ ନାହିଁ’ । ଅପରାଧର ଶିକାର ଝିଅକୁ ନ୍ୟାୟ ନେଦେଇ ପ୍ରତିଶୋଧ ପରାୟଣ ହେଉଛନ୍ତି ମମତା । ଯେଉଁ ମନ୍ତବ୍ୟ ଦେଉଛନ୍ତି ଦେଶ ପାଇଁ ବିପଦଜନକ ବୋଲି ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ଅଧିକ ପଢ଼ନ୍ତୁ: ଭୁଶୁଡୁଛି ଗଡ଼, ଆସନ ଟଳମଳ!! ତୀବ୍ର ହେଉଛି ସରକାର ବିରୋଧୀ ସ୍ୱର, ଛାନିଆ ପଶ୍ଚିମବଙ୍ଗ ସରକାର
ସେପଟେ ମମତା ବାନାର୍ଜୀଙ୍କ ମନ୍ତବ୍ୟକୁ ଆସାମ ଓ ମଣିପୁର ମୁଖ୍ୟମନ୍ତ୍ରୀ ମଧ୍ୟ ନାପସନ୍ଦ କରିଛନ୍ତି । ସୋସିଆଲ ମିଡିଆ ‘ଏକ୍ସ’ରେ କଡ଼ା ସମାଲୋଚନା କରିଛନ୍ତି ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ । ଧମକ ଦେବାକୁ କିଏ ସାହସ ଦେଲା ବୋଲି ମମତାଙ୍କୁ ପଚାରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ।
ସେହିପରି ଉତ୍ତରପୂର୍ବାଞ୍ଚଳ ପ୍ରତି ମନ୍ତବ୍ୟ ପାଇଁ କ୍ଷମା ମାଗନ୍ତୁ ବୋଲି ଦିଦିଙ୍କୁ କହିଛନ୍ତି ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବିରେନ ସିଂ । ରାଜନେତା ହୋଇ ପବ୍ଲିକ ପ୍ଲାଟଫର୍ମରେ ହିଂସା କଥା କହିବା ନିନ୍ଦନୀୟ ବୋଲି ସେ ଉଲ୍ଲେଖ କରିଛନ୍ତି। ସେହିପରି ମମତା ବାନାର୍ଜୀଙ୍କ ମନ୍ତବ୍ୟକୁ ନେଇ କେନ୍ଦ୍ରାପଡା ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ନିନ୍ଦା କରିଛନ୍ତି । ଓଡ଼ିଶା ଶାନ୍ତିପ୍ରିୟ ରାଜ୍ୟ, ଏପରି ଘୃଣାଭାବ ପ୍ରଚାରକୁ ଲୋକେ ପ୍ରଶୟ ଦେବେନି । ଆମ ସମାଜରେ ଏପରି ଚିନ୍ତାଧାରାର କୌଣସି ସ୍ଥାନ ନାହିଁ ବୋଲି ବୈଜୟନ୍ତ ଉଲ୍ଲେଖ କରିଛନ୍ତି ।
କ’ଣ କହିଥିଲେ ମମତା ବାନାର୍ଜୀ ?
କେହି କେହି ମନେ କରୁଛନ୍ତି ଏଟା ବାଂଲାଦେଶ । କିନ୍ତୁ ଭାରତ ଓ ବାଂଲାଦେଶ ଅଲଗା ଅଲଗା ରାଷ୍ଟ୍ର। ଆପଣଙ୍କ ପାର୍ଟି ବେଙ୍ଗଲରେ ନିଆଁ ଲଗାଉଛି। କିନ୍ତୁ ମନେରଖିବେ ଯଦି ବେଙ୍ଗଲ ଜଳିବ, ତାହେଲେ ଆସାମ, ନର୍ଥଇଷ୍ଟ, ଉତ୍ତରପ୍ରଦେଶ, ବିହାର, ଝାଡଖଣ୍ଡ, ଓଡ଼ିଶା, ଦିଲ୍ଲୀ ମଧ୍ୟ ଜଳିବ । ଆପଣଙ୍କ ଚେୟାର ଟଳମଳ କରିଦେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଏଭଳି ମନ୍ତବ୍ୟକୁ ନେଇ ତୀବ୍ର ହୋଇଛି ପ୍ରତିବାଦର ସ୍ବର ।
ଅଧିକ ପଢ଼ନ୍ତୁ: ବହୁତ ହୋଇଗଲା ମହିଳାଙ୍କ ପ୍ରତି ହିଂସା..କୋଲକାତା ଲଜ୍ଜାକୁ ଭୟାନକ କହିଲେ ରାଷ୍ଟ୍ରପତି
दीदी, आपकी हिम्मत कैसे हुई असम को धमकाने की? हमें लाल आंखें मत दिखाइए। आपकी असफलता की राजनीति से भारत को जलाने की कोशिश भी मत कीजिए। आपको विभाजनकारी भाषा बोलना शोभा नहीं देता।
দিদি, আপনার এতো সাহস কীভাবে হলো যে আপনি অসমকে ধমকি দিচ্ছেন? আমাদের রক্তচক্ষু দেখাবেন না। আপনার অসফলতার… pic.twitter.com/k194lajS8s
— Himanta Biswa Sarma (@himantabiswa) August 28, 2024
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)