ପଂଚାୟତ ନିର୍ବାଚନି ପ୍ରଚାର ପାଇଁ ଭୋଟ ମାଗୁବାକୁ ଯାଇଥିଲେ ପ୍ରାର୍ଥୀ। କରୋନା ସମୟରେ ଯୋଦ୍ଧା ସାଜି ଲୋକଙ୍କର ବଂଚାଇଥିଲେ ଜୀବନ...ପାଖରେ ପ୍ରିୟ ନେତ୍ରୀଙ୍କୁ ପାଇ ହୁଳହୁଳି ଦେଲେ ହଳଦୀ ପାଣିରେ ଗୋଡ ଧୋଇଦେଲେ ଭୋଟର, ଦେଖନ୍ତୁ ଏହି ନିଆରା ଦୃଶ୍ୟ…
ଲିଙ୍ଗରାଜଙ୍କ ଜମି କିଣାବିକାକୁ ନେଇ ତେଜିଲା ରାଜନୀତି I ଭୁବନେଶ୍ୱରସ୍ଥିତ ବିବାଦୀୟ ଜମିରେ ବିଜେପିର ବିକ୍ଷୋଭ ପ୍ରଦର୍ଶନ I ରାଜ୍ୟ ସରକାର ଓ ମନ୍ତ୍ରୀ ଅଶୋକ ପଣ୍ଡାଙ୍କୁ ବିଜେପିର ନିଶାନା ଜମି ମାଲିକ କହିଲେ କିଛି ବେନିୟମ କାମ ହୋଇନି
ଜମିର ମାଲିକ କିରୁଥିକା ପ୍ରଭାକରନଙ୍କୁ ଓ଼ଟିଭି ପକ୍ଷରୁ ଯୋଗାଯୋଗ କରାଯାଇଥିଲା। ଜାଣନ୍ତୁ ସେ କଣ କହିଲେ
ରାଜନୀତି ଏମିତି ଏକ ନିଶା, ଯେଉଁଠି ଦେଖାଯାଏନି ବୟସର ତାରତମ୍ୟ । ଜୀବନର ଅପରାହ୍ନରେ ପହଞ୍ଚି ବି ଅନେକ ମଣିଷ କେମିତି ରାଜନୀତି ମାଧ୍ୟମରେ ଜନସେବା କରିବାକୁ ପ୍ରବଳ ଆଗ୍ରହୀ, ତାର ଚିତ୍ର ଆସିଛି ପଞ୍ଚାୟତ ନିର୍ବାଚନ ମଇଦାନରୁ । ସେମିତି ଜଣେ ବ୍ୟକ୍ତିତ୍ୱଙ୍କୁ ଆମ ଟିମ୍ ଭେଟିଛି । ବୟସ ଖୁବ୍ ଅଧିକ, ହେଲେ ବୟସ ଆଗରେ ଲୋକଙ୍କ ସବେ କରିବା ମନବୃତ୍ତି ହାର ମାନିନି ।
ନିର୍ବାଚନ ମଇଦାନରେ ସେହି ମହାଶୟଙ୍କ ଜୋଶ୍ ଦେଖିଲେ ଠିକ୍ ଅନୁମାନ କରିହେଉଛି, ଯେମିତି ବୟସ ୟାଙ୍କ ପାଖେ ହାର ମାନିଛି । ଉଭୟ ଚାଲି ଓ ବୋଲି ଦୁଇଟି ଯାକରେ ପାରଙ୍ଗମ ।
ସର୍ବାଧିକ ୧ ହଜାର ଲୋକଙ୍କୁ ନେଇ ହୋଇପାରିବ ନିର୍ବାଚନୀ ସଭା । ସର୍ବାଧିକ ୫ ଶହ ଲୋକଙ୍କୁ ନେଇ ହୋଇପାରିବ ଇଣ୍ଡୋର ସଭା । ୨୦ ଜଣଙ୍କୁ ନେଇ କରାଯାଇ ପାରିବ ଘରକୁ ଘର ବୁଲି ପ୍ରଚାର ।
ପୌରସଂସ୍ଥା ଅଧ୍ୟକ୍ଷ ପଦ ପାଇଁ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି। ୧୦୭ଟି ପୌରସଂସ୍ଥାର ଅଧ୍ୟକ୍ଷ ପଦ ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ବିଜ୍ଞପ୍ତି ପ୍ରକାଶ ପାଇଛି।
ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ବିଜେପି-ବିଜେଡି ମୁହାଁମୁହିଁ ହୋଇଛନ୍ତି। ପିଏମ୍ ଆବାସ ଯୋଜନାରେ ରାଜ୍ୟକୁ କେନ୍ଦ୍ର ଅବହେଳା ନେଇ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଅଭିଯୋଗ ଆଣିଛନ୍ତି।
ନିମୟ ଭାଙ୍ଗିଲେ ନେତା । ପ୍ରଚାର ସମୟରେ କରୋନା କଟକଣାର ଧଜିଆ ଉଡ଼ାଇଲେ ଶାସକ ଦଳ ବିଧାୟକ ।
ଭୋଟ୍ ପାଇଁ କିଛି ପ୍ରାର୍ଥୀ ଭୋଟରଙ୍କୁ ବିଭିନ୍ନ ପ୍ରକାରର ପ୍ରଲୋଭିତ ଜିନିଷ ଦେବାସହ ଟଙ୍କା ବାଣ୍ଟୁ ଥିବା ମଧ୍ୟ ନଜର ଆସିଛି। ଜଣେ ସରପଞ୍ଚ ପ୍ରାର୍ଥୀ ନିୟମ ଭାଙ୍ଗି ଭୋଟରଙ୍କୁ ଖୁଲମଖୁଲ୍ଲା ଟଙ୍କା ବାଣ୍ଟୁଥିବା ନଜର ଆସିଛି।
ତୃଣମୂଳସ୍ତରର ପଲିଟିକ୍ସରେ ଖାଲି କୋଟିପତି ପ୍ରାର୍ଥୀ ନାହାନ୍ତି, ଗ୍ଲାମର ଗାର୍ଲ ବି ଭାଗ୍ୟ ପରୀକ୍ଷା କରୁଛନ୍ତି।
ବିଜେଡି ଶାସନରେ ଥିବାରୁ ଦଳରେ ଅଧିକ ଆଶାୟୀ, ତେଣୁ ବିଜେଡିରେ ବିଦ୍ରୋହୀ ପ୍ରାର୍ଥୀ ଅଧିକ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।
ମୋର ଚିହ୍ନ ମାଛ ଚିହ୍ନ ହୋଇଥିବାରୁ ହାତରେ ମାଛ ଧରି ଲୋକଙ୍କୁ ଭୋଟ୍ ଭିକ୍ଷା କରୁଛି।
ହେଲେ ଗଙ୍ଗାଧରଙ୍କ ୮ଟି ସନ୍ତାନ ଥିବାରୁ ସେ କିଭଳି ଯୋଗ୍ୟ ପ୍ରାର୍ଥୀ ହେଲେ ତାକୁ ନେଇ ଉଠୁଛି ପ୍ରଶ୍ନ।
ପଞ୍ଚାୟତ ନିର୍ବାଚନରେ ମଡେଲ। ଗାଁ ରାଜନୀତିରେ ଏବେ ଗ୍ଲାମର ପ୍ରାର୍ଥୀ। ସରପଞ୍ଚ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି ମଡେଲ ପ୍ରିୟଙ୍କା ନନ୍ଦ। ଜଣେ ପ୍ରଫେସନାଲ ମଡେଲ୍ ଗାଁ ରାଜନୀତିକୁ ଓହ୍ଲାଇବା ନେଇ ଏବେ ବେଶ ଚର୍ଚ୍ଚା ଜୋର ଧରିଛି।
ବୃଦ୍ଧ ଜଣକ ସେମାନଙ୍କ ହାତରୁ କିଛି ଟଙ୍କା ଧରିଥିବା ମଧ୍ୟ ଭିଡିଓରେ ଦେଖିବାକୁ ମିଳୁଛି । ଏହି ଭିଡିଓ ଏବେ ଭାଇରାଲ ହେଉଥିବା ବେଳେ ସେପଟେ ଟଙ୍କା ବଣ୍ଟା ଘଟଣାକୁ ଅସ୍ୱୀକାର କରିବା ସହ ସେମିତି କିଛି ହୋଇନଥିବା ସଂପୃକ୍ତ ଜିଲ୍ଲା ପରିଷଦ ପ୍ରାର୍ଥୀ କହିଛନ୍ତି ।
ପ୍ରାର୍ଥୀମାନେ ହାତ ଗଣତି ସମର୍ଥକଙ୍କୁ ଧରି ଘର ଘର ବୁଲି ପ୍ରଚାର କରୁଛନ୍ତି । କିନ୍ତୁ ପ୍ରାର୍ଥୀଙ୍କ ବେକରେ ଫୁଲମାଳ ନାହିଁ କି କୌଣସି କାନ୍ଥ ବାଡ଼ରେ ଲାଗିନି ପୋଷ୍ଟର ।
ପ୍ରଚାର ସମୟରେ ଆସି ଚୋର ମାରିନେଲେ ମୋବାଇଲ୍ । ଶାହାଜାହାନପୁରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ କ୍ୟାମ୍ପେନ୍ ସମୟରେ ଏପରି ହୋଇଛି ।
ଏଥର ନିର୍ବାଚନରେ ଖାଲି ନେତାଙ୍କ ପୁଅ-ଝିଅ କି ପତ୍ନୀ ମଇଦାନକୁ ଓହ୍ଲାଇଛନ୍ତି। ତା ନୁହେଁ ପଞ୍ଚାୟତ ମଇଦାନରେ ରୋଚକ ଫାମିଲି ଫାଇଟ୍ ବି ଦେଖିବାକୁ ମିଳିଛି।
ଚିଲିକା ନିର୍ବାଚନ ମଂଡଳୀ ଚିଲିକା ବ୍ଲକର ଡୁଙ୍ଗମାଳ ପଞ୍ଚାୟତରେ ଦୁଇଭାଇ ଓହ୍ଲାଇଛନ୍ତି ନିର୍ବାଚନ ରଣାଙ୍ଗନକୁ । ଦୁଇଜଣଙ୍କ ମଧ୍ୟରେ ଆରମ୍ଭ ହୋଇଛି ଜୋରଦାର ଫାଇଟ୍ । ଉଭୟେ ସରପଞ୍ଚ ପ୍ରାର୍ଥୀ ପାଇଁ ଦୁଆର ଦୁଆର ବୁଲି ଭୋଟ ହାତେଇବାକୁ ଆରମ୍ଭ କରିସାରିଲେଣି କସରତ ।
ଆଦିବାସୀ ବହୁଳ କେନ୍ଦୁଝର ଜିଲ୍ଲାରେ ମୁଦ୍ଦା ଅନେକ ରହିଛି। ଏଠି ମୁଦ୍ଦାକୁ ନେଇ ରାଜନୀତି ବି ଭିନ୍ନ। ଯଦିଓ ପୂରା ଜିଲ୍ଲାରେ ଏବେ ବିଜେଡିର ଦବଦବା ରହିଛି, ତଥାପି ୨୨ର ପଞ୍ଚାୟତ ପୋଲ୍ ୨୦୧୨ ଓ ୨୦୧୭ ଠାରୁ ଭିନ୍ନ ହେବ ବୋଲି ବିରୋଧୀଙ୍କ ଦାବି
୨୫ ବର୍ଷ ଧରି ବିଜେଡି କବଜାରେ ରହିଛି ଭଦ୍ରକ ଜିଲ୍ଲା। ପ୍ରତି ନିର୍ବାଚନରେ ସଂଖ୍ୟା ଗରିଷ୍ଠତା ସହ ହାତେଇ ଚାଲିଛି ଅଧ୍ୟକ୍ଷ ପଦ। ୨୦୨୨ରେ କଣ ହେବ ସମୀକରଣ? ପଲଟିବ କି ବାଜି ? ବିଜେଡି ଗଡ଼ରେ ଧସେଇ ପଶିବ କି ବିଜେପି? ନା ଏଥର ବି ଶଙ୍ଖନାଦ?
ଏବେ ପରିବାର ରାଜନୀତିରେ ଅଧିକ ବିଶ୍ୱାସ ରଖୁଛନ୍ତି କି ରାଜନେତା?
ଏହି ୩ ମଳହାନଗର ନିଗମ ତଥା ଭୁବନେଶ୍ୱର, କଟକ, ବ୍ରହ୍ମପୁର ମେୟର ପଦବୀ ପାଇଁ ମଧ୍ୟ ସଂରକ୍ଷଣ ଚୂଡ଼ାନ୍ତ ହୋଇଛି । ନଗର ଓ ଉନ୍ନୟନ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।
ପଞ୍ଚାୟତ ନିର୍ବାଚନାରେ ପଛୁଆ ବର୍ଗଙ୍କୁ କେଉଁ ଦଳ ଦେଇଛି କେତେ ଟିକଟ ? ଏହାକୁ ନେଇ ପୁଣି ତେଜିଛି ପଛୁଆ ବର୍ଗ ସଂରକ୍ଷଣ ପଲିଟିକ୍ସ । ବିଜେଡି କହୁଛି ୪୦ ପ୍ରତିଶତ ଆସନରେ ପଛୁଆବର୍ଗ ପ୍ରାର୍ଥୀଙ୍କୁ ଟିକଟ ଦେବାକୁ ଚିଠା ପ୍ରସ୍ତାବ ପାରିତ ହୋଇଥିଲେ ମଧ୍ୟ ଦେଇଛୁ ୪୮ପ୍ରତିଶତ ।