Advertisment

ନନାଙ୍କ ମାଟିଘର ଚଟାଣରେ ବସି କଦଳୀ ପତ୍ରରେ ଭୋଜନ କଲେ ରେଳମନ୍ତ୍ରୀ

ରେଳମନ୍ତ୍ରୀ ଓ ଅନ୍ୟ ଅତିଥିଙ୍କ ପାଇଁ ସାଂସଦଙ୍କ ଭଙ୍ଗା ଚାଳଘରେ ପ୍ରସ୍ତୁତ ହୋଇଥିଲା ସୁଦ୍ଧ ଶାକାହାରୀ ସୁସ୍ୱାଦୁ ବ୍ୟଞ୍ଜନ ଭାତ, ଡାଲି, ପଲାଉ, ଖିରି ସହ ଫୁଟି ଗୁଡ଼ ତରକାରୀ ଏବଂ ପୋଡ଼ପିଠା ଆଦି ପ୍ରସ୍ତୁତ ହୋଇଥିଲା।

author-image
Chandan Shishu
ଅଦ୍ୟତନ ହୋଇଛି
Ashwini Vaishnaw Visits Balasore

Ashwini Vaishnaw Visits Balasore

ବାଲେଶ୍ୱର: ନୀଳିଗିରିକୁ ଗଡ଼ିବ ଯାତ୍ରୀବାହୀ ଟ୍ରେନ୍। ଆଜି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନୀଳଗିରି ଯାଇ ଏହି ପ୍ରସ୍ତାବିତ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। ଆସନ୍ତା ୬ ମାସ ଭିତରେ ଏହି ପ୍ରକଳ୍ପକୁ ଶେଷ କରାଯିବ ବୋଲି ରେଳମନ୍ତ୍ରୀ କହିଛନ୍ତି। ଏହି ଅବସରରେ ଆଜି ନୀଳିଗିିରି ଷ୍ଟେସନକୁ ଏକ ଇଞ୍ଜିନ୍‌ରେ ଯାତ୍ରା କରିଥିଲେ ରେଳମନ୍ତ୍ରୀ। ସେଠାରେ ଶିଳାନ୍ୟାସ କାର୍ଯ୍ୟକ୍ରମ ପରେ ବସ୍ତା ଷ୍ଟେସନର ନୃତନ ଗୃହ ଉଦଘାଟନ ସାଙ୍ଗକୁ ଭଦ୍ରକ-ଖଡ଼ଗପୁର ତୃତୀୟ ରେଳ ଲାଇନ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ।

Advertisment

ସେହିଭଳି ଜଳେଶ୍ୱରଠାରେ ମଧ୍ୟ ପ୍ରସ୍ତାବିତ ନୂଆ ଷ୍ଟେସନର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ ମନ୍ତ୍ରୀ। ଏହା ପୂର୍ବରୁ ଆଜି ନୀଳଗିରି କାର୍ଯ୍ୟ କ୍ରମ ସାରିବା ପରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ଘରେ ମଧ୍ୟାନ୍ନ ଭୋଜନ କରିଥିଲେ ରେଳମନ୍ତ୍ରୀ।

ରେଳମନ୍ତ୍ରୀ ଓ ଅନ୍ୟ ଅତିଥିଙ୍କ ପାଇଁ ସାଂସଦଙ୍କ ଭଙ୍ଗା ଚାଳଘରେ ପ୍ରସ୍ତୁତ ହୋଇଥିଲା ସୁଦ୍ଧ ଶାକାହାରୀ ସୁସ୍ୱାଦୁ ବ୍ୟଞ୍ଜନ ଭାତ, ଡାଲି, ପଲାଉ, ଖିରି ସହ ଫୁଟି ଗୁଡ଼ ତରକାରୀ ଏବଂ ପୋଡ଼ପିଠା ଆଦି ପ୍ରସ୍ତୁତ ହୋଇଥିଲା। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ର ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ, ସାଂସଦ ପ୍ରତାପ ଷଡ଼ଙ୍ଗୀ ଓ ଅନ୍ୟ ଅତିଥି ଏବଂ ଅଧିକାରୀ ବୃନ୍ଦ ମାଟିଘର ଚଟାଣରେ ବସି କଦଳୀ ପତ୍ରରେ ଭୋଜନ କରିଥିବା ଦେଖିବାକୁ ମିଳିଥିଲା।

Advertisment

ପ୍ରତାପଙ୍କ ଭାଣିଜୀ ନିଜେ ରୋଷେଇ ପ୍ରସ୍ତୁତ କରିଥିଲେ। ଏନେଇ ସେ କହିଛନ୍ତି ଯେ ସକାଳ ୭ଟାରୁ ରୋଷେଇ ଆରମ୍ଭ ହୋଇଥିଲା। ବିଭିନ୍ନ ପ୍ରକାରର ପିଠା ପ୍ରସ୍ତୁତ ହୋଇଥିଲା। କଦଳୀ ପତ୍ରରେ ପରସା ଏସବୁ ଖାଦ୍ୟ ପରସା ଯାଇଥିଲା। ତଳେ ବସି ଆସନରେ ଖାଇଲେ ଓ ବହୁତ ଖୁସି ହେଲେ। କହିଲେ- ଖାଇବା ବହୁତ ବଢିଆ ହୋଇଛି। 

Railway Minister Ashwini Vaishnaw Balesore
Advertisment
Advertisment