ଅନୁଗୁଳ ଜିଲ୍ଲା ମାଛକୁଟା ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ନିଖୋଜ । ଏନେଇ ସମର୍ଥକ ଓ ପରିବାର ଲୋକେ ଛେଣ୍ଡିପଦା ଥାନାରେ ଅଭିଯୋଗ କରିଛନ୍ତି । ଏଥର ନିର୍ବାଚନରେ ୬ ଜଣ ସରପଞ୍ଚ ପ୍ରାର୍ଥୀ ଅଛନ୍ତି ସେମାନଙ୍କ ମଧ୍ୟରୁ ସରପଞ୍ଚ ପ୍ରାର୍ଥୀ ମନୋଜ କୁମାର ସେଠୀ ।
ଝାରସୁଗୁଡା କଂଗ୍ରେସର ଗଡ ଜିଲ୍ଲା ପରିଷଦ ଗଠନ ହେବା ପରଠାରୁ ପାଂଚ ପାଂଚ ଥର ଅଧ୍ୟକ୍ଷ ପଦ ହାତେଇଛି କଂଗ୍ରେସ । ହେଲେ ଏବେ ବଦଳିଯାଇଛି ଝାରସୁଗୁଡାର ରାଜନୈତିକ ସମୀକରଣ, ଯାହା ବଳରେ ବଳିୟାନ ହୋଇଥିଲା କଂଗ୍ରେସ, ସେ ଏବେ ବିଜେଡିରେ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଦଳବଦଳ କରି ନିର୍ବାଚନ ଲଢିଲେ ନବକିଶୋର ଦାସ , ଆଉ ବର୍ତ୍ତମାନ କ୍ୟାବିନେଟ୍ ମିନିଷ୍ଟର
ପଞ୍ଚାୟତ ନିର୍ବାଚନ ପାଇଁ ଜୋରସୋରରେ ଚାଲିଛି ପ୍ରଚାର । ଭୋଟରଙ୍କୁ ଆକୃଷ୍ଟ କରିବାକୁ ଚାଲିଛି ନିଆରା ପ୍ରଚାର । ଥାଳିରେ ପାନ, ଗୁଆ, ହଳଦୀ ରଖି ଭୋଟ୍ ମାଗୁଛନ୍ତି ପ୍ରାର୍ଥୀ । ଭଲ ପ୍ରାର୍ଥୀ ଚୟନ ପାଇଁ ଶିକ୍ଷା ଦେଉଛନ୍ତି ସରପଞ୍ଚ ଆଶାୟୀ ।
ଅନୁଗୁଳ ଜିଲ୍ଲାର ଜଣେ ସରପଞ୍ଚ ପ୍ରାର୍ଥୀ ନିଖୋଜ ହୋଇଯାଇଛନ୍ତି ।
ପ୍ରବଳ ହଙ୍ଗାମା... ବିଜେପି କର୍ମୀ କହିଲେ, ନବୀନ ନିବାସ ଆଡ଼େ ମାଡ଼ିଚାଲ...
‘କଂଗ୍ରେସ ବୋଧେ ମନସ୍ତ କରି ସାରିଛି ଆଉ ସେ ସତ୍ତାକୁ ଆସିବ ନାହିଁ’
ପ୍ରାର୍ଥୀ ମାଳମାଳ, ଭୋଟରଙ୍କୁ ଅକଳ। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଏତେ ପ୍ରାର୍ଥୀ ଯେ, ଭୋଟର ବି ବାଉଳା ହୋଇଯିବେ।
କେଉଁ ପଦ ଲଢିଲେ, କେତେ ଖର୍ଚ୍ଚ କରିପାରିବେ କହିଲେ ରାଜ୍ୟ ନିର୍ବାଚନ କମିଶନ
କୋଟିଆରେ କୋରାପୁଟ ଜିଲ୍ଲାପ୍ରଶାସନ ଭୋଟ୍ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ମନମାନୀ ଜାରି ରଖିଛି ଆନ୍ଧ୍ର।
ପଦ ଏକ, ପ୍ରାର୍ଥୀ ଅନେକ। କ୍ୟାଣ୍ଡିଡେଟ୍ ମାଳମାଳ, ଭୋଟର ପଡିଛନ୍ତି ଦ୍ୱନ୍ଦ୍ୱରେ। କାହାକୁ ବାଛିବେ ସେନେଇ ଚିନ୍ତା କରି ପାରୁ ନାହାନ୍ତି।
ନିକଟରେ ମମିତା ପ୍ରସଙ୍ଗକୁ ନେଇ ତାତିଥିବା ଏ ଜିଲ୍ଲାରେ ପଂଚାୟତ ଭୋଟ ର ଫଳାଫଳ କଣ ହେବ, ତା ଉପରେ ନେତାଠୁ ଜନତା, ସମସ୍ତଙ୍କ ନଜର । ୨୦୧୭ ପଞ୍ଚାୟତ ପୋଲରେ ୩୬ ରୁ ୩୩ ଆସନ ଜିତି ବିଜେପି କଳାହାଣ୍ଡିରେ ଜିଲ୍ଲା ପରିଷଦ ଗଠନ କରିଥିଲା
ଭୁବନେଶ୍ୱର ଶିଶୁ ଭବନ ଛକରେ ବିଜେପି କର୍ମୀ-ପୋଲିସ୍ ଧସ୍ତାଧସ୍ତି ହୋଇଛନ୍ତି। ନବୀନ ନିବାସ ଘେରାଉ ପାଇଁ ଯିବା ବେଳେ ପୋଲିସ୍ ବିଜେପି କର୍ମୀଙ୍କୁ ଅଟକାଇ ଥିଲା। ଏହି ସମୟରେ ପୋଲିସ୍ ସହ ବିଜେପି କର୍ମୀଙ୍କ ଧସ୍ତାଧସ୍ତି ହୋଇଥିଲା।
ମାଲକାନଗିରି କାଲିମେଳା ବ୍ଲକ ତାଟିଗୁଡ଼ା ଗାଁ ସଭାରେ ବିଜେଡି ନେତା ଟଙ୍କା ବାଣ୍ଟୁଥିବା ଭିଡିଓ ଭାଇରାଲ୍ ହୋଇଛି । ଆଉ ଏହାକୁ ନେଇ ବିଜେପି ଓ କଂଗ୍ରେସ ସରକାରୀ ଦଳକୁ ଟାର୍ଗେଟ କରିଛନ୍ତି
ଶିଳ୍ପ ସମୃଦ୍ଧ ଜିଲ୍ଲା ହେଲେ ବି ସମସ୍ୟା କିଛି କମ ନୁହେଁ ଅନୁଗୁଳରେ କେଉଁଠି ପ୍ରଦୂଷଣକୁ ନେଇ ଲୋକେ ସନ୍ତୁଳି ହେଉଛନ୍ତି ତ ଆଉ କେଉଁଠି ବିସ୍ଥାପନ ସମସ୍ୟାରେ ଅତିଷ୍ଠ ଏଠାକାର ବାସିନ୍ଦା । ତାଳଚେର ଓ ଛେଣ୍ଡିପଦାରେ କୋଇଲା ଖଣି ପାଇଁ ବହୁ ଲୋକ ସେମାନଙ୍କ ଭିଟାମାଟି ହରାଇଛନ୍ତି ।
ପଞ୍ଚାୟତ ନିର୍ବାଚନ ମାହୋଲ ଭିତରେ ବିରୋଧୀ ବିଜେପି ପୁଣି ଖୋଲିବ ମମିତା ମେହେରଙ୍କୁ ନ୍ୟାୟ ପ୍ରସଙ୍ଗ। ଶିକ୍ଷୟିତ୍ରୀ ମମିତା ମେହର ହତ୍ୟା ମାମଲାରେ ନ୍ୟାୟ ପାଇଁ ବିଜେପି ଆଜି ନବୀନ ନିବାସ ଘେରାଉ କରିବ।
ପୋଲିସ୍ ଭୟରେ ଅନେକ ଲୋକ ଏବେ ବି ଜଙ୍ଗଲରେ ଲୁଚିଛନ୍ତି। ସେମାନଙ୍କୁ ଭେଟିବା ପାଇଁ ପାଣି କାଦୁଆରେ ପଶି ଆମେ ପ୍ରତିନିଧି ସେଠାରେ ପହଞ୍ଚିଥିଲେ। ତାଙ୍କ ସହ କଥା ହେବା ପରେ ସେମାନଙ୍କ ଅନେକ ଦୁଃଖ ସାମ୍ନାକୁ ଆସିଛି।
ସରକାରଙ୍କ କମ୍ପାନୀ ପ୍ରୀତି ନିରୀହ ଜନତାଙ୍କୁ ଦେଉଛି ଦୁଃଖ। ଲୋକଙ୍କ ଉପରେ ଚାଲିଛି ପୋଲିସର ଜୁଲମ। ଜମି ନଦେଲେ ମିଛ କେସ୍ରେ ଫସେଇ ଜେଲ ପଠେଇ ଦେବାର ମିଳୁଛି ଧମକ। ଘରୁ ଉଠେଇ ନେଉଛି ପୋଲିସ୍। ଭୟରେ ଲୋକେ ଗାଁ ଛାଡି ବଣ ଜଙ୍ଗଲରେ ରହୁଛନ୍ତି।
କୋହଳ ହେଲା ପଞ୍ଚାୟତ ନିର୍ବାଚନ କଟକଣା। ଏଣିକି ପ୍ରାର୍ଥୀମାନେ ୨୦ ଜଣଙ୍କୁ ନେଇ ଘରକୁ ଘର ବୁଲି ପ୍ରଚାର କରାଯାଇପାରିବ। ଏହାସହ ରାଜନୈତିକ ସଭାକୁ ଅନୁମତି ମଧ୍ୟ ପ୍ରଦାନ କରାଯାଇଛି।
ଗୋଟିଏ ଗୋଷ୍ଠୀର ଦଳୀୟ କାର୍ଯ୍ୟାଳୟକୁ ଉଦ୍ଘାଟନ କରିବାକୁ ଯାଇ ଅସନ୍ତୁଷ୍ଟ ପୁରୁଖା କର୍ମୀ କିଛି ସମୟ ପାଇଁ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କୁ ଅଟକ ରଖିଥିଲେ।
ପଞ୍ଜାବରେ କଂଗ୍ରେସ ପକ୍ଷରୁ କିଏ ହେବେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତାକୁ ନେଇ କିଛି ଦିନ ହେଲା କଳ୍ପନା ଜଳ୍ପନା ଲାଗି ରହିଥିବା ବେଳେ ଆଜି ଏହାର ଅବସାନ ଘଟିଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛନ୍ତି। ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀ ପାଇଁ ଚରଣଜିତ ସିଂ ଚନ୍ନିଙ୍କ ନାମ ଘୋଷଣା କରିଛନ୍ତି ରାହୁଲ। ଚନ୍ନି ଏବେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଅଛନ୍ତି।
କିନ୍ନର , କିନ୍ତୁ ସେ ବି ଜଣେ ମଣିଷ । ଲୋକଙ୍କ ଗହଣରେ ରହିବା ସହ ସାଧାରଣ ଜୀବନଯାପନ ପାଇଁ ଏମାନେ ମଧ୍ୟ ଇଚ୍ଛୁକ । ଅନେକ ସମୟରେ ଟାହିଟାପରାର ଶିକାର ହୁଅନ୍ତି । କିନ୍ତୁ ଏବେ ଏହି କିନ୍ନର ମାନେ ମଧ୍ୟ ସ୍ୱାବଲମ୍ବୀ ହେଲେଣି ଓ ଆତ୍ମନିର୍ଭରଶୀଳ ହୋଇ ସାଧାରଣ ଜୀବନ ଯାପନ ମଧ୍ୟ କଲେଣି
କୁନି ନଣନ୍ଦ ସଂଗୀତା ଭାଉଜଙ୍କ ସହ ପ୍ରଚାର କରିବା ପାଇଁ ଜିଦ ଧରି ଘରୁ ବାହାରୁଛି । ଆଉ ଗାଁ ଗାଁ ବୁଲିବା ବେଳେ ପ୍ରଥମେ ଯାଇ ଭୋଟରଙ୍କୁ ଭେଟୁଛି ।
ପିଇବା ପାଣି ଓ ଜୀବନଜୀବିକା ପାଇଁ ମଧ୍ୟ ଘୋର ଚିନ୍ତାରେ କନ୍ଧମାଳ ବାସିନ୍ଦା । କନ୍ଧମାଳର ଲାଇଫଲାଇନ ହଳଦୀ ଚାଷକୁ ସରକାର ଗୁରୁତ୍ୱ ଦେଉନଥିବା ଅଭିଯୋଗ ହୋଇଥିବା ବେଳେ ଚାଷ ଛାଡ଼ି ବହୁ ଯୁବକ ଦାଦନ ଖଟିବାକୁ ବାହାର ରାଜ୍ୟକୁ ପଳାଉଥିବା ଦେଖିବାକୁ ମିଳିଛି ।
କହୁ କହୁ କହିଲେ, ମୋତେ ଏତେ ମାତ୍ରାରେ ଭୋଟ୍ ଦିଅ ଯେମିତି ମୁଁ ହାରିବି।
ସରକାରୀ ଘର ବିକ୍ରି ନାଁରେ ଠକେଇ ଅଭିଯୋଗରେ ବିଜେଡି ନେତା ତଥା ପୂର୍ବତନ କର୍ପୋରେଟର ରଞ୍ଜିତା କରଣଙ୍କ ସ୍ୱାମୀ ରାଜା କରଣ ଗିରଫ ହୋଇଛନ୍ତି। ରାଜାଙ୍କ ଘରେ ରେଡ୍ ବେଳେ ପୋଲିସ ନଗଦ ୧୪ ଲକ୍ଷ ୯୦ ହଜାର ଟଙ୍କା ଜବତ କରିବା ସହ ତାଙ୍କୁ ଗିରଫ କରିଥିଲା।