ଏଥର ବାଲେଶ୍ୱର ଆସନ ଉପରେ ସମସ୍ତଙ୍କ ନଜର: କାହିଁକି ନା ଏଠାରେ ଶାସକ ଦଳର ଦବଦବା ରହିଛି କିନ୍ତୁ ବିଜେପି ଫୋକସରେ ଅଛି ବାଲେଶ୍ୱର
ପଂଚାୟତ ନିର୍ବାଚନ ଯେତିକି ଯେତିକି ପାଖେଇ ଆସୁଛି, ରାଜନୀତି ସେତିକି ସେତିକି ସରଗରମ ହେଉଛି....
ସୁନ୍ଦରଗଡ଼ ଉପରେ ସମସ୍ତଙ୍କ ନଜର, ଏଥର କିଏ ଗଢିବ ଜିଲ୍ଲା-ପରିଷଦ...
କହି କହି କେହି ଶୁଣିଲେ ନାହିଁ, ଏବେ ଭୋଟ ବର୍ଜନ ପାଇଁ ନିଷ୍ପତ୍ତି ନେଲେ ଗାଁ ଲୋକେ
ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀ ଚାହିଁଲେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିପାରିବେ । ୨୫ ତାରିଖରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ଫେବୃଆରୀ ୧୬, ୧୮, ୨୦, ୨୨ ଓ ୨୪ ରେ ଭୋଟ୍ ହେବ
କେନ୍ଦ୍ରମନ୍ତ୍ରୀଙ୍କ ମାଡ଼ରେ ଡେପୁଟି ଡିରେକ୍ଟର ଦେବାଶିଷ ମହାପାତ୍ରଙ୍କ ହାତ ଭାଙ୍ଗିଥିବା ବେଳେ ଆସିଷ୍ଟାଣ୍ଟ ଡିରେକ୍ଟର ଅଶ୍ୱିନୀ ମଲ୍ଲିକ ମଧ୍ୟ ଆହତ ହୋଇଛନ୍ତି । ତେବେ ମାଡ଼ ଅଭିଯୋଗ ନେଇ କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ପ୍ରତିକ୍ରିୟା ମିଳି ପାରିନି ।
ଏଥର ପଂଚାୟତ ନିର୍ବାଚନରେ ପ୍ରକମ୍ପିତ ହେଉଛି ଗାଁ.. କିଏ ଇଂଜିନିୟର ଚାକିରି ଛାଡି ନାମାଙ୍କନ ଭରିଛି ତ ଆଉ କିଏ ଡାକ୍ତର ଚାକିରି ଛାଡ଼ି, ତେବେ ଭେଟନ୍ତୁ କିଛି ଏମିତି ପ୍ରାର୍ଥୀଙ୍କୁ ।
ପଂଚାୟତ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କଲେ ରାଜକୁମାରୀ: କହିଲେ, ଲୋକଙ୍କ ସେବା କରିବା ପାଇଁ ରାଜନୀତି ଶ୍ରେଷ୍ଠ ମାଧ୍ୟମ ।
ରାଜବଂଶର ଦାୟାଦ । ସମୟ ସୁଅରେ ରାଜଗାଦି ସିନା ବିଲୋପ ହୋଇଗଲା, ହେଲେ ଗଣତନ୍ତ୍ର ପରେ ବି କିନ୍ତୁ ବଞ୍ଚିଛି ସେହି ଶାସନ ଆଉ କ୍ଷମତା । ଗଞ୍ଜାମ ଧରାକୋଟ ରାଜ ପରିବାରର ଏକମାତ୍ର ରାଜକୁମାରୀ ତଥା ରାଜା ହେଉଛନ୍ତି ସୁଲକ୍ଷଣା ଗୀତାଞ୍ଜଳି ଦେବୀ ।
ଆଜି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ନାମାଙ୍କନ ଦାଖଲ ଶେଷ ହୋଇଥିବା ବେଳେ ଉଚ୍ଚଶିକ୍ଷିତ ଓ ପେସାଦାରମାନେ ନିର୍ବାଚନ ମଇଦାନକୁ ଡେଇଁବା ନୂଆ ଟ୍ରେଣ୍ଡ ସୃଷ୍ଟି କରିଛି । ଏପଟେ ପ୍ରାର୍ଥିପତ୍ର ଦାଖଲ ସରୁ ସରୁ ନିଜ ନିଜ ସଫଳତାକୁ ନେଇ ଆଶାବାଦୀ ଅଛନ୍ତି ପ୍ରମୁଖ ରାଜନୈତିକ ଦଳ ।
ଡେପୁଟି ଡିରେକ୍ଟର ଅଶ୍ୱିନୀ ମଲ୍ଲିକ, ଆସିଷ୍ଟାଣ୍ଟ ଡିରେକ୍ଟର ଦେବାଶିଷ ମହାପାତ୍ରଙ୍କୁ ରିଭ୍ୟୁ ପାଇଁ ଦଳୀୟ କାର୍ଯ୍ୟାଳୟକୁ ଡକାଇଥିଲେ ମନ୍ତ୍ରୀ । ତେବେ ସେଠାରେ ଉଭୟଙ୍କୁ ମନ୍ତ୍ରୀ ଚେୟାରରେ ପିଟିଥିବା ନେଇ ୨ ଅଧିକାରୀ ଅଭିଯୋଗ କରିଛନ୍ତି ।
ରାଜ୍ୟରେ ଜଳ, ଜମି, ଖଣି ସୁରକ୍ଷିତ ରହିନି । ସବୁ ରାଜ୍ୟରେ ଭତ୍ତା ରାଶି ବଢ଼ିଛି ହେଲେ ଓଡ଼ିଶାରେ ତାହା ହୋଇପାରିଲାନି ବୋଲି କଂଗ୍ରେସ କହିଛି । ନବୀନ ଖୋଦ୍ ସବୁ କ୍ଷେତ୍ରରେ ଏକ ନମ୍ବର ହେଲେ କିନ୍ତୁ ରାଜ୍ୟକୁ କରାଇ ପାରିଲେନି ବୋଲି କହି କଟ୍ଟାକ୍ଷ କରିଛନ୍ତି କଂଗ୍ରେସ ମୁଖପାତ୍ର ଜଜ୍ଞେଶ୍ୱର ବାବୁ ।
ମୋବାଇଲ୍ ଫୋନ୍ ନେଟୱର୍କ ଜନିତ ସମସ୍ୟାର ସମାଧାନ ନ ହେଲେ ଚଳିତ ପଞ୍ଚାୟତ ନିର୍ବାଚନକୁ ବର୍ଜନ କରାଯିବ ବୋଲି ପୂର୍ବରୁ ଏହି ୫ ପଞ୍ଚାୟତବାସୀ ବୈଠକ କରି ନିଷ୍ପତ୍ତି ନେଇଥିଲେ। ଏମିତିକି କେହି ଏହି ନିଷ୍ପତ୍ତି ବିରୋଧରେ ଯାଇ ନାମାଙ୍କନ ପତ୍ର ଦାଖଲ କଲେ ତାଙ୍କୁ ପଞ୍ଚାୟତ ବିରୋଧୀ ବୋଲି ଘୋଷଣା କରିବାକୁ ମଧ୍ୟ ଚେତାବନୀ ଦିଆଯାଇଥିଲା।
ଶତାଧିକ ଦଳୀୟ କର୍ମୀଙ୍କ ଗହଣରେ ବିଜେଡିର ଆଗଧାଡ଼ିର ନେତାମାନେ ଆସି ନିଜର ଦବଦବା ପ୍ରଦର୍ଶନ କରିଥିଲେ ।
ସରପଞ୍ଚ ପଦବୀ ଲାଗି ନାମାଙ୍କନ ଦାଖଲ କରିବାକୁ ଯାଇଥିଲେ, ହେଲେ ଦେଖିଲା ବେଳକୁ ଭୋଟର ଲିଷ୍ଟରେ ନାଁ ନାହିଁ। ୨୦୧୯ ସାଧାରଣ ନିର୍ବାଚନରେ ତାଙ୍କ ନାଁ ଭୋଟର ତାଲିକାରେ ଥିଲା। କିନ୍ତୁ ବର୍ତ୍ତମାନ ତାଙ୍କ ନାଁ ଆଉ ଭୋଟର ତାଲିକାରେ ନାହିଁ।
ଦିନେ ସଫ୍ଟୱେର ଓ ଡାକ୍ତର ଚାକିରି କରିଥିଲେ। ଆଜି ଚାକିରି ଓ ମୋଟା ଅଙ୍କର ଦରମା ଛାଡ଼ି ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀପତ୍ର ଦାଖଲ କଲେ। ଏବେ ରାଜନୀତି କରିବା ପାଇଁ ମନ ବଳାଇଛନ୍ତି ଆଜିର ଶିକ୍ଷିତ ଯୁବପୀଢି। ଏବେ ଭେଟନ୍ତୁ ଏହି ଦୁଇ ପ୍ରାର୍ଥୀଙ୍କୁ..
ଏହା ସତ୍ୟ ଯେ, ପୂର୍ବ ଥରମାନଙ୍କ ଅପେକ୍ଷା ଏଥର ପଞ୍ଚାୟତ ନିର୍ବାଚନ ଟିକେ ଅଲଗା ହେବ
ବିଧାୟକ ରମେଶ ଜେନାଙ୍କ ଅଭିଯୋଗ: ଶାସକ ଦଳର ନେତା ଭାବୁଛନ୍ତି- ପୁଲିସ ଆମ ହାତରେ ଅଛି, ଆମେ କାହାକୁ ଖାତିର କରିବୁନି।
ରାଜଭବନ ଆଗରେ ପାଇକ ଆଖଡା ପ୍ରଦର୍ଶନ ସାଧାରଣତନ୍ତ୍ର ଦିବସ ପରେଡ୍ରୁ ଓଡ଼ିଶାର ପ୍ରଜ୍ଞାପନ ମେଢ ବାଦ ପଡିବାକୁ ନେଇ ବିରୋଧ ପ୍ରଦର୍ଶନ ହୋଇଛି । ଚଳିତ ବର୍ଷ ଓଡିଶାର ଥିମ ଥିଲା ପାଇକ ବିଦ୍ରୋହ ଓ ବକ୍ସି ଜଗବନ୍ଧୁଙ୍କୁ ନେଇ । ହେଲେ ଲଗାତର ଦ୍ୱିତୀୟ ବର୍ଷ ଲାଗି ଓଡିଶା ମଡେଲ ଅଗ୍ରାହ୍ୟ ହୋଇଛି ।
ଓଡ଼ିଶା-ଆନ୍ଧ୍ର ସୀମାନ୍ତରେ ଥିବା ବିବାଦୀୟ କୋଟିଆ ପଂଚାୟତରେ ନିର୍ବାଚନ ଲାଗି ପ୍ରସ୍ତୁତି ଜୋରଦାର ହୋଇଛି । ଭୋଟରଙ୍କ ମଧ୍ୟରେ ବି ଉତ୍ସାହ କିଛି କମ୍ ନୁହେଁ । ଏଠାରେ ଫେବ୍ରୁଆରୀ ୧୮ରେ ଭୋଟ୍ ପଡ଼ିବ । ଆଉ ତା ପୂର୍ବରୁ କୋଟିଆ ପଂଚାୟତ କାର୍ଯ୍ୟାଳୟରେ ଚାଲିଛି ନାମାଙ୍କନପତ୍ର ଦାଖଲ ।
ସଫ୍ଟୱେର ଚାକିରି ଛାଡ଼ି ଜଣେ ଇଂଜିନିୟର ରତିକାନ୍ତ ପଣ୍ଡା ଏବଂ ନବରଙ୍ଗପୁର ଜିଲ୍ଲାର ପୂର୍ବତନ ବିଧାୟକ ଭୁଜବଳ ମାଝୀଙ୍କ ଝିଅ ଝିଅ ଡାକ୍ତର ଲିପିକା ମାଝୀ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।
ନାଉଗାଁ ବ୍ଳକ ବିଜେଡି ସଭାପତି ସୁଜିତ କୁମାର ମଲ୍ଲିକଙ୍କ ଏକ ଭିଡିଓ ମଧ୍ୟ ଭାଇରାଲ ହେଉଛି
ସ୍ୱଳ୍ପ ବୟସ୍କ, ଉଚ୍ଚଶିକ୍ଷିତଙ୍କୁ ଦେଖିଲେ ଲାଗେ କି ଏମାନଙ୍କ ପାଇଁ ରାଜନୀତି ଯେମିତି ଭିନ୍ନ ଏକ ପୃଥିବୀ । କାରଣ କିଏ ବି.ଟେକ୍ କରିଛନ୍ତି, ତ ଆଉ କିଏ ଏମ୍ଏସ୍ସି । କିଏ ପାଠ ପଢ଼ୁଥିଲେ, ତ କିଏ ଭଲ ଦରମାରେ ଚାକିରି ମଧ୍ୟ କରୁଥିଲେ । ହେଲେ ଏବେ ପାଠ ଓ ଚାକିରି ଚିନ୍ତା ଛାଡ଼ି ଏମାନେ ଆଗଭର ହୋଇଛନ୍ତି ଆସନ୍ତା ପଞ୍ଚାୟତ ନିର୍ବାଚନରେ ନିଜ ଭାଗ୍ୟ ପରୀକ୍ଷା କରିବାକୁ ।
ମନ ଜିଣିବାକୁ ଧାନ ଖଳାରେ କାମ କଲେ ପ୍ରାର୍ଥୀ। ଚାଷୀଙ୍କ କାନ୍ଧରେ କାନ୍ଧ ମିଶାଇ ବେଙ୍ଗଳା ପକାଇବା ସହ ଖଳାରେ କାମ କଲେ। ଟଙ୍କା ନୁହେଁ ଶ୍ରମ ଦାନ କରି ଭୋଟରଙ୍କ ମନ ଜିଣିବେ ବୋଲି ସେ କହିଛନ୍ତି।
ଚାକିରି ହେଉ କି ରାଜନୀତି, ସମସ୍ତେ ଚାହାଁନ୍ତି ନିଜ କ୍ଷେତ୍ରରେ ଉପରକୁ ଉଠିବାକୁ। କିନ୍ତୁ ଏହି ଭିଡିଓରେ ଥିବା ବ୍ୟକ୍ତିଙ୍କୁ ଭେଟନ୍ତୁ, ଯିଏ ଦିନେ ବିଧାୟକ ଥିଲେ, ଏବେ କିନ୍ତୁ ସେ ଜିଲ୍ଲା ପରିଷଦ ପ୍ରାର୍ଥୀ ହେଇଛନ୍ତି। ଅର୍ଥାତ ଉପର ପୋଷ୍ଟରୁ ଖସିଛନ୍ତି ତଳକୁ। ଆସନ୍ତୁ ତାଙ୍କୁ ଭେଟିବା