• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଖୋଲାକଥାରେ ଖଡିଆଳର କଂଗ୍ରେସ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ 

ଓଟିଭି: ଶ୍ରୀଯୁକ୍ତ ପାଣିଗ୍ରାହୀ ଆପଣ ଏମିତି ଏକ ଅଞ୍ଚଳର ବିଧାୟକ ଯେଉଁଠି ମଣିଷ ହାଟ ବସେ । ମଣିଷ ମୁଣ୍ଡର ମୂଲଚାଲ ହୁଏ,ଦାନା ପାଇଁ ଦାଦନ ଯାଆନ୍ତି ମଣିଷ। ଏବେ ବି ଗାଁ ଖାଁ..ଖାଁ । କେମିତି ଲାଗେ ଆପଣ ସେହି ଇଲାକାର ବିଧାୟକ ।

ଅଧିରାଜ ମୋହନ ପାଣିଗ୍ରାହୀ: ମୁଁ ନିଜକୁ ବହୁତ ଗର୍ବ ଅନୁଭବ କରେ ଦୀର୍ଘ ୨୦ରୁ ୨୫ ବର୍ଷ ପରେ ଗୋଟେ ବିରୋଧି ଦଳର ବିଧାୟକକୁ ଲୋକେ ନିଜେ ଆର୍ଶିବାଦ ଦେଇଛନ୍ତି ଆଉ ମୋ ଉପରେ ଭରସା କରିଛନ୍ତି । ବିକଳ୍ପର ବ୍ୟବସ୍ଥା ହିସାବରେ ମତେ ଲୋକ ବାଛି ଛନ୍ତି । ସରକାର ଲୋକଙ୍କ ଆଶା ଓ ଆକାଂକ୍ଷା କୁ ପ୍ରତ୍ୟାଖ୍ୟାନ କଲେ ଓ ଭୁଲି ଗଲେ ତାହାର ବିକଳ୍ପରେ ଲୋକେ ମୋତେ ବାଛିଛନ୍ତି ।

ଓଟିଭି: ଆପଣ ପୂର୍ବରୁ ବ୍ୟବସାୟ କରୁଥିଲେ ଓ ସିନେମା ପ୍ରଯୋଜନା କରୁଥିଲେ,କିନ୍ତୁ ଆପଣ ରାଜନୀତି ମୋହରେ କେମିତି ପଡିଲେ ?

ଅଧିରାଜ ମୋହନ ପାଣିଗ୍ରାହୀ: ପ୍ରଥମେ ଛାତ୍ର ରାଜନୀତିରେ ଥିଲି ,ଧୀରେ ଧରେ ଛାତ୍ର କଂଗ୍ରେସକୁ ଆସିଲି । ତାହାପରେ ୟୁଥ୍ କଂଗ୍ରେସକୁ ଆସିଲି । ଏହାଛଡ଼ା ମୋର ବ୍ୟକ୍ତିଗତ ଇଛା ଥିଲା ମୋର ନିଜ ଅଞ୍ଚଳର ଲୋକଙ୍କ ପାଇଁ କିଛି କରିବାପାଇଁ ।ଯାହାକି ମୋତେ ରାଜନୀତିର ମୋହରେ ପକାଇ ଦେଇଥିଲା ।

ଓଟିଭି: ଆଜିକାଲିର ଯୁବକ ବା ଯୁବତୀ ଯଦି ରାଜନୀତିକୁ ଆସିଛନ୍ତି ବା ରାଜନେତାଙ୍କ ଦ୍ୱାରା ପ୍ରଭାବିତ ହେଉଛନ୍ତି ସେମାନଙ୍କର ପ୍ରଥମ ପସନ୍ଦ ବିଜେଡି କିମ୍ବା ବିଜେପି,କଂଗ୍ରେସ କାହିଁକି ନୁହଁ ?

ଅଧିରାଜ ମୋହନ ପାଣିଗ୍ରାହୀ: କଂଗ୍ରେସର ନିଜର ନୀତି ଆଦର୍ଶ ରହିଛି । ରାଜନୀତିରେ ଜିତିବା ହାରିବା ଗୋଟିଏ ପ୍ରକ୍ରିୟା । ଏହାଛଡ଼ା କଂଗ୍ରେସ ହଜାର ହଜାର ଯୁବକ ଗଢିଛି । ସିଦ୍ଧାନ୍ତର ସହିତ ରାଜନୀତି କରିବା ବହୁତ ଗୁରୁତ୍ୱପୂର୍ଣ୍ଣ କଥା । ସେଥିପାଇଁ ଏବେ ମୋତେ ଲୋକେ ବାଛିଛନ୍ତି ।

ଓଟିଭି:  ଯେଉଁ ଇଲାକାକୁ ତିନି ତିନି ଜଣ ପ୍ରଧାନମନ୍ତ୍ରୀ ଆସିଥିଲେ ,ଯେଉଁ ଇଲାକାକୁ ନେଇ କେବିକେ ଯୋଜନା ପ୍ରସ୍ତୁତ ହୋଇଥିଲା । ସେ ଦାରିଦ୍ର୍ୟ ଅଞ୍ଚଳର ବିଧାୟକ ଆପଣ । ତେବେ ଆପଣଙ୍କ ଉପରେ ଦାୟିତ୍ୱ ଅଧିକ ରହୁଥିବ ?

ଅଧିରାଜ ମୋହନ ପାଣିଗ୍ରୀହି: ମୋ ଉପରେ ଏହା ଏକ ବଡ଼ ଦାୟିତ୍ୱ ,ସରକାର ଯୋଜନା କଲେ କଣ ହେବ, ସେହି ଯୋଜନା ଯେତେବେଳେ ପହଞ୍ଚିବ ଗାଁରେ ଲୋକ ଥିଲେ ତ, ଗାଁରେ ଯୋଜନା ପହଞ୍ଚିବ । ଆଜି ଗାଁ ଯେଉଥିପାଇଁ ଖାଲି ସରକାର ଏଥିପାଇଁ ସଂପୂର୍ଣ୍ଣ ରୂପେ ଦାୟୀ ।

ଓଟିଭି: ୨୫ ବର୍ଷର ନବୀନ ପଟ୍ଟନାୟକଙ୍କ ସରକାର । ଏହାକୁ ନେଇ ଆପଣ କଣ କହିବେ ?

ଅଧିରାଜ ମୋହନ ପାଣିଗ୍ରାହୀ: ଏହି ସରକାର ହେଉଛି ବଡ଼ବଡିଆଙ୍କ ସରକାର । ଏହି ସରକାର ଗରିବଙ୍କର ସରକାର ନୁହେଁ । ଏହି ସରକାର ଲୋକଙ୍କର ମୌଳିକ ସମସ୍ୟାକୁ ସମାଧାନ କରିବାର ମାଷ୍ଟର ନୁହଁନ୍ତି ଏ ହେଉଛନ୍ତି ଗେମ୍ ଚେଞ୍ଚ୍ କରିବାରେ ମାଷ୍ଟର।